ଦିଲ୍ଲୀରେ ସୁଆଙ୍ଗ କରୁଛି ବିଜେଡି: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ଦିଲ୍ଲୀରେ ସୁଆଙ୍ଗ କରୁଛି ବିଜେଡି: ଧର୍ମେନ୍ଦ୍ର

dharmendra

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷ ଓ ଚାଷୀର ବିଷୟକୁ ନେଇ ଏବେ ଗାଁ ଗଣ୍ଡାରେ ଜନବିଦ୍ରୋହ ଆରମ୍ଭ ହେଲାଣି। ଆଉ ନିଜର ଦୁର୍ବଳତାକୁ ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀ ମିଛ କହିବାର ବାଟ ଧରିଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଦିଲ୍ଲୀରେ ବିଜେଡିର କୃଷକ ସମାବେଶ ପ୍ରସଙ୍ଗରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ କୃଷି ହେଲା ରାଜ୍ୟର ବିଷୟ। ମୁଖ୍ୟମନ୍ତ୍ରୀ ଏହି ଦାୟିତ୍ୱରୁ ମୁକୁଳିପାରିବେ ନାହିଁ। ମୁଖ୍ୟଢ଼ନ୍ତ୍ରୀ ନିଜର ଦାୟିତ୍ୱ ନନେଇ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି। କିଛିବର୍ଷ ତଳେ ସୋହେଲାରେ ମୁଖ୍ୟମନ୍ତ୍ରୀ ନିଜେ ଏମଏସପି ଉପରେ ୧୦୦ଟଙ୍କା ବୋନସ ଦେବେ ବୋଲି ଘୋଷଣା କରିଥିଲେ। କିନ୍ତୁ ସେକଥାକୁ ସେମାନେ ଭୁଲି ଯାଇଛନ୍ତି। ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି। ଏ ଠକାମୀ ଲୋକେ ଏଥର ନିଶ୍ଚୟ ଧରିବେ। ଚଳିତବର୍ଷ ନିର୍ବାଚନ ବର୍ଷ ହୋଇଥିବାରୁ ବିଜେଡି ନିଜର ଦଳୀୟ ପାଣ୍ଠି ସଂଗ୍ରହ କରିବା ପାଇଁ ମିଲ୍ ମାଲିକଙ୍କ ସହ ଶାସକ ଦଳର ମଧୁଚନ୍ଦ୍ରିକା ରହିଛି। ସେଥିପାଇଁ ଚାଷୀ ମଧ୍ୟସ୍ଥିମାନଙ୍କୁ ୧୦୦୦ରୁ ସର୍ବାଧିକ ୧୨୦୦ଟଙ୍କା ଧାନ କ୍ୱିଣ୍ଟାଲ ବିକିବାକୁ ବାଧ୍ୟ ହେଉଛି। ଗତବର୍ଷ ଧାନ କ୍ୱିଣ୍ଟାଲ ପିଛା ୧୫୫୦ଟଙ୍କା ଥିବାବେଳେ କେନ୍ଦ୍ର ସରକାର ଏହାର ମୂଲ୍ୟବୃଦ୍ଧି କରି ୧୭୫୦ଟଙ୍କା କରିଛନ୍ତି। ଓଡ଼ିଶାରେ କାହିଁକି ଧାନମଣ୍ଡି ଖୋଲାଯାଇନି। କାହିଁକି କେନ୍ଦ୍ର ସରକାର ଦେଉଥିବା ୧୭୫୦ଟଙ୍କା ଚାଷୀ ପାଉନାହାନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଏହାର ଉତ୍ତର ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।



from Odisha Reporter http://bit.ly/2QviOp5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages