
ସାଲେପୁର (ମନୋଜ ଆଚାର୍ଯ୍ୟ): ଶ୍ରୀମନ୍ଦିର ବିଭ୍ରାଟର ପ୍ରତିବାଦ କରିବାରୁ ବିଜେପି ମହିଳା ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ବିଜେଡି ଗୁଣ୍ଡାମାନେ ଟଣାଓଟରା କରିଥିବା ଅଭିଯୋଗ ହୋଇଛି। ମହିଳା ମୋର୍ଚ୍ଚାର ସମ୍ପାଦିକା ଯାଜ୍ଞସେନୀ ଜେନା ଓ ନିଶ୍ଚିନ୍ତକୋଇଲି ମଣ୍ଡଳ ସମ୍ପାଦିକା କଲ୍ୟାଣୀ ସେଠୀ ଏନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।
ଶ୍ରୀମନ୍ଦିରେ ଶ୍ରୀଜିଉଙ୍କୁ ଉପବାସରେ ରଖାଗଲା। ମହାପ୍ରଭୁଙ୍କ ଦର୍ଶନରୁ ଭକ୍ତଙ୍କୁ ବଞ୍ଚିତ କରାଗଲା। ଏହାର ପ୍ରତିବାଦରେ ନିଶ୍ଚିନ୍ତକୋଇଲି ମହିଳାମଣ୍ଡଳ ପକ୍ଷରୁ ବଳଦେବଜୀଉଙ୍କ ପୀଠରେ ସମୂହ ଦୀପଦାନ କରାଯାଇଥିଲା। ପରେ ଜିଗ୍ନିପୁର ବଜାରରେ ଆଇନ୍ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରିବାକୁ ଉଦ୍ୟମ କରୁଥିଲେ। କିନ୍ତୁ ଏହାକୁ ବିଜେଡି କର୍ମୀ ବିରୋଧ କରିଥିଲେ।
ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଓ ଜିଲ୍ଲାପରିଷଦ ସଭ୍ୟଙ୍କ ପ୍ରତିନିଧି ବିଜେପି ମହିଳା ମୋର୍ଚ୍ଚାର କର୍ମକର୍ତ୍ତାଙ୍କଠାରୁ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଛଡ଼ାଇ ନେଇଯାଇଥିଲେ। ଏପରିକି ମହିଳାଙ୍କୁ ଟଣାଓଟରା କରିବା ସହିତ ଗାଳିଦେଇଥିବା ଅଭିଯୋଗ ହୋଇଛି।
from Odisha Reporter http://bit.ly/2F7fgbB
No comments:
Post a Comment