
ନୂଆଦିଲ୍ଲୀ: ମାୟାବତୀଙ୍କ ବିଏସ୍ପି ସହାୟତାରେ ମଧ୍ୟପ୍ରଦେଶରେ ସରକାର ଗଠନ କରିଥିବା କଂଗ୍ରେସ ଏବେ ଚାପରେ ଏକ ପ୍ରକାରର ଚେପା ହୋଇଯାଇଛି। ଦଳିତଙ୍କ ନାଁରେ ରୁଜୁ ହୋଇଥିବା ମାମଲା ଉଠା ନଗଲେ ସମର୍ଥନ ପ୍ରତ୍ୟାହାର କରିବାକୁ ମାୟାବତୀଙ୍କ ଧମକ ପରେ କଂଗ୍ରେସ ଏବେ ଅଡ଼ୁଆରେ ପଡ଼ିଛି। ମାୟାବତୀଙ୍କ ଏହି ଧମକରେ ଡରି ଯାଇ କଂଗ୍ରେସ ଏସ୍ସି/ଏସ୍ଟି ଆଇନ୍କୁ ବିରୋଧ କରିଥିବା କାରଣରୁ ଦଳିତଙ୍କ ନାଁରେ ରୁଜୁ ମାମଲା ପ୍ରତ୍ୟାହାର କରିବାକୁ ରାଜି ହୋଇଛି। ମାୟାବତୀଙ୍କ ଧମକରେ ଡରି ଯାଇ କମଲନାଥ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।
ସୋମବାର ମାୟାବତୀ କହିଥିଲେ ଯେ ଯଦି ମଧ୍ୟପ୍ରଦେଶର କ୍ଷମତାସୀନ କଂଗ୍ରେସ ସରକାର ଦଳିତଙ୍କ ଉପରେ ରୁଜୁ ମାମଲାକୁ ନ ଉଠାଇବ, ତା’ହେଲେ ବିଏସ୍ପି ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିନେବ। ଏହି ବୟାନର ଗୋଟିଏ ଦିନ ପରେ ବିଜେପି ସରକାରଙ୍କ ଅମଳରେ ଦଳିତଙ୍କ ଉପରେ ରୁଜୁ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରିବାକୁ ନୂଆ ସରକାର ନିଷ୍ପତ୍ତି ନେଇଛନ୍ତି।
କେବଳ ସେତିକି ନୁହେଁ, ବିଗତ ୧୫ ବର୍ଷ ମଧ୍ୟରେ ଦଳିତଙ୍କ ଉପରେ ରୁଜୁ ହୋଇଥିବା ଅନ୍ୟ ସମସ୍ତ ମାମଲା ମଧ୍ୟ ପ୍ରତ୍ୟାହାର କରାଯିବ ବୋଲି କଂଗ୍ରେସ ସରକାର ସ୍ଥିର କରିଛନ୍ତି। ମଧ୍ୟପ୍ରଦେଶର ଆଇନ୍ ମନ୍ତ୍ରୀ କହିଛନ୍ତି “ ଏସ୍ସି/ଏସ୍ଟି ଆଇନ୍ ୧୯୮୯କୁ ନେଇ ୨୦୧୮ ମସିହା ଏପ୍ରିଲ ୨ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହି ସମୟରେ ଦଳିତ ସଂପ୍ରଦାୟର ଲୋକଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା। ଏବେ ସମସ୍ତ ମାମଲାକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ହୋଇଛି।”
from Odisha Reporter http://bit.ly/2Qh2GaL
No comments:
Post a Comment