କପୁର୍‌ ଫ୍ୟାମିଲି ଫ୍ରେମ୍‌ରେ ମଲାଇକା, ମଳିଗଲା କି ଏଣ୍ଟ୍ରି ପରମିଶନ୍‌ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

କପୁର୍‌ ଫ୍ୟାମିଲି ଫ୍ରେମ୍‌ରେ ମଲାଇକା, ମଳିଗଲା କି ଏଣ୍ଟ୍ରି ପରମିଶନ୍‌ ?

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ଓ ଅଭିନେତା ଅର୍ଜୁନ କପୁର୍‌ଙ୍କ ଆଫେୟାର୍‌ ଚର୍ଚ୍ଚା ଏବେ ବଲିଉଡ୍‌କୁ ହୁଲୁସ୍ତୁଲ କରୁଛି। କିନ୍ତୁ ଦୁହେଁ ନିଜ ସମ୍ପର୍କ ବିଷୟରେ ଏଯାଏଁ ମୁହଁ ଖୋଲି ନାହାନ୍ତି। କିଛି ଦିନ ଧରି ଦୁହିଁଙ୍କୁ ଏକାଠି ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ନ୍ୟୁ ଇୟର୍‌ ପାର୍ଟିରେ ମଧ୍ୟ ଦୁହେଁ ଏକାଠି ସମୟ ବିତାଇଥିଲେ।

ବର୍ତ୍ତମାନ ଦୁହିଁଙ୍କର ଏକ ଫଟୋ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁ ଫଟୋରୁ ଆମେ ଆନ୍ଦାଜା ଲଗାଉଛୁ କି, ମଲାଇକା ଅରୋରାଙ୍କୁ କପୁର୍‌ ପରିବାରରେ ଏଣ୍ଟ୍ରି ମିଳି ସାରିଛି। ହୁଏତ କଥାଟା ମିଛ ହୋଇଥାଇପାରେ କିନ୍ତୁ ଫଟୋ ଦେଖିଲେ ଆପଣ ବି ସେମିତି କିଛି ଭାବିବେ ବୋଲି ଆମେ ଭାବୁଛୁ।

ପ୍ରକୃତ କଥା ହେଉଛି, ନୂଆବର୍ଷ ପାଇଁ ଅର୍ଜୁନ୍‌ଙ୍କ ଦାଦା ସଞ୍ଜୟ କପୁର୍‌ ତାଙ୍କ ଘରେ ଏକ ପାର୍ଟି ରଖିଥିଲେ। ଏହି ପାର୍ଟିରେ ଅର୍ଜୁନ୍‌ଙ୍କ ସହିତ ମଲାଇକା ଯୋଗ ଦେଇଥିଲେ। ଏଣୁ କପୁର ଫ୍ୟାମିଲି ମେମ୍ବରଙ୍କ ଭିତରେ ମାଲାଇକାଙ୍କୁ ଦେଖି ଫ୍ୟାନ୍‌ମାନେ ଆମେ କହୁଥିବା କଥାଟିକୁ ବିଶ୍ୱାସ କରିପାରନ୍ତି ବୋଲି ଭାବୁଛୁ।

ବଡ଼ କଥା ହେଉଛି ଏହି ଫଟୋକୁ ଅର୍ଜୁନ୍‌ଙ୍କ ଦାଦା ସଞ୍ଜୟ କପୁର୍‌ ସୋଶାଲ ମିଡିଆରେ ସେୟାର୍‌ କରିଛନ୍ତି। ଯେଉଁଥିରେ ଅଛନ୍ତି ଅର୍ଜୁନ୍‌, ମଲାଇକା, ସଞ୍ଜୟ ଓ ତାଙ୍କ ସ୍ତ୍ରୀ । ସଞ୍ଜୟ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏହି ଫଟୋକୁ ସେୟାର୍ କରିଛନ୍ତି।

ଏହା ସହିତ ସଞ୍ଜୟ କ୍ୟାପସନ୍‌ରେ ‘ଫ୍ୟାମିଲି ଫଟୋ’ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି। ଯେଉଁଥିରୁ ପ୍ରମାଣ ମିଳୁଛି ଯେ,  ମଲାଇକାଙ୍କୁ କପୁର୍‌ ପରିବାରରେ ଏଣ୍ଟ୍ରି ମିଳିସାରିଛି।

ନିକଟରେ କରନ୍ ଜୋହର୍‌ଙ୍କ ଶୋ’ କଫି ଉଇଥ୍‌ କରନ୍‌ରେ ଅର୍ଜୁନ୍‌ ରିଲେସନ୍‌ରେ ଥିବା କଥା ସ୍ୱୀକାର କରିଥିଲେ। କିନ୍ତୁ କାହା ସହିତ ଅଛନ୍ତି, ତାହା କହି ନ ଥିଲେ। ବର୍ତ୍ତମାନ ସଞ୍ଜୟ କପୁର୍‌ ସେୟାର୍‌ କରିଥିବା ଫଟୋରୁ ଏହା ସ୍ପଷ୍ଟ ହୋଇଛି।



from Odisha Reporter http://bit.ly/2H1cB50

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages