
ଆଡେଲେଡ୍: ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଦିନିକିଆରେ ପରାସ୍ତ କରି ୩ ଟିକିଆ ସିରିଜ୍କୁ ଟିମ୍ ଇଣ୍ଡିଆ ୧-୧ରେ ବରାବର କରିଛି। ଅଷ୍ଟ୍ରେଲିଆ ୨୯୮ ରନ୍ କରିଥିବା ବେଳେ ୪ଟି ବଲ୍ ପୂର୍ବରୁ ଟିମ୍ ଇଣ୍ଡିଆ ୪ ୱିକେଟ୍ ହରାଇ ୨୯୯ ରନ୍ କରି ବିଜୟ ହାସଲ କରିଛି। ତେବେ ଏହି ବିଜୟର କର୍ଣ୍ଣଧାର ସାଜିଥିଲେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି।
ବିରାଟ୍ ଆଜିର ମ୍ୟାଚ୍ରେ ୧୦୪ ରନ୍ର ଇନିଂସ୍ ଖେଳି ଏକାଧିକ ରେକର୍ଡ କରିଛନ୍ତି। ଏହା ବିରାଟ୍ଙ୍କ ଦିନିକିଆ କ୍ୟାରିୟରର ୩୯ତମ ଶତକ। ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ଏହା ୬ଷ୍ଠ ଶତକ ହୋଇଥିବା ବେଳେ କଙ୍ଗାରୁ ମାଟିରେ ବିରାଟ୍ ୩ୟଥର ପାଇଁ ଶତକ ହାସଲ କରିଛନ୍ତି। ପୁନିଶ୍ଚ କୌଣସି ଟାର୍ଗେଟର ପିଛା କରୁଥିବା ବେଳେ ବିରାଟ୍ ୨୪ଥର ଏଭଳି ଶତକ ହାସଲ କରିଛନ୍ତି।
ଅନ୍ୟପକ୍ଷରେ ବିରାଟ୍ ଓ ଧୋନିଙ୍କ ୮୨ ରନ୍ର ଭାଗୀଦାରି ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଧୋନି ଶେଷ ପର୍ଯ୍ୟନ୍ତ ୫୫ ରନ୍ର ଇନିଂସ୍ ଖେଳି ଅପରାଜିତ ରହିଥିଲେ।
from Odisha Reporter http://bit.ly/2HcDtid
No comments:
Post a Comment