ଚାଷୀ କମ ମୂଲ୍ୟରେ ଧାନ ବିକୁଥିଲେ ରାଜନୀତି ଛାଡ଼ିଦେବି: ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 11, 2019

ଚାଷୀ କମ ମୂଲ୍ୟରେ ଧାନ ବିକୁଥିଲେ ରାଜନୀତି ଛାଡ଼ିଦେବି: ମନ୍ତ୍ରୀ

surya

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ରାଜ୍ୟର ଚାଷୀ ମଣ୍ଡିରେ ଧାନ କ୍ୱିଣ୍ଟାଲ ପିଛା ୧୭୫୦ ଟଙ୍କାରେ ବିକ୍ରି କରୁଛନ୍ତି। ଏହାର ଗୋଟିଏ ଟଙ୍କା ବି କମ୍ ମୂଲ୍ୟରେ ଚାଷୀ ବିକ୍ରି କରୁନାହାନ୍ତି। ଯଦି ଏଥିରୁ କମ୍ ମୂଲ୍ୟରେ ଧାନ ବିକ୍ରି ହେଉଥିବ, ମୁଁ ରାଜନୀତି ଛାଡ଼ିଦେବି।”

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଦମ୍ଭୋକ୍ତି ଦେଖାଇ କହିଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର।

ବିଜେପି ଓ ଅନ୍ୟ ବିରୋଧୀ ଦଳମାନେ ଲଗାଉଥିବା ଅଭିଯୋଗକୁ ସେ ଖଣ୍ଡନ କରିବା ସହ ଚଳିତବର୍ଷ ଧାନ ସଂଗ୍ରହର ହିସାବ ଦେଇଛନ୍ତି। ସେ କହିଛନ୍ତି, “ବିରୋଧୀଙ୍କ ନିକଟରେ ତଥ୍ୟ ନଥାଇ ଅଭିଯୋଗ କରୁଛନ୍ତି। ଚଳିତ ଖରିଫ୍ ଋତୁରେ ରାଜ୍ୟରେ ଧାନ ସଂଗ୍ରହର ପରିମାଣ ବଢ଼ିଛି। ୨୧ ଲକ୍ଷ ୬୧ ହଜାର ମେଟ୍ରିକ୍ ଟନ୍ ଧାନ ଚଳିତ ଥର ସଂଗ୍ରହ ହୋଇଛି। ଯାହା ଗତବର୍ଷ ତୁଳନାରେ ପାଖାପାଖି ୧୮ ପ୍ରତିଶତ ଅଧିକ।”

ସେ ଆହୁରି କହିଛନ୍ତି, “ଗତବର୍ଷ ଅପେକ୍ଷା ୨ ଲକ୍ଷ ୨୨ ହଜାର ଚାଷୀ ଅଧିକ ପଞ୍ଜୀକୃତ ହୋଇଛନ୍ତି। ଗତ ଖରିଫ ଋତୁରେ ୧୧ ଲକ୍ଷ ୨୦ ହଜାର ଚାଷୀ ପଞ୍ଜୀକୃତ ହୋଇଥିଲେ। ଏହାଛଡ଼ା ଧାନ ସଂଗ୍ରହ ପାଇଁ ମଣ୍ଡି ସଂଖ୍ୟା ମଧ୍ୟ ଚଳିତ ଥର ୨ ହଜାର ୯୨୯ରୁ ୩ ହଜାର ୧୩କୁ ବୃଦ୍ଧି ପାଇଛି।”

ଅନ୍ୟପକ୍ଷରେ ସୂର୍ଯ୍ୟ ପାତ୍ରଙ୍କ ମନ୍ତବ୍ୟକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି। ରାଜ୍ୟ ବିଜେପି ଉପ ସଭାପତି ସମୀର ମହାନ୍ତି କହିଛନ୍ତି, “ମଣ୍ଡିରେ କମ୍ ଦାମରେ ଧାନ ବିକ୍ରି ହେଉଥିବା ନେଇ ଦଳ ନିକଟରେ ପ୍ରମାଣ ରହିଛି। ସୂର୍ଯ୍ୟ ପାତ୍ରଙ୍କ ମନ୍ତବ୍ୟ ଚାଷୀଙ୍କ କଟା ଘାରେ ଚୂନ ସଦୃଶ୍।”



from Odisha Reporter http://bit.ly/2D44tMQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages