ସବୁଠି ଉଡ଼ିଲା ତ୍ରିରଙ୍ଗା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ସବୁଠି ଉଡ଼ିଲା ତ୍ରିରଙ୍ଗା

bbsr-123

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଜି ସାରାଦେଶରେ ୭୦ତମ ସାଧାରଣତନ୍ତ୍ର ଦିବସ ବେଶ୍ ଧୁମ୍‌ଧାମରେ ପାଳିତ ହୋଇଛି। ଏହି ଅବସରରେ ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି।

ରାଜଧାନୀ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି। ମହାତ୍ମା ଗାନ୍ଧି ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ
ଲାଲ୍ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ପରେଡ୍‌ରେ ସେ ଅଭିବାଦନ ଗ୍ରହଣ କରିଥିଲେ। ଏଥର ପରେଡରେ ସାମରିକ ଓ ବେସାମରିକ କ୍ଷେତ୍ରର ୫୪ଟି ଟ୍ରୁପ୍‌ ଭାଗ ନେଇଥିଲେ। ୯ଟି ପ୍ରଜ୍ଞାପନ ମେଢ଼ସହ ଡେୟାର ଡେଭିଲଶୋ’ ଖୁବ ଆକର୍ଷଣୀୟ ଥିଲା।

ctc-3-4

କଟକର ବାରବାଟି ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ। ଆୟୋଜିତ ପରେଡ୍‌ରେସାମରିକ ଓ ବେସାମରିକ କ୍ଷେତ୍ରର୪୨ଟି ଟ୍ରୁପ୍‌ ସାମିଲ୍ ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟସରକାରଙ୍କ ସଫଳତା ବଖାଣିଥିଲେ।

ସେହିପରି ସୁନ୍ଦରଗଡ଼ରେ ୭୦ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏଠାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାସହ  ଅୟୋଜିତ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।

flag-12

ବାଲେଶ୍ୱର ଜିଲ୍ଲା ନୀଳଗିରି ଷ୍ଟାଡିୟମ ପଡ଼ିଆରେ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ନୀଳଗିରି ତହସିଲଦାର ପତାକା ଉତ୍ତୋଳନ କରିଥିବା ବେଳେ  ୩୭ଟି ଶିକ୍ଷାଅନୁଷ୍ଠାନର ଛାତ୍ରଛାତ୍ରୀ ପରେଡ୍‌ରେ ଭାଗ ନେଇଥିଲେ।

ସମ୍ୱଲପୁର ଜିଲ୍ଲା କୁଚିଣ୍ଡାର  ମୁକୁନ୍ଦି ପଡ଼ିଆଠାରେ  ୭୦ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସାରୋହରେ ପାଳିତ ହୋଇଯାଇଛି। ଉପ-ଜିଲ୍ଲାପାଳ ବିଶ୍ୱରଞ୍ଜନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

କୋରାପୁଟ ପୁଲିସ୍‌ ପଡ଼ିଆ ଠାରେ ୭୦ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଠାରେ ସୂଚନା, ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବବ୍ୟାପର ମନ୍ତ୍ରୀ ପ୍ରାର୍ଥସାରଥୀ ବେହେରା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଛାତ୍ରଛାତ୍ରୀ ଓ ପୁଲିସ୍‌କୁ ନେଇ ଗଠିତ ୩୨ଟି ଦଳ ଦ୍ୱାରା ଚିତାକର୍ଷକ ପରେଡ୍‌ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ୫ ଜଣଙ୍କୁ ସେମାନଙ୍କ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସମ୍ମାନିତ କରାଯାଇଥିଲା।

koraput-34

୭୦ ତମ ସାଧାରଣତନ୍ତ୍ର ଦିବସ କେନ୍ଦ୍ରାପଡ଼ା ସ୍ୱୟଂଶାସିତ କଲେଜ ପଡ଼ିଆରେ ପାଳିତହୋଇଯାଇଛି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦାଶରଥି ଶତପଥୀ ମୂଖ୍ୟଅତିଥିଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣକରିଥିଲେ। ଏଥିରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବିଭିନ୍ନକ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

କଣ୍ଟାବାଞ୍ଜି ରେଳୱେ ଖେଳପଡ଼ିଆ ଠାରେ ଏନ୍‌ଏସି ସ୍ତରୀୟ ୭୦ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। କଣ୍ଟାବାଞ୍ଜି ବିଧାୟକ ହାଜ ମହମ୍ମଦ ଆୟୁବ ଖାଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ସମ୍ମଳିତ ପରେଡ୍‌ରେ  ଅଭିବାଦନ ଗ୍ରହଣ କରିଥିଲେ।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତି ଲାଲା ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ସୂଚନାଲୋକ ସମ୍ପର୍କ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ପତାକା ଉତ୍ତୋଳନ କରିଥିଲେ।

kala-67

ବୌଦ୍ଧରେ ବି ଜିଲ୍ଲାସ୍ତରୀୟଧାରଣତନ୍ତ୍ରଦିବସପାଳିତହୋଇଯାଇଛି।ଏହିଅବସରରେ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ‌ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଠାରେ ଆୟୋଜିତ ପରେଡ୍‌ରେ ମୋଟ ୪୦ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ୧୦ଗୋଟି ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା।

ଭଦ୍ରକ ସ୍ଥିତନେହରୁ ଷ୍ଟାଡିୟମ୍‌ରେ ଜିଲ୍ଲାସ୍ତରୀୟ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ।ଏଥିସହ ପିଠା ଯୋଜନାରେ ବିଭିନ୍ନ ହିତାଧିକାରୀଙ୍କୁ ସହାୟତା ଓ ମାନପତ୍ର ଦିଆଯାଇଥିଲା।

bhadrak-567

ବ୍ରହ୍ମପୁର ଷ୍ଟାଡିୟମରେ ପାଳିତ ହୋଇଯାଇଛି ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ଦକ୍ଷିଣାଞ୍ଚଳର ଆରଡିସି ପତାକା ଉତ୍ତୋଳନ ସହ ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ୪୨ଟି ଗ୍ରୁପ୍‌ ପରେଡ୍‌ରେ ଅଂଶ ଗ୍ରହଣ କରିଥିଲେ।

୭୦ତମ ସାଧାରଣତନ୍ତ୍ର ଦିବସ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ମଧ୍ୟ ପାଳନ ହୋଇଯାଇଛି।  ରିଜର୍ଭ ପୁଲିସ୍‌ ପରେଡ୍‌ ପଡ଼ିଆରେ ଆୟୋଜିତ ଏହି ଉତ୍ସବରେ ଯୋଜନା ଓ ସଂଯୋଜନା,  ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

 

 



from Odisha Reporter http://bit.ly/2S3Ra7D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages