ଗାଡ଼ି ପଛରେ ‘କାଳିଆ’ ପୋଷ୍ଟର ମାରୁଛନ୍ତି ସରକାରୀ ବାବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 11, 2019

ଗାଡ଼ି ପଛରେ ‘କାଳିଆ’ ପୋଷ୍ଟର ମାରୁଛନ୍ତି ସରକାରୀ ବାବୁ

kalia

ସାଲେପୁର (ମନୋଜ ଆଚାର୍ଯ୍ୟ): ‘କାଳିଆ’ ଯୋଜନା ଘୋଷଣା ପରଠାରୁ ସରକାର ଗୋଟିଏ ପରେ ଗୋଟିଏ ବିବାଦରେ ଫସୁଛନ୍ତି। କେଉଁଠି ଆବେଦନ ପାଇଁ ଫର୍ମ ମିଳୁନାହିଁ ତ ଆଉ କେଉଁଠି ଅଗ୍ରାଧିକାର ଭିତ୍ତିରେ ବିଜେଡି କର୍ମୀଙ୍କୁ ଫର୍ମ ଦିଆଯାଉଥିବା ଅଭିଯୋଗ ହେଉଛି। ପଞ୍ଚାୟତ କାର୍ଯ୍ୟାଳୟରେ ଫର୍ମ ପାଇଁ ଲାଇନ୍‌ରେ ଛିଡା ହୋଇ ଚାଷୀ ପାଉ ନଥିବା ବେଳେ ଖୋଲା ବଜାରରେ ଏହାକୁ ୫୦ ଟଙ୍କାରେ ବିକ୍ରି କରାଯାଉଛି। ଏସବୁ ଭିତରେ ରାଜ୍ୟ ସରକାରଙ୍କ ବିରୋଧରେ ଆଉ ଏକ ବଡ଼ ଅଭିଯୋଗ ଆସିଛି। କାଳିଆ ଯୋଜନାରେ ପୋଷ୍ଟର ମରା କାମରେ ଶାସକ ଦଳ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରିଥିବା ଦେଖିବାକୁ ମିଳୁଛି। ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲାରୁ।

ଆଜି ସକାଳୁ ସକାଳୁ ସାଲେପୁର ଥାନା ଛକରେ ପୁଲିସ୍‌ ପୋଷାକରେ ଥିବା କିଛି ଲୋକ ବିଭିନ୍ନ ଗାଡ଼ି ପଛରେ କାଳିଆ ପୋଷ୍ଟର ମାରୁଥିବା ଦେଖିବାକୁ ମିଳିଥିଲା। କିଛି ବିଜେପି କର୍ମୀ ଏହା ଦେଖିବା ପରେ ମୋବାଇଲ୍‌ରେ ଏହାର ଭିଡିଓ ରେକର୍ଡ଼ିଂ କରି ନେଇଥିଲେ। ଯାହାକୁ ନେଇ ସେଠାରେ ତୁମୁଳକାଣ୍ଡ ଘଟିଥିଲା।

ଭିଡିଓ ଉତ୍ତୋଳନ ପରେ ଉତ୍ତେଜନା ପ୍ରକାଶ ପାଇବା ପରେ ଉଭୟ ପକ୍ଷ ମଧ୍ୟରେ ବଚସା ଆରମ୍ଭ ହୋଇ ଯାଇଥିଲା। ଏହି ବଚସାରୁ ଜଣପଡ଼ିଥିଲା, ପୋଷ୍ଟର ମାରୁଥିବା ବାବୁମାନେ କଟକ ପରିବହନ ପୁଲିସ୍‌ର କର୍ମଚାରୀ। ଖାଲି ସେତିକି ନୁହେଁ, ପରିବହନ ବିଭାଗର ଏହି କର୍ମଚାରୀମାନେ ଭିଡିଓ ରେକର୍ଡ଼ିଂ କରୁଥିବା ଯୁବକଙ୍କୁ ଧମକାଉଥିବା ମଧ୍ୟ କ୍ୟାମେରାରେ କଏଦ ହୋଇଛି। ତୁମେ କିଏ ? କାହିଁକି ଭିଡିଓ ରେକର୍ଡ଼ିଂ କରୁଛ ? ଆଦି ପ୍ରଶ୍ନ କରିବା ସହ ଥାନାରେ ତୁମ ନାଁରେ ଥାନାରେ ଏତଲା ଦେଇଦେବୁ ବୋଲି ଧମକାଉଥିବା ଭିଡିଓରେ ଶୁଣିବାକୁ ମିଳୁଛି।

ବଚସା ସମୟରେ ଭିଡ଼ ଜମିବାରୁ ଏହି ସରକାରୀ ବାବୁମାନେ ସେଠାରୁ ଚମ୍ପଟ ମାରିଥିଲେ।

ସୂଚନାଯୋଗ୍ୟ, ଚାଷୀ ସମସ୍ୟାକୁ ନେଇ ତିନିଟି ରାଜ୍ୟରେ ବିଜେପି ଚିଟପଟାଙ୍ଗ ମାରିବା ପରେ ବିଜେଡି ସରକାରଙ୍କ ଚାଷୀ ପ୍ରୀତି ଉଚ୍ଛୁଳି ପଡିଥିଲା। ଯେଉଁ ସରକାର ରାଜଧାନୀ ଭିତରକୁ ଚାଷୀଙ୍କୁ ପୂରାଇ ନଦେବାକୁ ୧୪୪ ଧାରା ଜାରି କରିଥିଲା, ତରବର ହୋଇ ‘କାଳିଆ’ ଯୋଜନା ଘୋଷଣା କରିପକାଇଲା। ହେଲେ ଏହାକୁ ନେଇ ରାଜ୍ୟର ଚାଷୀ ଖୁସି ନଥିବା ବେଳେ ବିରୋଧୀ ଦଳ ଗୁଡିକ ମଧ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରୁଛନ୍ତି। କଳେ ବଳେ କୌଶଳେ ସରକାର ଏହି ଯୋଜନା ପ୍ରତି ଲୋକଙ୍କ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ଏବେ ସରକାରୀ ବାବୁମାନଙ୍କୁ ମଧ୍ୟ ନିୟୋଜିତ କରିଦେଇଛନ୍ତି। ହେଲେ ରାଜ୍ୟର ଗରିବ ଜନସାଧାରଣ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। କେବଳ ଭୋଟ ହାତେଇବାକୁ ଏହି ଯୋଜନା ବୋଲି ଲୋକେ ଅଭିଯୋଗ କରୁଛନ୍ତି।



from Odisha Reporter http://bit.ly/2TFLYDZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages