ପୂଜାରା ପୁଣି ମାରିଲେ ଶତକ, ସିରିଜ୍‌ରେ ତୃତୀୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ପୂଜାରା ପୁଣି ମାରିଲେ ଶତକ, ସିରିଜ୍‌ରେ ତୃତୀୟ

cheteswara

ସିଡ୍‌ନୀ: ଆଡେଲେଡ୍‌ ଓ ମେଲବର୍ଣ୍ଣ ପରେ ସିଡ୍‌ନୀରେ ବି ଚେତେଶ୍ୱର ପୂଜାରାଙ୍କ ବ୍ୟାଟ୍‌ରୁ ବାହାରିଲା ଶତକ। ଏହି ସିରିଜ୍‌ରେ ଏହା ତାଙ୍କର ତୃତୀୟ ଶତକ ହୋଇଥିବା ବେଳେ ଟେଷ୍ଟ୍ କ୍ୟାରିୟରର ୧୮ତମ ଶତକ। ସେ ୧୯୯ ବଲ୍‌ରେ ୧୦୦ ରନ୍ ପୂରଣ କରିଥିଲେ। ଖବର ଲେଖାଯିବା ସୁଦ୍ଧା ସେ ୨୩୧ ବଲ୍‌ରୁ ୧୬ ଚୌକା ସହାୟତାରେ ୧୨୨ ରନ୍ କରି କ୍ରିଜ୍‌ରେ ଅଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷରେ ଏହା ତାଙ୍କର ପଞ୍ଚମ ଶତକ ହୋଇଥିବା ବେଳେ ଅଷ୍ଟ୍ରେଲିଆ ମାଟିରେ ଏହା ତାଙ୍କର ତୃତୀୟ ଶତକ। ଅଷ୍ଟ୍ରେଲିଆ ମାଟିରେ ସେ ଏହି ସିରିଜ୍‌ରେ ହିଁ ତିନିଟି ଶତକ ହାସଲ କରିଛନ୍ତି।

ଆଡେଲେଡ୍‌ରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ରେ ପୂଜାରା ଦୁଇଟି ଇନିଂସ୍‌ରେ ମିଶି ୧୯୪ ରନ୍ କରି ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପୁରସ୍କାର ପାଇଥିଲେ। ପ୍ରଥମ ଇନିଂସ୍‌ରେ ସେ ୨୪୬ ବଲ୍‌ରୁ ୧୨୩ ରନ୍ କରିଥିଲେ।

ସେହିଭଳି ମେଲବର୍ଣ୍ଣରେ ବକ୍ସିଂ ଡେ’ ଟେଷ୍ଟ (ତୃତୀୟ ଟେଷ୍ଟ)ରେ ଶତକ ମାରିଥିଲେ। ବକ୍ସିଂ ଡେ’ରେ ଶତକ ମାରିବାରେ ସେ ହେଉଛନ୍ତି ପଞ୍ଚମ ଭାରତୀୟ ବ୍ୟାଟ୍ସମ୍ୟାନ୍‌। ସେ ୩୧୯ ବଲ୍ ଖେଳି ୧୦୬ ରନ୍ କରିଥିଲେ। ଅତ୍ୟଧିକ ଧୀମା ଖେଳିଥିବା ଯୋଗୁ ତାଙ୍କୁ ସମାଲୋଚିତ ବି ହେବାକୁ ପଡ଼ିଥିଲା।

ଏହି ସିରିଜ୍‌ରେ ସେ ଏହି ସବୁ ଶତକ ପ୍ରଥମ ଇନିଂସ୍‌ରେ ହିଁ ମାରିଛନ୍ତି।



from Odisha Reporter http://bit.ly/2Rtne4m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages