ଏହି ଫଟୋରେ ରହିଛି ଏକ ଜନ୍ତୁର ଛବି, କହିଲେ ଦେଖି ସେଇଟା କ’ଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

ଏହି ଫଟୋରେ ରହିଛି ଏକ ଜନ୍ତୁର ଛବି, କହିଲେ ଦେଖି ସେଇଟା କ’ଣ

ନୂଆଦିଲ୍ଲୀ: ପ୍ରଥମେ ଦେଖିଲେ ଏହା କେବଳ ଏକ କଳାଧଳା ଗାର ବୋଲି ଆପଣ ଭାବୁଥିବେ। କିନ୍ତୁ ଆପଣ ଯଦି ବେଶ ସତର୍କତାର ସହ ଏହାକୁ ଦେଖିବେ ଓ ଆପଣଙ୍କ ମୁଣ୍ଡ ଖର୍ଚ୍ଚ କରିବେ, ତା’ହେଲେ ଏହି ଅପଟିକାଲ ଇଲ୍ୟୁଜନ୍‌ ମଧ୍ୟରେ ଏକ ଜନ୍ତୁର ଛବି ରହିଥିବା ଦେଖିବାକୁ ପାଇବେ।

ବର୍ତ୍ତମାନ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଫଟୋକୁ ପ୍ରଥମେ ନ୍ୟୁଜିଲ୍ୟାଣ୍ଡରେ ଅବସ୍ଥାପିତ ଇଞ୍ଜିନିୟର ଡା. ମାଇକେଲ ଡିକିନ୍‌ସନ୍‌ ଏହି ଫଟୋକୁ ଟ୍ୱିଟର୍‌ରେ ପୋଷ୍ଟ କରିଥିଲେ। ସେ ଏଥିରେ ଲେଖିଥିଲେ, “ ଆପଣ ଯଦି ନିଜ ମୁଣ୍ଡକୁ ହଲାଇବେ, ତା’ହେଲେ ଏହି ଅପଟିକାଲ ଇଲ୍ୟୁଜନ୍‌ ପଛରେ ଥିବା ଜନ୍ତୁକୁ ଦେଖିପାରିବେ।

ଯଦି ଆପଣ ଏଥିରେ କୌଣସି ଜନ୍ତୁକୁ ଦେଖିପାରୁ ନାହାନ୍ତି, ତା’ହେଲେ ଆପଣ ପ୍ରଥମେ ସ୍କ୍ରିନ୍‌ରୁ ନିଜର ଆଖି ହଟାଇ ଦିଅନ୍ତୁ ନଚେତ୍‌ ନିଜର ଆଖି ଡୋଳାକୁ ବୁଲାନ୍ତୁ।

ଏହି ଫଟୋଟି ଟ୍ୱିଟ୍‌ରରେ ପୋଷ୍ଟ ହେବା ପରେ ସମଗ୍ର ବିଶ୍ୱରେ ଏହାକୁ ନେଇ ଚହଳ ସୃଷ୍ଟି ହୋଇଛି। ଲୋକମାନେ ଟ୍ୱିଟ୍‌ରରେ ନିଜର ମତାମତ ମଧ୍ୟ ଦେଉଛନ୍ତି।

ଆପଣ ଧ୍ୟାନର ସହିତ ଦେଖିବା ପରେ କ’ଣ ଏହା ମଧ୍ୟରେ ଏକ ବିଲେଇ ଥିବା ଦେଖିବାକୁ ପାଇଲେ କି?



from Odisha Reporter http://bit.ly/2spk6Iv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages