୧୫୩ ଟଙ୍କାରେ ଦେଖିପାରିବେ ୧୦୦ ମାଗଣା ଚ୍ୟାନେଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

୧୫୩ ଟଙ୍କାରେ ଦେଖିପାରିବେ ୧୦୦ ମାଗଣା ଚ୍ୟାନେଲ୍‌

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧ରୁ ଟ୍ରାଇ ଦ୍ୱାରା ପ୍ରଚଳିତ ନୂଆ ନିୟମ ଦେଶରେ ଲାଗୁ ହେବ। ଅର୍ଥାତ ଦର୍ଶକମାନେ ଯେଉଁ ଚ୍ୟାନେଲ୍‌ ଦେଖିବେ, ସେଥିପାଇଁ ହିଁ କେବୁଲ ଅପରେଟର କିମ୍ବା ଡିଟିଏଚ୍‌ କମ୍ପାନୀଙ୍କୁ ତା’ର ଟଙ୍କା ଦେବେ। କିନ୍ତୁ ଜଣେ ବ୍ୟକ୍ତି ମାସକୁ ମାତ୍ର ୧୫୩ ଟଙ୍କା ଦେଇ ୧୦୦ଟି ଦେୟ ମୁକ୍ତ ଚ୍ୟାନେଲ୍‌ ଦେଖିପାରିବେ।

ଆଜି ଏନେଇ ଟ୍ରାଇ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ଯଦି କେହି କୌଣସି ଚ୍ୟାନେଲ୍‌ ସବ୍‌ସ୍କ୍ରାଇବ୍‌ କରୁନାହାନ୍ତି, ତା’ହେଲେ ସେମାନେ ମାସକୁ ୧୫୩.୪୦ ଟଙ୍କା(ଜିଏସ୍‌ଟି ସହ) ଦେୟମୁକ୍ତ ୧୦୦ଟି ଚ୍ୟାନେଲ ଦେଖିପାରିବେ। ତେବେ ଗ୍ରାହକମାନେ ଯଦି ଦେୟଯୁକ୍ତ ଚ୍ୟାନେଲ୍‌ ଦେଖିବାକୁ ଚାହିଁବେ, ତା’ହେଲେ ଜାନୁଆରୀ ୩୧ ସୁଦ୍ଧା ନିଜ ପସନ୍ଦର ଚ୍ୟାନେଲ ବାଛିବାକୁ ପଡ଼ିବ। କାରଣ ଫେବୃଆରୀ ୧ରୁ ନୂଆ ନିୟମ ଲାଗୁ ହେବ।

ଯଦି ଦର୍ଶକମାନେ ଏହି ନିୟମ ବିଷୟରେ ଜାଣିବାକୁ ଚାହୁଁଛନ୍ତି, ତା’ହେଲେ ଏଥିପାଇଁ ଟ୍ରାଇ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗ୍ରାହକମାନେ ୦୧୧-୨୩୨୩୭୯୨୨(ଏକେ ଭରଦ୍ୱାଜ) ଓ ୦୧୧-୨୩୨୨୦୨୦୯ ନମ୍ବରକୁ କଲ୍‌ କରି ନିଜର ସମସ୍ତ ପ୍ରଶ୍ନର ଉତ୍ତର ପାଇପାରିବେ।

ଏହା ବ୍ୟତୀତ ଇ-ମେଲ୍‌ ଜରିଆରେ ମଧ୍ୟ ଗ୍ରାହକମାନେ ସେମାନଙ୍କ ପ୍ରଶ୍ନର ଉତ୍ତର ପାଇପାରିବେ। ଏଥିପାଇଁ ଟ୍ରାଇ ପକ୍ଷରୁ advbcs-2@trai.gov.in or arvind@gov.in ବ୍ୟବସ୍ଥା କରାଯାଇଛି। ସେହିପରି କୌଣସି ଦେୟଯୁକ୍ତ ଚ୍ୟାନେଲର ମୂଲ୍ୟ ୧୯ ଟଙ୍କାରୁ ଅଧିକ ହେବନାହିଁ ବୋଲି ଟ୍ରାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।



from Odisha Reporter http://bit.ly/2Rsqcqv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages