ଗୁରୁବାର ୪ର୍ଥ ଦିନିକିଆ: ଡେବ୍ୟୁ କରିପାରନ୍ତି ଶୁଭମନ ଗିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ଗୁରୁବାର ୪ର୍ଥ ଦିନିକିଆ: ଡେବ୍ୟୁ କରିପାରନ୍ତି ଶୁଭମନ ଗିଲ

ହାମିଲଟନ୍‌: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୫ ଟିକିଆ ଦିନିକିଆ ସିରିଜ୍‌କୁ ଆଗୁଆ ୩-୦ରେ କବଜା କରିଥିବା ଟିମ୍‌ ଇଣ୍ଡିଆ ଆସନ୍ତାକାଲି ୪ର୍ଥ ଦିନିକିଆ ପାଇଁ ହାମିଲଟନ୍‌ ପଡ଼ିଆକୁ ଓହ୍ଲାଇବ। ଅଧିନାୟକ ବିରାଟ୍‌ କୋହଲି ଅବଶିଷ୍ଟ ଦୁଇଟି ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିବାରୁ ଆସନ୍ତାକାଲି  ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ ହୋଇପାରେ।

ବିରାଟ୍‌ଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଟିମ୍‌ ଇଣ୍ଡିଆର ନେତୃତ୍ୱ ନେବେ। ଭାରତ ଆଗୁଆ ସିରିଜ୍‌ ହାତେଇ ନେଇଥିବାରୁ ଟିମ୍‌ ମ୍ୟାନେଜମେଣ୍ଟ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚିନ୍ତା କରୁଛି। ବିଶେଷ କରି ବିରାଟ୍‌ କୋହଲିଙ୍କ ସ୍ଥାନରେ ଯୁବ ତାରକା ଶୁଭମନ ଗିଲ ଆସନ୍ତାକାଲି ଡେବ୍ୟୁ କରିପାରନ୍ତି। ସେହିପରି ମଧ୍ୟକ୍ରମରେ ମଧ୍ୟ ଦଳ ପରୀକ୍ଷାନିରୀକ୍ଷା କରିପାରେ।

ତେବେ ୪-୦ରେ ବିଜୟ ହାସଲ କରିବାକୁ ରୋହିତ ସେନା ଚେଷ୍ଟା କରିବ। କାରଣ ୫୨ ବର୍ଷ ମଧ୍ୟରେ ଟିମ୍‌ ଇଣ୍ଡିଆ କେବେ ହେଲେ ନ୍ୟୁଜିଲ୍ୟାଣ୍ଡ ମାଟିରେ ୪-୦ରେ ସିରିଜ୍‌ ଜିତିନାହିଁ। ତେଣୁ ଦଳ ପାଖରେ ଆସନ୍ତାକାଲି ଏହି ରେକର୍ଡ ସୃଷ୍ଟି କରିବାର ସୁଯୋଗ ରହିବ।

ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆ ନିଜର ବେଞ୍ଚର ଶକ୍ତି ମାପିବାକୁ ଏହାଠାରୁ ଭଲ ସୁଯୋଗ ପାଇବ ନାହିଁ। ଗତ ମ୍ୟାଚ୍‌ରେ ମାଂସପେଷି ଯନ୍ତ୍ରଣା ଯୋଗୁ ମହେନ୍ଦ୍ର ସିଂହ ଧୋନି ଖେଳି ନଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ କୌଣସି ସୂଚନା ମିଳିନାହିଁ। ତେବେ ଆସନ୍ତାକାଲିର ଟସ୍‌ ପୂର୍ବରୁ ଧୋନି ଖେଳିବେ କି ନାହିଁ, ତାହା ସ୍ପଷ୍ଟ ହେବ। ବିରାଟ୍‌ ନଥିବାରୁ ଟିମ୍‌କୁ ଜଣେ ଅଭିଜ୍ଞ ଖେଳାଳିଙ୍କ ଆବଶ୍ୟକ ପଡ଼ିବ। ତେଣୁ ସମ୍ଭବତଃ ଧୋନିଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ ଖେଳାଇବାକୁ ଲକ୍ଷ୍ୟ ରଖିବ। ଏପରି ସ୍ଥିତିରେ ଅମ୍ବାତି ରାୟୁଡୁ କିମ୍ବା ଦୀନେଶ କାର୍ତ୍ତିକଙ୍କ ବଦଳରେ ଶୁଭମନ ଗିଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇ ପାରେ।

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ମହମ୍ମଦ ଶାମି ନିରବଚ୍ଛିନ୍ନ ଭାବେ ଟିମ୍‌ରେ ଖେଳି ଆସୁଛନ୍ତି। ଗତ ମ୍ୟାଚ୍‌ରେ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ପାଇଥିବା ଶାମିଙ୍କୁ ଦଳ ଆସନ୍ତାକାଲି ବିଶ୍ରାମ ଦେବାକୁ ଚିନ୍ତା କରିପାରେ। ଯଦି ଶାମି ବିଶ୍ରାମ ନିଅନ୍ତି, ତା’ହେଲେ ଖଲୀଲ ଅହମ୍ମଦ କିମ୍ବା ମହମ୍ମଦ ସିରାଜଙ୍କ ମଧ୍ୟରୁ ଜଣଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିବ।

ଘରୋଇ ଦଳ ନ୍ୟୁଜିଲ୍ୟାଣ୍ଡ ଆସନ୍ତାକାଲି ସମ୍ମାନ ପାଇଁ ଖେଳିବ। ଆସନ୍ତାକାଲି ନୂଆ କରି ନ୍ୟୁଜିଲ୍ୟାଣ୍ଡ ସ୍କ୍ୱାଡ୍‌ରେ ସାମିଲ ହୋଇଥିବା ଜମି ନିଶାମଙ୍କୁ ଚୂଡ଼ାନ୍ତ ଏକାଦଶରେ ଅଲରାଉଣ୍ଡର ଭାବେ ସୁଯୋଗ ମିଳିପାରେ। ଦଳ ସ୍ପିନରଙ୍କୁ ଖେଳିବାରେ ସମସ୍ୟାରେ ପଡ଼ୁଛି। ତେଣୁ ଆସନ୍ତାକାଲି ଦଳ ଏଦିଗରେ ଅଧିକ ଦୃଷ୍ଟି ଦେବ।

ନ୍ୟୁଜିଲ୍ୟାଣ୍ଡ ଦଳ : କେନ୍‌ ୱିଲିୟମସନ୍‌(ଅଧିନାୟକ),ଟ୍ରେଣ୍ଟ ବୋଲ୍ଟ, କଲିନ୍‌ ଡି ଗ୍ରାଣ୍ଡହୋମ, ଲକି ଫରଗୁସନ୍‌,ମାର୍ଟିନ ଗପ୍ଟିଲ, ମ୍ୟାଟ୍‌ ହେନରୀ,ଟମ୍‌ ଲାଥାମ,କଲିନ୍‌ ମନରୋ, ହେନରୀ ନିକୋଲସ୍‌, ମିଚେଲ ସାଣ୍ଟନର, , ଟିମ୍‌ ସାଉଦି, ରସ୍‌ ଟେଲର, ଟୋଡ ଆଷ୍ଟେଲ ଓ ଜମି ନିଶାମ।
ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶିଖର ଧୱନ,ଅମ୍ବାତି ରାୟୁଡୁ,କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, ଦୀନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ବିଜୟ ଶଙ୍କର, ଶୁଭମାନ ଗିଲ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ୟୁଜବେନ୍ଦର ଚହଲ, କୁଲଦୀପ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଖଲୀଲ ଅହମ୍ମଦ।



from Odisha Reporter http://bit.ly/2UsTFxI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages