ସରକାର ନିର୍ବିକାର: ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବଢ଼ିଚାଲିଛି ଡ୍ରପ ଆଉଟ୍ ହାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

ସରକାର ନିର୍ବିକାର: ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବଢ଼ିଚାଲିଛି ଡ୍ରପ ଆଉଟ୍ ହାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୬ରୁ ୧୪ବର୍ଷ ବୟସର ସମସ୍ତ ପିଲାଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ପାଇଁ ‘ଶିକ୍ଷା ଅଧିକାର ଆଇନ’ ପ୍ରଚଳନର ୮ବର୍ଷ ପରେ ବି ରାଜ୍ୟରେ ପ୍ରାଥମିକ ଶିକ୍ଷା ସ୍ଥିତିରେ ସୁଧାର ଆସିପାରିନି। କେନ୍ଦ୍ର ସରକାରଙ୍କ କୋଟିକୋଟି ଟଙ୍କା ଅନୁଦାନ ସତ୍ତ୍ୱେ ରାଜ୍ୟରେ ପ୍ରାଥମିକ ଶିକ୍ଷାରେ ଡ୍ରପ ଆଉଟ୍ ହାର ହ୍ରାସ ପରିବର୍ତ୍ତେ ବଢ଼ିବାରେ ଲାଗିଛି।

କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଓଡ଼ିଶାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ଡ୍ରପ୍ ଆଉଟ୍ ସମସ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀରେ ଡ୍ରପ ଆଉଟ ହାର ୨୦୧୬-୧୭ରେ ହାରାହାରି ୩୮% ରହିଛି। ସୂଚନା ଅନୁସାରେ ୨୦୧୪-୧୫ ମସିହାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ଡ୍ରପ ଆଉଟ୍ ହାର ୫.୭୪ ପ୍ରତିଶତ ଥିବାବେଳେ ୨୦୧୫-୧୬ରେ ଏହି ଡ୍ରପ୍ ଆଉଟ୍ ହାର ୬.୭୭% ଏବଂ ୨୦୧୬-୧୭ ମସିହାରେ ଏହା ବୃଦ୍ଧି ପାଇ ୯.୨୯ ପ୍ରତିଶତରେ ପହଞ୍ଚିଛି।

ସମସ୍ତ ପିଲାଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ ନିମନ୍ତେ କେନ୍ଦ୍ର ସରକାର ସର୍ବଶିକ୍ଷା ଅଭିଯାନ ଏବଂ ମାଧ୍ୟମିକ ଶିକ୍ଷା ନିମନ୍ତେ ‘ରାମସା’ ଯୋଜନାରେ କୋଟିକୋଟି ଟଙ୍କାର ଅନୁଦାନ ଦେଉଛନ୍ତି। ସର୍ବଶିକ୍ଷା ଅଭିଯାନରେ କେନ୍ଦ୍ର ସରକାର ଓଡ଼ିଶାକୁ ୨୦୧୬-୧୭ରେ ୭୦୪ କୋଟି ଓ ୨୦୧୭-୧୮ରେ ୮୬୬ କୋଟି ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି। ପ୍ରାଥମିକ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ପିଲାଙ୍କ ୟୁନିଫର୍ମ ବାବଦରେ କେନ୍ଦ୍ର ସରକାର ଦେଉଥିବା ଅର୍ଥକୁ ୪୦୦ଟଙ୍କାରୁ ୬୦୦ଟଙ୍କା(ପ୍ରତି ପିଲା)କୁ ବୃଦ୍ଧି କରିଛନ୍ତି। ସେହିପରି ପ୍ରତ୍ୟେକ ସ୍କୁଲରେ ଲାଇବ୍ରେରୀ ସ୍ଥାପନ ପାଇଁ ବାର୍ଷିକ ୫ହଜାରରୁ ୨୦ହଜାର ଟଙ୍କା ଅନୁଦାନ ଦିଆଯାଉଛି। ସ୍କୁଲର ଉପସ୍ଥାନ ଆଧାରରେ ୨୫ହଜାରରୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ, କ୍ରୀଡ଼ା ଉପକରଣ ପାଇଁ ୫ରୁ ୧୦ହଜାର ଟଙ୍କା, ପାଠ୍ୟ ପୁସ୍ତକ ପାଇଁ ବାର୍ଷିକ ଖର୍ଚ୍ଚ ୨୫୦ରୁ ୪୦୦ଟଙ୍କା(ପିଲା ପିଛା) ଦିଆଯାଉଛି। କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟଗୁଡ଼ିକରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନର ବ୍ୟବସ୍ଥା ହୋଇଛି। ଏସବୁ ସତ୍ୱେ ଡ୍ରପ୍ ଆଉଟ୍ ହାର ହ୍ରାସ କରିବାରେ ଓଡ଼ିଶା ସରକାର ସକ୍ଷମ ହୋଇପାରିନାହାନ୍ତି।

ରାଜ୍ୟ ସରକାର ଏବେ ଚାଷୀ ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ କୃଷକ ପ୍ୟାକେଜ୍ ଓ ସ୍ୱାସ୍ଥ୍ୟ ସୁବିଧା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ମାତ୍ରାଧିକ ଗୁରୁତ୍ୱ ଦେଉଥିବାବେଳେ ଶିକ୍ଷା କ୍ଷେତ୍ରରେ ସୁଧାର ଓ ସଂସ୍କାର ଦିଗରେ ଉଦାସୀନତା ହିଁ ପରୋକ୍ଷରେ ଓଡ଼ିଶାରେ ଡ୍ରପ ଆଉଟ୍ ହାର ବୃଦ୍ଧି ପାଇଁ ଦାୟୀ ବୋଲି ବିଶ୍ୱାସ କରାଯାଉଛି।



from Odisha Reporter http://bit.ly/2EXOJMG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages