ରିଲିଜ୍‌ ହେଲା ‘ଗଲି ବୟ’ର ନୂଆ ଗୀତ ‘ମେରେ ଗଲି ମେଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 23, 2019

ରିଲିଜ୍‌ ହେଲା ‘ଗଲି ବୟ’ର ନୂଆ ଗୀତ ‘ମେରେ ଗଲି ମେଁ’

ମୁମ୍ବାଇ: ରଣବୀର ସିଂହ ଅଭିନୀତ ଅପ୍‌କମିଂ ବଲିଉଡ୍‌ ମୁଭି ‘ଗଲି ବୟ’ର ନୂଆ ଗୀତ ‘ମେରେ ଗଲି ମେଁ’ ରିଲିଜ୍‌ ହୋଇଛି। ଏହି ଗୀତରେ ଗଲି ରାପ୍‌ର ଜବରଦସ୍ତ ଛୁଙ୍କ ରହିଛି। ରଣବୀର୍‌ ପୁଣି ଥରେ ଫିଲ୍ମରେ ଧମାକାଦାର୍ ରାପ୍ କରିଛନ୍ତି।

‘ମେରେ ଗଲି ମେଁ’ ଗୀତଟିକୁ ରଣବୀର ସିଂହ, ଡିଭାଇନ୍ ଓ ନୈଜି ଗାଇଛନ୍ତି। ଏହାକୁ ଡିଭାଇନ୍‌ ଓ ସେଜ୍‌ ଅନ୍‌ ଦ ବିଟ୍‌ କମ୍ପୋଜ୍ କରିଛନ୍ତି।  ଗାତକୁ ମଧ୍ୟ ଡିଭାଇନ୍ ଓ ନୈଜି ହିଁ ଲେଖିଛନ୍ତି। ଏହି ମ୍ୟୁଜିକାଲ୍‌ ଟ୍ରାକ୍‌ ୨୧ ତାରିଖରେ ରିଲିଜ୍‌ ହେବା ପରେ ଏବେ ଯାଏ ଏହାକୁ ୮,୪୭୫,୧୯୫ ଥର ଦେଖାସରିଲାଣି। ଏହା ପୂର୍ବରୁ ଫିଲ୍ମର ପ୍ରଥମ ଗୀତ ‘ଅପ୍‌ନା ଟାଇମ୍‌ ଆଏଗା’କୁ ମଧ୍ୟ ଦର୍ଶକଙ୍କର ଥମ୍‌ସ୍‌ ଅପ୍‌ ମିଳିସାରିଛି।  ଗୀତଟି ଏବେ ଖୁବ୍‌ ପପୁଲାର୍‌ ହୋଇଗଲାଣି। ଏଭଳିକି ବଜାରରେ ‘ଅପନା ଟାଇମ୍‌ ଆଏଗା’ ଲେଖାଥିବା ଟି’ ସାର୍ଟ ମଧ୍ୟ ବିକ୍ରି ହେଲାଣି।

ସୂଚନା ଅନୁଯାୟୀ, ଫିଲ୍ମର ପ୍ରଥମ ଗୀତ ରେକର୍ଡ଼ିଂ ପୂର୍ବରୁ ରଣବୀର୍ ରାପର୍‌ ଡିଭାଇନ୍‌ ଓ ନୈଜିଙ୍କ ଠାରୁ ୧୦ ମାସର ଟ୍ରେନିଂ ନେଇଥିଲେ। ମିଳିଥିବା ରଣବୀର ଫିଲ୍ମର ୪ଟି ଗୀତରେ କଣ୍ଠ ଦେଇଛନ୍ତି। ଗୀତଗୁଡ଼ିକ ପେସାଦାର୍‌ ରାପର୍‌ମାନେ ବି ଗାଇ ପାରିଥା’ନ୍ତେ, ହେଲେ ଫିଲ୍ମରେ ନିଜ ଚରିତ୍ରକୁ ଜୀବନ୍ତ କରିବାକୁ ରଣୀବୀର ଏଥିରେ ନିଜ କଣ୍ଠ ଦେଇଛନ୍ତି। ରଣବୀରଙ୍କ କହିବା ଅନୁଯାୟୀ, ଏହି ଗୀତ ମାଧ୍ୟମରେ ତାଙ୍କ ଅଭିନୀତ ଚରିତ୍ରର ଭାବନାକୁ ବ୍ୟକ୍ତ କରିବା ନିହାତି ଆବଶ୍ୟକ ଥିଲା।

ଫିଲ୍ମରେ ରଣବୀର୍‌ ଏକ ଶାନ୍ତ ସ୍ୱଭାବର ଯୁବକ ଚରିତ୍ରରେ ଅଭିନୟ କରୁଛନ୍ତି, ଯିଏ ସଂଗୀତ ଜରିଆରେ ନିଜର ରାଗ ବାହାର କରିଥାଏ। ଫିଲ୍ମରେ ରଣବୀର୍‌ ମୁମ୍ବାଇ ସହରର ବଡ଼ ବସ୍ତି ଧାରାବୀର ଝୁମ୍ପୁଡ଼ିରେ ରହୁଥିବା ଜଣେ ଯୁବକ ଭୂମିକାରେ ନଜର ଆସିବେ। ଫିଲ୍ମରେ ତାଙ୍କ ବିପକ୍ଷରେ ଆଲିଆ ଭଟ୍ଟ ଅଛନ୍ତି। ଏମାନଙ୍କ ବ୍ୟତୀତ ଫିଲ୍ମରେ ସିଦ୍ଧାନ୍ତ ଚତୁର୍ବେଦୀ ଓ କଳ୍କି କୋଚଲିନ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

ଜୋୟା ଅଖତ୍‌ର୍‌ ନିର୍ଦ୍ଦେଶିତ ଏହି ଫିଲ୍ମ ଫେବୃଆରୀ ୧୪ରେ ରିଲିଜ୍‌ ହେବ।



from Odisha Reporter http://bit.ly/2S0gqM2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages