କାଟୁ କଲାନି ପ୍ରଶାସନର ବାରଣ: ପୁଣି ରକ୍ତରଞ୍ଜିତ ହେଲା ଶୁଳିଆ ଖଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

କାଟୁ କଲାନି ପ୍ରଶାସନର ବାରଣ: ପୁଣି ରକ୍ତରଞ୍ଜିତ ହେଲା ଶୁଳିଆ ଖଳା

sulia

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ପ୍ରଶାସନର ବାରଣ ସତ୍ତ୍ୱେ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ କୁଲୁତାପଡ଼ା ପଞ୍ଚାୟତର ଖଇରଗୁରା ଏବଂ କୁମୁରିଆ ଗାଁର ଆଦିବାସୀ ସମ୍ପ୍ରଦାୟର ଲୋକେ ପାରମ୍ପାରିକ ରୀତିନୀତିରେ ନିଜର ଆରାଧ୍ୟ ଦେବାଦେବୀଙ୍କୁ ପୂଜା କରିବା ସହ ବଳି ପକାଇଛନ୍ତି। ଏଠାରେ ଶତାଧିକ ପଶୁଙ୍କୁ ବଳି ଦିଆଯାଇଛି। ଚଳିତବର୍ଷ ବଳି ଉପରେ ପ୍ରଶାସନ କଟକଣା ଲଗାଇ ନଥିଲେ ବି ବଳି ପକାଇବାକୁ ବାରଣ କରାଯାଇଥିଲା। ହେଲେ ୪ ଜଣ ମାଜିଷ୍ଟ୍ରେଟ୍‌, ପୁଲିସ୍‌ ଅଧିକାରୀ ଓ ପୁଲିସ୍‌ ଫୋର୍ସ ଆଗରେ ଆଦିବାସୀ ଲୋକେ ବଳି ପକାଇ ସେମାନଙ୍କ ଆରଧ୍ୟ ଦେବାଦେବୀଙ୍କ ପୂଜା କରିଛନ୍ତି।

ଗତକାଲି ଅର୍ଦ୍ଧରାତ୍ରରେ ଗାଁର ଶୁଳିଆଗୁଡ଼ିରେ ନିଶି ପୂଜା ଶେଷ ହୋଇଥିବା ବେଳେ ଆଜି ଶୁଳିଆ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଢୋଲ ନିଶାନ ତାଳେ ତାଳେ ଶୁଳିଆ ଖଳାକୁ ଆସିଥିଲେ। ଏହାପରେ ସାନ ଖଳା ଓ ବଡ଼ ଖଳାରେ ପରମ୍ପରା ଅନୁସାରେ ପଶୁ ବଳି ଦିଆଯାଇଥିଲା।

ଏହି ଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଆଦିବାସୀ ଲୋକେ ଯୋଗ ଦେଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଯାତ୍ରା ସ୍ଥଳରେ ଏସ୍‌ପି ଓ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ଜଣେ ଡିଏସ୍‌ପି ଓ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।



from Odisha Reporter http://bit.ly/2Cbn1Jh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages