ମାଛ ମାରିବାକୁ ଯାଇଥିଲେ, ଆସିଲା ଗୁଳିବିଦ୍ଧ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ମାଛ ମାରିବାକୁ ଯାଇଥିଲେ, ଆସିଲା ଗୁଳିବିଦ୍ଧ ମୃତଦେହ

paradip

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ ନିକଟ ଗଭୀର ସମୁଦ୍ର ଭିତରରୁ ଜଣେ ବୋଟ୍ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦେହରେ ଗୁଳି ବାଜିବା କାରଣରୁ ତାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ମାୟାଧର ମଲ୍ଲିକ। ମାୟାଧରଙ୍କ ଘର ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ନରଣପୁର ଗାଁରେ।

ମାୟାଧର ‘ମାଆ କାନନ୍’ ବୋଟ୍‌ରେ ବାଲେଶ୍ୱର ବଳରାମଗଡ଼ି ସମୁଦ୍ରକୁ ମାଛ ଧରିବାକୁ ସେ ଯାଇଥିଲେ। ସମୁଦ୍ରରେ ପାଟ୍ରୋଲିଂ କରୁଥିବା ବେଳେ କୋଷ୍ଟଗାର୍ଡଙ୍କୁ ମାୟାଧରଙ୍କ ମୃତଦେହ ମିଳିଥିବା କୁହାଯାଉଛି। ହେଲେ କୋଷ୍ଟଗାର୍ଡ କର୍ମଚାରୀଙ୍କ ଗୁଳିମାଡ଼ରେ ମାୟାଧରଙ୍କ ମୃତ୍ୟୁ ହୋଇଥିବା ତାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଗଭୀର ସମୁଦ୍ରରେ ମାଛ ମାରିବାକୁ ଯାଇଥିବା ବେଳେ ଗୁଳିମାଡ଼ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।

କୋଷ୍ଟଗାର୍ଡ ଡିଆଇଜି ରାଜେଶ ମକୱାନା ଗୁଳି ମାଡ଼ ଘଟଣାକୁ ସ୍ୱୀକାର କରିଛନ୍ତି। ପାଟ୍ରୋଲିଂ କର୍ମଚାରୀ ଅଟକିବେକୁ କହିବାରୁ ମାୟାଧରଙ୍କ ସମେତ ଅନ୍ୟମାନେ ଖସି ପଳାଇବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ଗୁଳିମାଡ଼ ହୋଇଛି। ତେବେ ସେମାନେ କାହିଁକି ଖସି ଯିବାକୁ ଚେଷ୍ଟା କରୁଥିଲେ ? କୋଷ୍ଟାଗାର୍ଡ କର୍ମଚାରୀମାନେ ଅଟକି ବାକୁ କହିବା ପରେ ସେମାନେ କହିଁକି ଶୁଣି ନଥିଲେ ? ଏହା ପଛରେ କ’ଣ କାରଣ ରହିଛି ? ଆଦି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ବୋଲି ସେ କହିଛନ୍ତି।



from Odisha Reporter http://bit.ly/2TIsqPd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages