ଚୋରି କରିବାକୁ ଆସିଥିଲେ, ବାଇକ୍‌ରୁ ତେଲ ସରିଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

ଚୋରି କରିବାକୁ ଆସିଥିଲେ, ବାଇକ୍‌ରୁ ତେଲ ସରିଗଲା

ହାର୍ଥସ: ଉତ୍ତର ପ୍ରଦେଶର ହାର୍ଥସରେ ଦୁଇ ଜଣ ଚୋର ଚୋରି କରି ବାଇକ୍‌ରେ ଖସିଯିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ଲୋକମାନେ ସେମାନଙ୍କୁ ପିଛା କରୁଥିବା ବେଳେ ହଠାତ୍‌ ଚୋର ଦୁହିଁଙ୍କ ଗାଡ଼ିରୁ ପେଟ୍ରୋଲ ସରି ଯାଇଥିଲା। ଫଳରେ ଲୋକମାନେ ବେଶ ନାଟକୀୟ ଢଙ୍ଗରେ ଉଭୟଙ୍କୁ କାବୁ କରିଛନ୍ତି। କାବୁ କରିବା ପରେ ଚୋର ଦୁହିଁଙ୍କ ଅବସ୍ଥା କ’ଣ ହୋଇଥିବ ସେକଥା ଆପଣମାନେ ଭଲ ଭାବେ ଜାଣି ପାରୁଥିବେ।

ଏକ ସରକାରୀ ସ୍କୁଲରେ ପାଠ ପଢ଼ାଉଥିବା ନିର୍ମଳା ନାମକ ଜଣେ ଶିକ୍ଷୟିତ୍ରୀ ଅଟୋରେ ଯାଉଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ସେ ଧରିଥିବା ପର୍ସକୁ ନେଇ ଫେରାର ହୋଇଯାଇଥିଲେ। ଏହି ସମୟରେ ଅନ୍ୟ ଏକ ସ୍କୁଲର ପ୍ରିନ୍ସିପାଲ ଅଟୋ ପଛରେ ଆସୁଥିଲେ। ଦୁର୍ବୃତ୍ତଙ୍କ ଏଭଳି କାରନାମା ଦେଖି ସେ ବାଇକ୍‌ ଯୋଗେ ସେମାନଙ୍କ ପିଛା କରିବା ସହ ପୁଲିସ୍‌କୁ ଖବର ଦେଇଥିଲେ।

ପ୍ରିନ୍ସିପାଲ ଅରୁଣ କୌଶିକଙ୍କ କହିବା ଅନୁଯାୟୀ, “ ମୁଁ ବେଶ ଚୁପଚାପ ଚୋର ଦୁହିଁଙ୍କ ବାଇକର ପିଛା କରିଥିଲି। ସେମାନଙ୍କ ଗାଡ଼ିରେ ନମ୍ବର ପ୍ଲେଟ ଲାଗି ନଥିବା ବେଳେ ସେମାନଙ୍କ ବାଇକ୍‌ର ଚକା ପଙ୍କଚର ହୋଇଯାଇଥିଲା। ତେବେ ଚୋର ଦୁହିଁଙ୍କ ଗାଡ଼ିରୁ ହଠାତ୍‌ ତେଲ ସରିଯିବାରୁ ସେମାନେ ଏକ ପେଟ୍ରୋଲ ପମ୍ପରେ ଅଟକି ଥିଲେ। ଏହି ସମୟରେ ମୁଁ, କିଛି ପେଟ୍ରୋଲ ପମ୍ପ କର୍ମଚାରୀ ଏବଂ ସାଧାରଣ ଲୋକ ମିଶି ସେମାନଙ୍କୁ କାବୁ କରି ନେଇଥିଲୁ। ଏହାପରେ ପୁଲିସ୍‌ ଉଭୟଙ୍କୁ ଗିରଫ କରିଥିଲା।”

ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜରେ ପ୍ରିନ୍ସିପାଲ ଏବଂ ଅନ୍ୟ କର୍ମଚାରୀମାନେ କେମିତି ଚୋର ଦୁହିଁଙ୍କୁ କାବୁ କରିବା ସହ ସେମାନଙ୍କୁ ମାଡ଼ ମାରୁଛନ୍ତି, ତା’ର ଦୃଶ୍ୟ ରହିଛି। ଏହି ଚୋରମାନଙ୍କ ପାଖରୁ ଏକ ପିସ୍ତଲ ଜବତ ହୋଇଥିବା ପୁଲିସ୍‌ କହିଛି।



from Odisha Reporter http://bit.ly/2VjgoO9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages