
ଯାଜପୁର (ଗୁଲାମ ଗସ୍): ଯାଜପୁର ଜିଲ୍ଲା ବିଂଝାରପୁର ତହସିଲ କାର୍ଯ୍ୟାଳୟରେ ଜଣେ ପିଅନ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ପ୍ରଶାନ୍ତ ଜେନା। ତାଙ୍କ ଘର ସ୍ଥାନୀୟ ମାଷଡ଼ା ଗାଁରେ।
ସେ ଦୀର୍ଘ ବର୍ଷ ହେଲା ଚିନ୍ତାଗ୍ରସ୍ତ ରହୁଥିବା ଜଣାଯାଇଛି। ସେ ଆଜି ସକାଳ ପ୍ରାୟ ୮ଟା ବେଳେ ତହସିଲ୍ ଅଫିସକୁ ଆସିଥିଲେ। ଅଫିସ୍ରେ କେହି ନଥିବା ବେଳେ ସେ ପଙ୍ଖାରେ ରଶି ଲଗାଇ ଝୁଲିପିଡ଼ିଥିବା ସନ୍ଦେହ କରାଯାଉଛି।
ଘଟଣା ଖବର ପାଇ ବିଂଝାରପୁର ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ଥିବା ମୃତଦେହକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ କରୁଛି।
ପ୍ରଶାନ୍ତ ଆଉ ୪ ମାସ ପରେ ଚାକିରିରୁ ଅବସର ନେଇଥାନ୍ତେ ବୋଲି ଜଣାପଡ଼ିଛି।
from Odisha Reporter http://bit.ly/2FrZFm1
No comments:
Post a Comment