ଶରୀର ପାଇଁ ଖୁବ୍‌ ଉପକାରୀ ‘ଚିନାବାଦାମ୍‌’, ନିୟମିତ ଖାଇଲେ ମିଳେ ଏହି ସବୁ ଫାଇଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

ଶରୀର ପାଇଁ ଖୁବ୍‌ ଉପକାରୀ ‘ଚିନାବାଦାମ୍‌’, ନିୟମିତ ଖାଇଲେ ମିଳେ ଏହି ସବୁ ଫାଇଦା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଶୀତ ଦିନେ ଚିନାବାଦାମ୍ ଖାଇବାକୁ ଅଧିକାଂଶ ଖୁବ୍ ଭଲ ପା’ନ୍ତି। କିଛି ଲୋକ ବସ୍‌ ବା ଟ୍ରେନ୍‌ ଯାତ୍ରା ବେଳେ ଆଉ କେହି ଫିଲ୍ମ ହଲ୍ ବା ପାର୍କରେ ମଧ୍ୟ ଚିନାବାଦାମ୍‌କୁ ଟାଇମ୍ ପାସ୍‌ ଖାଦ୍ୟ ସାମଗ୍ରୀ ଭାବେ ବ୍ୟବହାର କରନ୍ତି। ହେଲେ ଆପଣ ଜାଣନ୍ତି କି, ଚିନାବାଦାମ ଖାଇବା ଦ୍ୱାରା ଆମ ଶରୀରକୁ ବହୁ ଫାଇଦା ମିଳିଥାଏ। ବାଦାମରେ ଭରପୁର ଥିବା ପ୍ରୋଟିନ୍ ଶରୀରର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିଥାଏ। ଏବେ ଆସନ୍ତୁ ଜାଣିବା, ପ୍ରତିଦିନ ଚିନାବାଦାମ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କଅଣ ସବୁ ଫାଇଦା ହୋଇଥାଏ।

୧. ପ୍ରତିଦିନ ସକାଳୁ ଏକ ମୁଠା କଞ୍ଚା ବାଦାମ ଖାଇବା ଦ୍ୱାରା ଶରୀରକୁ ପ୍ରୋଟିନ୍ ମିଳିଥାଏ।

୨. ଏକ ଲିଟର କ୍ଷୀରରୁ ଶରୀରକୁ ଯେଉଁ ଶକ୍ତି ମିଳିଥାଏ, ୧୦ ଗ୍ରାମ ଚିନାବାଦାମରୁ ମଧ୍ୟ ଶରୀରକୁ ସେହି ଶକ୍ତି  ମିଳିଥାଏ।

୩. ଯେଉଁମାନେ ଓଜନ ବୃଦ୍ଧି କରିବାକୁ ଚାଁହୁଛନ୍ତି, ସେମାନେ ପ୍ରତିଦିନ ସକାଳୁ କଞ୍ଚା ବାଦାମ କିମ୍ବା ରାତିରୁ ବତୁରା ଯାଇଥିବା ବାଦାମ ଖାଇବା ଉଚିତ୍।

୪. ଏବଂ ଯେଉଁମାନେ ପତଳା ହେବାକୁ ଚାହୁଁଛନ୍ତି, ସେମାନେ ଖାଦ୍ୟ ଖାଇବା ପରେ ଚିନାବାଦାମ ନିୟମିତ ଖାଇଲେ ପତଳା ହୋଇଯିବେ। କାରଣ ଏହା ହଜମ ଶକ୍ତି ମଧ୍ୟ ବଢ଼ାଇଥାଏ।

୫. ଚିନାବାଦାମ୍‌ ଶରୀରର କୋଲେଷ୍ଟ୍ରଲ୍‌କୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଏହା ଖରାପ କୋଲେଷ୍ଟ୍ରଲ୍‌କୁ ଭଲ କୋଲେଷ୍ଟ୍ରଲ୍‌ରେ ପରିଣତ କରିଥାଏ।

୬. ଚିନାବାଦାମରୁ ଶରୀରକୁ ଭିଟାମିନ୍-A ମିଳିଥାଏ, ଯାହା ସ୍ମୃତି ଶକ୍ତି ବଢ଼ାଇଥାଏI

୭. ନିୟମିତ ଚିନାବାଦାମ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଓ ଗ୍ୟାସ୍‌ ସମସ୍ୟା ମଧ୍ୟ ଦୂର ହୋଇଥାଏ।

୮. ଯେଉଁମାନଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେଉଛି, ସେମାନଙ୍କ ପାଇଁ ଚିନାବାଦାମ ବେଶ୍ ଉପକାରୀ। ଏହା ଶରୀରର ତାପମାତ୍ରକୁ ନିୟନ୍ତ୍ରଣ କରିବା ସହ ଫୁସ୍‌ଫୁସ୍‌କୁ ମଧ୍ୟ ସୁସ୍ଥ ରଖେ।



from Odisha Reporter http://bit.ly/2TpdEg4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages