ସଚିନ-ସେହୱାଗଙ୍କୁ ଟପିଲେ ରୋହିତ-ଧୱନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ସଚିନ-ସେହୱାଗଙ୍କୁ ଟପିଲେ ରୋହିତ-ଧୱନ

dhawansharma

ମାଉଣ୍ଟ ମାଙ୍ଗାନୁଇ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବି ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ବିରାଟ ବାହିନୀ ଏହି ମ୍ୟାଚ୍‌ରେ ଘରୋଇ ଟିମ୍‌କୁ ୯୦ ରନ୍‌ରେ ହରାଇଛି। ଭାରତ ୫୦ ଓଭରରେ ମାତ୍ର ୪ଟି ୱିକେଟ୍ ହରାଇ ୩୨୪ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୪୦.୨ ଓଭରରେ ୨୩୪ ରନ୍ କରି ଅଲ୍‌ ଆଉଟ୍ ହୋଇଯାଇଥିଲା। ଏହି ବିଜୟ ସହିତ ୫ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ଭାରତ ୨-୦ରେ ଆଗୁଆ ରହିଛି।

ଆଜିର ମ୍ୟାଚ୍‌ରେ ଓପନିଂ ଯୋଡ଼ି ରୋହିତ ଶର୍ମା ଓ ଶିଖର ଧୱନ ବଢ଼ିଆ ଖେଳିଥିଲେ। ସେମାନଙ୍କ ମଧ୍ୟରେ ପୁଣି ଶତକୀୟ ଭାଗୀଦାରୀ ହୋଇଥିଲା। ଦୁହିଁଙ୍କ ମଧ୍ୟରେ ୧୫୪ ରନ୍‌ର ପାର୍ଟନରସିପ୍ ହୋଇଥିବା ବେଳେ ପ୍ରଥମ ଶିଖର ଆଉଟ୍ ହୋଇଯାଇଥିଲେ। ଏହି ଶତକୀୟ ଭାଗୀଦାରୀ ସହିତ ଏ ଦୁଇ ଖେଳାଳି ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହୱାଗ ଯୋଡ଼ିକୁ ଟପି ଯାଇଛନ୍ତି।

ସଚିନ ଓ ସେହୱାଗ ମଧ୍ୟରେ ୧୩ଟି ଶତକୀୟ ଭାଗୀଦାରୀ ହୋଇଥିବା ବେଳେ ରୋହିତ ଓ ଶିଖରଙ୍କ ମଧ୍ୟରେ ୧୪ଟି ଶତକୀୟ ଭାଗୀଦାରୀ ହୋଇଛି।

ଆଜି ରୋହିତ ୯୬ ବଲ୍‌ରୁ ୮୭ ରନ୍ କରିଥିବା ବେଳେ ଧୱନ ୬୭ ବଲ୍‌ରୁ ୬୬ ରନ୍ କରିଥିଲେ।



from Odisha Reporter http://bit.ly/2RN8HkW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages