
ଶ୍ରୀନଗର: ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲା ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଆଜି ପାକିସ୍ତାନ ରେଞ୍ଜର୍ସର ସ୍ନାଇପରମାନେ ଗୁଳି ମାଡ଼ କରିଛନ୍ତି। ଏଥିରେ ଜଣେ ବିଏସଏଫ୍ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ ହୋଇଛନ୍ତି।
ପ୍ରଥମେ ପାକିସ୍ତାନ ସେନା ପକ୍ଷରୁ ରଜୌରୀ ଜିଲ୍ଲା ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଥିଲା। ଏହର ଜବାବ ଭାରତୀୟ ସେନା ପକ୍ଷରୁ ଦିଆଯାଇଥିଲା।
ତେବେ ଏହି ସମୟରେ କଠୁଆ ଜିଲ୍ଲା ସ୍ଥିତ ହିରାନଗର ଓ ସାମ୍ବା ସେକ୍ଟର ମଧ୍ୟରେ ପାକ୍ ରେଞ୍ଜର୍ସର ସ୍ନାଇପର୍ମାନେ ପ୍ରବଳ ଗୁଳିମାଡ଼ କରିଥିଲେ। ଫଳରେ ବିଏସ୍ଏଫ୍ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ବିନୟ ପ୍ରସାଦଙ୍କ ଦେହରେ ଗୁଳି ମାଡ଼ ହୋଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ପାକିସ୍ତାନ ସେନା ଆଜି ସୁନ୍ଦରବେନି ସେକ୍ଟରରେ ମଧ୍ୟ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଭାରତୀୟ ସେନା ପୋଷ୍ଟକୁ ଗୁଳିମାଡ଼ କରିଛନ୍ତି। ଭାରତୀୟ ସେନା ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା।
from Odisha Reporter http://bit.ly/2RNQOSd
No comments:
Post a Comment