ବିଦେଶରେ ଖେଳାଯିବ ଏବର୍ଷର ଆଇପିଏଲ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 3, 2019

ବିଦେଶରେ ଖେଳାଯିବ ଏବର୍ଷର ଆଇପିଏଲ୍‌!

ନୂଆଦିଲ୍ଲୀ: ଫଟାଫଟ କ୍ରିକେଟ୍‌ର ମଜା ନେବାକୁ ଅପେକ୍ଷା କରିଥିବା ଭାରତୀୟ ଦର୍ଶକଙ୍କୁ ଜବରଦସ୍ତ ଝଟ୍‌କା ଲାଗିବାର ଆଶଙ୍କା ପ୍ରକାଶ ପାଇଛି। କାରଣ ଆଇପିଏଲ୍‌ର ୨୦୧୯ ସଂସ୍କରଣକୁ ବିଦେଶରେ କରିବାକୁ କ୍ରୀଡ଼ା ମନ୍ତ୍ରଣାଳୟ ବିସିସିଆଇକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। ଆସନ୍ତା ମାର୍ଚ୍ଚ ୨୯ରୁ ଆଇପିଏଲ୍‌ର ୧୨ତମ ସଂସ୍କରଣ ଆରମ୍ଭ ହେବ।

ସେହିପରି ଏପ୍ରିଲ ଶେଷ କିମ୍ବା ମେ’ ମାସରେ ଦେଶରେ ସାଧାରଣ ନିର୍ବାଚନ ହେବାର ସମ୍ଭାବନା ରହିଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ଆଇପିଏଲ୍‌କୁ ଦେଶ ବାହାରେ କରିବାକୁ ଆଲୋଚନା ଆରମ୍ଭ ହୋଇଛି। ଏନେଇ ବିସିସିଆଇର ଏକ ପ୍ରତିନିଧି ମଣ୍ଡଳ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ସହ ଆଲୋଚନା କରିଥିବା ଜଣାପଡ଼ିଛି। ପୂର୍ବରୁ ମଧ୍ୟ ଦେଶରେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୨୦୦୯ରେ ଦକ୍ଷିଣ ଆଫ୍ରିକା ଏବଂ ୨୦୧୪ରେ କିଛି ମ୍ୟାଚ୍‌ ୟୁଏଇରେ ଖେଳା ଯାଇଥିଲା।

ଦେଶରେ ୨୦୦୮ରୁ ଆଇପିଏଲ୍‌ ଆରମ୍ଭ ହୋଇଥିଲା। ପ୍ରଥମ ସଂସ୍କରଣରୁ ହିଁ ଏହା ବେଶ ଲୋକପ୍ରିୟତା ହାସଲ କରିଛି।

ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଇପିଏଲ୍‌ ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ସମେତ ବୈଦେଶିକ ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟର ମଧ୍ୟ ଅନୁମତି ଦରକାର ପଡ଼େ। ସାଧାରଣ ନିର୍ବାଚନ ଥିବାରୁ ପ୍ରଚାର ଓ ପ୍ରସାର ତଥା ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ପୁଲିସ୍‌ ଫୋର୍ସ ମୁତୟନ କରିବାକୁ ପଡ଼ିବ।

ଏପରି ସ୍ଥିତିରେ ଯଦି ଆଇପିଏଲ୍‌ ହୁଏ, ତା’ହେଲେ ଅନ୍ତର୍ଜାତୀୟ ତଥା ଜାତୀୟ ଖେଳାଳିଙ୍କୁ ପର୍ଯ୍ୟାପ୍ତ ପରିମାଣର ସୁରକ୍ଷା ଯୋଗାଇ ଦିଆଯାଇ ନପାରେ। ତେଣୁ ଏଥର ଆଇପିଏଲ୍‌ ଭାରତ ବାହାରେ କରିବାକୁ ବିସିସିଆଇ ଯୋଜନା କରୁଥିବା ଜଣାପଡ଼ିଛି।



from Odisha Reporter http://bit.ly/2F2R4WG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages