ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ୱାମୀଙ୍କ ନାମରେ ସିବିଆଇ ମାମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ୱାମୀଙ୍କ ନାମରେ ସିବିଆଇ ମାମଲା

ମୁମ୍ବାଇ:ଋଣରେ ଅନିୟମିତତା ମାମଲା ସହିତ ଜଡ଼ିତ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ ଚନ୍ଦା କୋଚ୍ଚର, ତାଙ୍କ ସ୍ୱାମୀ ଦୀପକ କୋଚ୍ଚର ଭିଡିଓକନ୍‌ ମୁଖ୍ୟ ଭେନୁଗୋପାଲ ଧୂତ୍‌ ଏବଂ ଅନ୍ୟ କିଛି ଜଣଙ୍କ ନାମରେ ମାମଲା ରୁଜୁ କରିଛି ସିବିଆଇ। ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମହାରାଷ୍ଟ୍ରର ଔରଙ୍ଗାବାଦ୍‌ ଏବଂ ମୁମ୍ବାଇଠାରେ ଥିବା ଭିଡିଓକନ୍‌ର ମୁଖ୍ୟାଳୟରେ ଛାନ୍‌ଭିନ୍‌ କରିଛନ୍ତି।

ଚନ୍ଦା କୋଚ୍ଚର ଏହି ମାମଲାରେ ହିଁ ଗତ ଅକ୍ଟୋବର ମାସରେ ଉଭୟ ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ପଦବୀ ଛାଡ଼ିଥିଲେ। ୨୦୧୨ ମସିହାରେ ଭିଡିଓକନ୍‌ ଗ୍ରୁପ୍‌କୁ ୩,୨୫୦ କୋଟି ଟଙ୍କାର ଋଣ ଦିଆଯିବାରେ ଅନିୟମିତତା ହୋଇଥିବା ଚର୍ଚ୍ଚା ହୋଇଥିଲା। ଏହି ଡିଲ୍‌ରୁ ତାଙ୍କ ସ୍ୱାମୀ ଦୀପକ ଏବଂ ପରିବାର ଲୋକେ ବେଶ୍‌ ଲାଭବାନ ହୋଇଥିଲେ।

ଭିଡିଓକନ୍‌ ଗ୍ରୁପ୍‌କୁ ଋଣ ମଞ୍ଜୁର ହେବାର କିଛି ମାସ ପରେ ଗ୍ରୁପ୍‌ ମୁଖ୍ୟ ଭେନୁଗୋପାଲ ଚନ୍ଦାଙ୍କ ସ୍ୱାମୀ ଦୀପକ ପ୍ରତିଷ୍ଠା କରିଥିବା କମ୍ପାନୀ ନୂପାୱାରରେ କୋଟି କୋଟି ଟଙ୍କା ନିବେଶ କରିଥିଲେ।

ପ୍ରଥମେ ଚନ୍ଦାଙ୍କୁ ସମର୍ଥନ ଦେଉଥିବା ଆଇସିଆଇସିଆଇ ପରେ ତଦନ୍ତ ପାଇଁ ନିଷ୍ପତ୍ତି ନେଇଥିଲା। ଏହି ମାମଲାର ଚେର ବଢ଼ିବାରୁ ଏକାଧିକ ସଂସ୍ଥା ତଦନ୍ତ କରିବା ଦରକାର ପଡ଼ିଥିଲା।



from Odisha Reporter http://bit.ly/2FVEQ2H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages