ଶୁଳିଆରେ ପ୍ରତୀକାତ୍ମକ ବଳି ବ୍ୟବସ୍ଥା ହେଲେ କେମିତି ହୁଅନ୍ତା ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ଶୁଳିଆରେ ପ୍ରତୀକାତ୍ମକ ବଳି ବ୍ୟବସ୍ଥା ହେଲେ କେମିତି ହୁଅନ୍ତା ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୁଳିଆ ପୀଠ ରକ୍ତରଞ୍ଜିତ ହୋଇଛି। ନିରୀହ ପଶୁଙ୍କ ରକ୍ତରେ ଲାଲ୍‌ ହୋଇଛି ମାଟି। ଧର୍ମ ନାମରେ ଏଭଳି ପରମ୍ପରାଟି ଦୀର୍ଘ ଦିନରୁ ଚାଲି ଆସିଥିବା ବେଳେ ଅନେକାଂଶରେ ଏହାକୁ ବିରୋଧ କରାଯାଉଛି। ତା ହେଲେ ଆସନ୍ତୁ ଜାଣିବା ‘ବଳି’ ସମ୍ପର୍କରେ ଅଧିକ କିଛି।

ବାସ୍ତବରେ ବଳିର ସଂଜ୍ଞା କ’ଣ ଆସନ୍ତୁ ପ୍ରଥମେ ଜାଣିବା ଯାହା ଅଭିଧାନରେ ଉଲ୍ଲେଖ ରହିଛି। ବଳିର ବାସ୍ତବିକ୍‌ ଅର୍ଥଟି ହେଉଛି ଯଜ୍ଞାଦିରେ ନୈବେଦ୍ୟ ହେଉଥିବା ବସ୍ତୁ, ଉତ୍ସର୍ଗ, ଜୀବଗଣଙ୍କୁ ଖାଦ୍ୟଦାନ। ଏହି କ୍ରମରେ ଦେଖିଲେ ହୁଏତ ଆପଣ ମଧ୍ୟ ଆମ ସାଂସ୍କୃତିକ ଭାବଧାରା ସହ ଏକମତ ହେବେ ଯେ, କୌଣସି ଦ୍ରବ୍ୟ ବା କୁ-ବ୍ୟବହାରକୁ ଉତ୍ସର୍ଗ କରିବା ହିଁ ବଳି। ଯାହା କାଳକ୍ରମେ ଅପଭ୍ରଂଶ ହୋଇ ବଳିଦାନ ହୋଇଛି ଓ ପ୍ରାଣହାନି ବା ହତ୍ୟା କ୍ଷେତ୍ରରେ ବ୍ୟବହୃତ ହେଉଛି।

କଥାଟି ନିଶ୍ଚିତ ଭାବେ ବିବାଦୀୟ, ଏ କଥାକୁ ଆମେ ମଧ୍ୟ ଗ୍ରହଣ କରୁଛୁ। କିନ୍ତୁ ଏକ ଶୃଙ୍ଖଳିତ ସମାଜ ଗଠନ ପାଇଁ ଏହାକୁ ଯତ୍‌କିଞ୍ଚିତ୍‌ କମ୍‌ କରିଦେବା ଭଲ।

ଧାର୍ମିକ ଦୃଷ୍ଟିରୁ ଦେଖିଲେ ଭାରତୀୟ ଧର୍ମାଧାରରେ ଦେବୀ ବା ମାତୃଶକ୍ତି ହେଉଛନ୍ତି ପ୍ରତି ଭାରତୀୟ ପାଇଁ ପରମାରାଧ୍ୟ। ଯାହାଙ୍କ ଉପାସନାରେ ସମଗ୍ର ପ୍ରକୃତି ତାଙ୍କ ସନ୍ତାନ । ଏଣୁ କୌଣସି କ୍ଷେତ୍ରରେ ବଳି ଯେ, ମା’ ଗ୍ରହଣ କରୁଛନ୍ତି ଏହା କହିବା ସମୀଚିନ ହେବ ନାହିଁ। ଅହିଂସା ପରମୋଧର୍ମ ଆଧାରରେ ବଳି ପ୍ରଥାକୁ ପ୍ରତୀକାତ୍ମକ କରି ପାରିଲେ ବରଂ ଈଶ୍ୱର ଖୁସି ହେବେ ବୋଲି କୁହାଯାଇପାରେ।

ଏହାର ଏକ ଉଦାହରଣ ଭାବେ ଆମେ ଭଗବତୀ ପୀଠକୁ ଆଧାର କରିପାରିବା। ଅବିଭକ୍ତ ପୁରୀ ଜିଲାର ପ୍ରସିଦ୍ଧ ତନ୍ତ୍ରପୀଠ ହେଉଛି ବାଣପୁରର ଭଗବତୀ ପୀଠ। ଇତିହାସ କୁହେ, ଏଠାରେ ପୂର୍ବରୁ ନରବଳିର ପ୍ରଥା ରହିଥିଲା। ମହାଷ୍ଟମୀ ସମୟରେ ନିର୍ଦ୍ଦିଷ୍ଟ ଜେନା ସାଙ୍ଗିଆଧାରୀ ପରିବାରରୁ ଜନୈକ ବ୍ୟକ୍ତିଙ୍କୁ ମା’ଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାକୁ ଯାଇ ବଳି ଦିଆଯାଉଥିଲା ବା ହତ୍ୟା କରାଯାଉଥିଲା। ପରବର୍ତ୍ତୀ ସମୟରେ ଏହି ପ୍ରଥା ବନ୍ଦ ହୋଇଥିଲା। ଆଞ୍ଚଳିକ ଗବେଷକଙ୍କ ମତରେ ମନୁଷ୍ୟ ହତ୍ୟାକୁ ସାଧାରଣ ଲୋକେ ମଧ୍ୟ ଗ୍ରହଣୀୟ ନୁହେଁ ବୋଲି ଚିନ୍ତା କରି ଗଜପତି ମହାରାଜ ଓ ମୁକ୍ତି ମଣ୍ଡପ ପଣ୍ଡିତ ସଭାରେ ନିଷ୍ପତ୍ତିକୁ ଅପେକ୍ଷା କରିଥିଲେ। ସେବେଠାରୁ ଏହି ପୀଠରେ ପ୍ରତୀକ ବଳି ପ୍ରଥା ପ୍ରଚଳିତ ରହିଛି। ସେହି ଜେନା ପରିବାରର ଜଣେ ବ୍ୟକ୍ତିଙ୍କୁ ବଳି ପାଇଁ ପୂଜା ବା ନୈବେଦ୍ୟ ଆକାରରେ ମା’ଙ୍କ ନିକଟରେ ପାଣି ଛଡ଼ାଇ ଦେଇ କ୍ଷୁଦ୍ରାତି ଏକ ପଶୁ ବଧ କରଯାଏ। ଯାହାକି ଏବେସୁଦ୍ଧା ଜେନା ବଳି ପରମ୍ପରା ନାମରେ ଚାଲି ଆସୁଛି।

ଏଣୁ ଶୁଳିଆ ପୀଠକୁ ରକ୍ତରଞ୍ଜିତ ନ କରି ଏଠାରେ ମଧ୍ୟ ପ୍ରତୀକ ବଳି ବ୍ୟବସ୍ଥା କରାଗଲେ ଆମ ସଂସ୍କୃତି ଅଧିକ ରୁଦ୍ଧିମନ୍ତ ହୁଅନ୍ତା ବୋଲି କୁହାଯାଇପାରେ। ଯେଉଁଠି ଶହ ଶହ ସଂଖ୍ୟାରେ ପ୍ରାଣୀ ହତ୍ୟା କରାଯାଉଛି, ସେଠାରେ ନୀତିରକ୍ଷା ପାଇଁ ଅତି କମ୍‌ରେ ଗୋଟିଏ ପ୍ରାଣୀକୁ ଉତ୍ସର୍ଗ କରାଗଲେ ହୁଏତ ଆଗାମୀ ଦିନରେ ରକ୍ତପାତର ଏହି ପର୍ବ ମାତୃ ଉପାସନାରେ ସୀମିତ ରୁହନ୍ତା।



from Odisha Reporter http://bit.ly/2RhiMWY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages