ପାଣ୍ଡ୍ୟା ସେମିତି କିଛି ଅପରାଧ କରିନାହାନ୍ତି: ଅଗରକର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 20, 2019

ପାଣ୍ଡ୍ୟା ସେମିତି କିଛି ଅପରାଧ କରିନାହାନ୍ତି: ଅଗରକର

ମୁମ୍ବାଇ: ଟିଭି ଶୋ’ ‘କଫି ୱିଥ୍‌ କରନ୍‌’ରେ ଦିଆଯାଇଥିବା କେତେକ ମନ୍ତବ୍ୟକୁ ନେଇ ଗତ କିଛି ସପ୍ତାହ ହେଲା ଭାରତୀୟ କ୍ରିକେଟ୍‌ ମାହୋଲ ଗରମ ରହିଛି। ଏହି କାର୍ଯ୍ୟକ୍ରମରେ ମହିଳାଙ୍କ ସମ୍ପର୍କରେ କେତେକ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଯୋଗରେ ହାର୍ଦ୍ଦିକ୍‌ ପାଣ୍ଡ୍ୟା ଏବଂ କେଏଲ୍‌ ରାହୁଲଙ୍କ କ୍ୟାରିଅର ଏବେ ବିପଦରେ ପଡ଼ିଥିବାବେଳେ ସେମାନଙ୍କୁ ଅଷ୍ଟ୍ରେଲିଆ ଗସ୍ତ ଅଧାରୁ ହିଁ ସ୍ୱଦେଶ ଫେରିବାକୁ ପଡ଼ିଛି।

ସୁପ୍ରିମ୍‌କୋର୍ଟ ଏହି ମାମଲାର ବିଚାର କରି ଜଣେ ଅମ୍ବୁଡ୍‌ସମ୍ୟାନ୍‌ ନିଯୁକ୍ତ କରିବାର ଅଛି। କିନ୍ତୁ ଏହା କେବେ ହେବ ଏବଂ ଏହା ପରେ କ’ଣ ହେବ, ତାକୁ ନେଇ ଅନିଶ୍ଚିତତା ଜାରି ରହିଛି। ସମାଧାନ ନହୋଇପାରିଲେ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବାକୁ ଥିବା ଆଇପିଏଲ ମଧ୍ୟ ମିସ୍‌ କରିବେ।

ତେବେ ଏହି ସମୟରେ ପୂର୍ବତନ ଅଲରାଉଣ୍ତର ଅଜିତ ଅଗରକର କିନ୍ତୁ ପାଣ୍ଡ୍ୟାଙ୍କ ସମର୍ଥନରେ ବାହାରିଛନ୍ତି। ସେ କହିଛନ୍ତି, “ହାର୍ଦ୍ଦିକ୍‌ ପାଣ୍ଡ୍ୟା ଶୀଘ୍ର ଦଳକୁ ଫେରିବା ଆବଶ୍ୟକ। ଜାଣିନି କିଏ ଏମିତି ତରବରରେ ଏହି ନିଷ୍ପତ୍ତି ନେଇଥିଲା। ମୁଁ ଏହା କହିବାକୁ ଚାହେଁ ସେ ସେମିତି କିଛି ଅପରାଧ କରିନାହାନ୍ତି, ହଁ ସେ କିଛି ଅରୁଚିକର ମନ୍ତବ୍ୟ ଦେଇ ଭୁଲ କରିଛନ୍ତି।”

ଅଗରକର ଆହୁରି ମଧ୍ୟ କହିଛନ୍ତି, ପାଣ୍ଡ୍ୟା ୩ଟି ମ୍ୟାଚ୍‌ ମିସ୍‌ କରିସାରିଲେଣି। ସେ ଆଗକୁ ଆହୁରି ୫ଟି ମ୍ୟାଚ୍‌ ମିସ୍‌ କରିବା ନିଶ୍ଚିତ ହୋଇସାରିଛି। ଗତ ଅଢ଼େଇ ମାସ ହେଲା ସେ ସେମିତି କିଛି ଖେଳିବାକୁ ସୁଯୋଗ ପାଇନାହାନ୍ତି।



from Odisha Reporter http://bit.ly/2RCYVly

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages