ଦୁଷ୍କର୍ମ ଅଭିଯୋଗରେ ୩ ବର୍ଷ ଜେଲ୍‌ରେ ରହିବା ପରେ ଦୋଷମୁକ୍ତ ହେଲେ ୩ ଶିକ୍ଷକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ଦୁଷ୍କର୍ମ ଅଭିଯୋଗରେ ୩ ବର୍ଷ ଜେଲ୍‌ରେ ରହିବା ପରେ ଦୋଷମୁକ୍ତ ହେଲେ ୩ ଶିକ୍ଷକ

ଥାନେ: ଭାରତୀୟ ନାୟିକ ବ୍ୟବସ୍ଥାର ଆଉ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ୯ ବର୍ଷୀୟ ୪ର୍ଥ ଶ୍ରେଣୀ ଛାତ୍ରୀ ଓ ଜଣେ ମହିଳା ଆଟେଣ୍ଡାଣ୍ଟଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ୩ ବର୍ଷରୁ ଅଧିକ ଦିନ ଜେଲ୍‌ରେ ରହିବା ପରେ ୩ ଜଣ ଶିକ୍ଷକ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସେମାନେ ମୁମ୍ବାଇର ମୀରା ରୋଡ୍‌ ସ୍ଥିତ ଏକ ଖ୍ୟାତିସମ୍ପନ୍ନ ସ୍କୁଲରେ ଶିକ୍ଷକଭାବେ କାର୍ଯ୍ୟରତ ଥିଲେ।

ଛାତ୍ରୀ ଜଣଙ୍କ ମେଡିକାଲ୍‌ ରିପୋର୍ଟରେ ସେ କୌଣସି ପ୍ରକାର ଯୌନ ନିର୍ଯାତନାର ଶିକାର ହୋଇ ନଥିବା ଜଣାପଡ଼ିବା ପରେ ଥାନେ କୋର୍ଟ ୩ ଶିକ୍ଷକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

୨୦୧୫ ମସିହା ନଭେମ୍ବର ୨୨ରେ ମୀରା ରୋଡ୍‌ ସ୍ଥିତ ପୁଲିସ୍‌ ଷ୍ଟେସନ୍‌ରେ ଫିଜିକାଲ ଟ୍ରେନିଂ ଶିକ୍ଷକ ସଞ୍ଜନ ପାଟିଲ(୪୬), ଡ୍ରଇଂ ଶିକ୍ଷକ ନୀଲେଶ ଭୋଇର୍‌(୨୩) ଓ ଜୀତେନ୍ଦ୍ର ଯାଧବ(୨୭)ଙ୍କ ନାଁରେ ଛାତ୍ରୀଙ୍କ ମା’ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।

ଏହି ୩ ଶିକ୍ଷକ ମିଳିତ ଭାବେ ତାଙ୍କ କନ୍ୟା ତଥା ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ସେବେଠାରୁ ଏମାନଙ୍କୁ ଗିରଫ କରାଯାଇ ଜେଲ୍‌ରେ ରଖାଯାଇଥିଲା। କିନ୍ତୁ କୋର୍ଟରେ ମାମଲାର ବିଚାର କରାଯିବା ପରେ ଏବେ ସତ ସାମ୍ନାକୁ ଆସିଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ ସମସ୍ତଙ୍କୁ ଜେଲ୍‌ରୁ ମୁକ୍ତ କରାଯାଇଛି।



from Odisha Reporter http://bit.ly/2FLIZab

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages