ପରାଜୟ ନିଶ୍ଚିତ ଜାଣି ବିରୋଧୀ ଇଭିଏମ୍‌ ବିରୋଧରେ ବିଷୋଦ୍‌ଗାର କରୁଛନ୍ତି: ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 20, 2019

ପରାଜୟ ନିଶ୍ଚିତ ଜାଣି ବିରୋଧୀ ଇଭିଏମ୍‌ ବିରୋଧରେ ବିଷୋଦ୍‌ଗାର କରୁଛନ୍ତି: ମୋଦି

ପାଣାଜୀ: ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ୨୩ ବିରୋଧୀ ଦଳ କୋଲକତାଠାରେ ଏକାଠି ହେବାକୁ ନେଇ ତାଚ୍ଛଲ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି ଏହି ମହାମେଣ୍ଟ ‘ଦୁର୍ନୀତି, ନକାରାତ୍ମକତା ଏବଂ ଅସ୍ଥିରତା’କୁ ନେଇ ଗଠିତ ହୋଇଛି। ସେମାନଙ୍କର ଅବଶ୍ୟମ୍ଭାବୀ ପରାଜୟ ଏଡ଼ାଇବା ପାଇଁ ଏହି ପ୍ରୟାସ ବୋଲି ମୋଦି କହିଥିଲେ।

ପ୍ରଧାନମନ୍ତ୍ରୀ ଗୋଆଠାରେ ଏକ ବୈଠକରେ କହିଥିଲେ, “୨୦୧୯ ନିର୍ବାଚନରେ ପରାଜୟ ଆସନ୍ନ ବୋଲି ଜାଣି ବିରୋଧୀ ଦଳ ବାହାନା ଖୋଜୁଛନ୍ତି ଏବଂ ସେଥିପାଇଁ ଇଭିଏମ୍‌ ବିରୋଧରେ ବିଷେଦ୍‌ଗାର କରାଯାଉଛି।”

ମମତାଙ୍କ କୋଲକାତା ରାଲିରେ ଇଭିଏମ୍‌ ବିରୋଧୀ ସ୍ୱର ଦେଖିବାକୁ ମିଳିଥିଲା। ବିଶେଷ କରି ଫାରୁକ୍‌ ଅବଦୁଲ୍ଲା ଇଭିଏମ୍‌ ବିରୋଧରେ ମତ ଦେଇ ଏହାକୁ ଚୋର ମେସିନ୍‌ କହିଥିଲେ। ଗତବର୍ଷ ବିଜେପିର ଅଭୂତପୂର୍ବ ବିଜୟକୁ ନେଇ ବିରୋଧୀଙ୍କ ପକ୍ଷରୁ ଏପରି ଅଭିଯୋଗ ଅଣାଯାଇଥିଲା।

ଏହାର ପ୍ରତିକ୍ରିୟାରେ ବରିଷ୍ଠ ବିଜେପି ନେତା ରାମ ମାଧବ କହିଥିଲେ, “ମୁଁ ଫାରୁକ୍‌ ଅବଦୁଲ୍ଲାଙ୍କୁ ନୁହେଁ, ମୁଁ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ର କଂଗ୍ରେସ ନେତୃମଣ୍ଡଳୀଙ୍କୁ ପଚାରିବାକୁ ଚାହେଁ ସେମାନେ କ’ଣ ଏହି ଚୋର ଇଭିଏମ୍‌ ପାଇଁ ୩ ରାଜ୍ୟର ବିଧାନସଭାରେ ଜିତିଥିଲେ।”



from Odisha Reporter http://bit.ly/2Cx3yTD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages