ବାପୁଜୀଙ୍କ ଜୀବନୀକୁ ନେଇ ତିଆରି ହୋଇଛି ଏହି ସବୁ ବଲିଉଡ୍‌ ଫିଲ୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ବାପୁଜୀଙ୍କ ଜୀବନୀକୁ ନେଇ ତିଆରି ହୋଇଛି ଏହି ସବୁ ବଲିଉଡ୍‌ ଫିଲ୍ମ

ମୁମ୍ୱାଇ: ଜାତିର ପିତା ମାହାତ୍ମା ଗାନ୍ଧିଙ୍କର ଆଜି ହେଉଛି ମହାପ୍ରୟାଣ ଦିବସ। ତେବେ ବାପୁଜୀଙ୍କର ମୃତ୍ୟୁ ହୋଇଛି ସତ, ତାଙ୍କ ବିଚାର ଅମର ହୋଇ ରହିଛି। ସତ୍ୟ ଓ ଅହିଂସ ପ୍ରତି ତାଙ୍କ ସମର୍ପଣଭାବ ଏବେ ବି ବିଶ୍ୱବ୍ୟାପୀ ଅନୁକରଣୀୟ ହୋଇ ରହିଛି।

ମୋହନ ଦାସ୍ କରମ୍ ଚାନ୍ଦ ଗାନ୍ଧିଙ୍କ ବିଚାର ଏବଂ ଦେଶବାସୀଙ୍କ ପ୍ରତି ଥିବା ତାଙ୍କ ଭଲ ପାଇବା ଓ ସମ୍ମାନବୋଧ ଯୋଗୁ ଆଜି ବି ତାଙ୍କୁ ଶ୍ରଦ୍ଧାର ସହ ‘ବାପୁ’ ବୋଲି ସମ୍ବୋଧନ କରାଯାଉଛି।  ଗାନ୍ଧିଜୀଙ୍କ ଜୀବନୀକୁ ନେଇ ବଲିଉଡ୍‌ରେ ଅନେକ ଫିଲ୍ମ ତିଆରି ହୋଇଛି।  କରାଯାଇଛି। ଆଜି ଆସନ୍ତୁ, ସେହି ଫିଲ୍ମଗୁଡ଼ିକ ସମ୍ପର୍କରେ ଜାଣିବା।

୧. ୧୯୮୨ ମସିହାରେ ପ୍ରଥମେ ମହାତ୍ମା ଗାନ୍ଧିଙ୍କ ଜୀବନୀକୁ ନେଇ ଏକ ବାୟୋପିକ୍‌ ଡ୍ରାମା ‘ଗାନ୍ଧି’ ତିଆରି ହୋଇଥିଲା। ଏହି ଫିଲ୍ମରେ ରିଚାର୍ଡ ଏଟନ୍‌ବୋରା ନିର୍ଦ୍ଦେଶନା ଦେଇଥିଲେ ଏବଂ ‘ଗାନ୍ଧି’ ଫିଲ୍ମକୁ ଓସ୍କାର ଆୱାର୍ଡ ବି ମିଳିଥିଲା।

୨. ୧୯୯୬ରେ ‘ମେକିଙ୍ଗ୍‌ ଅଫ୍‌ ଦି ମହାତ୍ମା’ ଫିଲ୍ମ ଗାନ୍ଧିଙ୍କ ଜୀବନୀକୁ ନେଇ ତିଆରି ହୋଇଥିଲା। ଏହି ଫିଲ୍ମରେ ମୁଖ୍ୟତଃ ଗାନ୍ଧିଜୀଙ୍କ ଦକ୍ଷିଣ ଆଫ୍ରିକା ଗସ୍ତ ପ୍ରଦର୍ଶିତ ହୋଇଥିଲା। ବିଶେଷ କରି ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀ କିପରି ବର୍ଣ୍ଣବୈଷମ୍ୟ ନୀତି ବିରୋଧରେ ସ୍ୱର ଉତ୍ତୋଲନ କରିଥିଲେ, ତାହା ହିଁ ପ୍ରଦର୍ଶିତ ହୋଇଥିଲା।

୩. ୨୦୦୦ ମସିହାରେ ରିଲିଜ୍‌ ହୋଇଥିବା ‘ଡଃ. ବାବା ସାହେବ ଆମ୍ୱେଦକର’ ଫିଲ୍ମଟି ମୁଖ୍ୟତଃ ସମ୍ବିଧାନ ପ୍ରଣେତା ଆମ୍ୱେଦକରଙ୍କ ଜୀବନୀକୁ ନେଇ ତିଆରି ହୋଇଥିଲେ ହେଁ  ଏଥିରେ ଗାନ୍ଧିଜୀ ଓ ଆମ୍ୱେଦକରଙ୍କ ସମ୍ପର୍କକୁ ପରଦାରେ ଦେଖା ଯାଇଥିଲା।

୪. ୨୦୦୫ରେ ନିର୍ମିତ ଫିଲ୍ମ ‘ମୈନେ ଗାନ୍ଧି କୋ ନହିଁ ମାରା’ରେ ଜଣାଶୁଣା ଅଭିନେତା ଅନୁପମ ଖେର୍‌ଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଏହି ଫିଲ୍ମରେ ଜହ୍ନୁ ବରୁଆ ନିର୍ଦ୍ଦେଶନା ଦେଇଥିଲେ।

୫. ୨୦୦୭ ମସିହାରେ ଗାନ୍ଧିଙ୍କ ପାରିବାରିକ ସମ୍ପର୍କକୁ ନେଇ ‘ଗାନ୍ଧି, ମାଇ ଫାଦର୍‌’ ନାମରେ ଏକ ଫିଲ୍ମ ତିଆରି ହୋଇଥିଲା। ଏହି ଫିଲ୍ମର ବିଷୟ ମହାତ୍ମା ଗାନ୍ଧି ଓ ତାଙ୍କର ବଡ଼ ପୁଅ ହରିଲାଲ୍‌ ଗାନ୍ଧିଙ୍କ ସମ୍ୱନ୍ଧକୁ ନେଇ ତିଆରି ହୋଇଥିଲା। ଫିଲ୍ମରେ ଅକ୍ଷୟ ଖାନ୍ନାଙ୍କ ଅଭିନୟକୁ ବେଶ୍‌ ପ୍ରଶଂସା କରାଯାଇଥିଲା । ଫିରୋଜ ଅବା ସ ଖାନ୍‌ ଏହାର ନିର୍ଦ୍ଦେଶନା ଦେଇଥିଲେ।

୬. ୨୦୧୧ରେ ହୋଇଥିବା ଫିଲ୍ମ ‘ଗାନ୍ଧି ଟୁ ହିଟ୍‌ଲର୍‌’ ରେ ରଘୁବୀର୍‌ ଯାଦବ ହିଟଲର୍‌ଙ୍କ ଭୂମିକାରେ ଏବଂ ଅଭିଜିତ୍‌ ଦତ୍ତ ଫିଲ୍ମରେ ମୋହନ ଦାସ କରମ ଚାନ୍ଦ ଗାନ୍ଧିଙ୍କ ଚରିତ୍ରରେ ଅଭିନୟ କରିଥିଲେ। ରିପୋର୍ଟ ଅନୁସାରେ, ଫିଲ୍ମଟି ଗାନ୍ଧିଙ୍କ ଦ୍ୱାରା ଲେଖା ଯାଇଥିବା ‘ଦ ଡାଉନ୍‌ଫଲ୍‌’ ପତ୍ରକୁ ନେଇ ଆଧାରିତ ଥିଲା। ଗାନ୍ଧିଜୀ ଏହି ପତ୍ର ହିଟଲର୍‌ଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ।



from Odisha Reporter http://bit.ly/2DKGiUd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages