
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ପୁଲିସ ଲୋକଙ୍କ ନିକଟତର ହୁଅ। ଲୋକଙ୍କ ସମସ୍ୟା ବୁଝନ୍ତୁ ଓ ତାକୁ ସମାଧାନ କର।” ପୁଲିସ ଅଧିକାରୀଙ୍କୁ ଏମିତି ଚିରାଚରିତ ଢଙ୍ଗରେ ଉପଦେଶ ବାଣୀ ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭୁବନେଶ୍ୱରରେ ସରିଥିବା ବରିଷ୍ଠ ପୁଲିସ ଅଧିକାରୀ ସମ୍ମିଳନୀର ଅନ୍ତିମ ଦିନରେ ସେ ଏହା କହିଛନ୍ତି।
ଆଇନ ଶୃଙ୍ଖଳା ବଜାୟ ରଖିବାରେ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ପୁଲିସ ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି। ବିଶେଷ କରି ହକି ବିଶ୍ୱକପ୍ ବେଳେ ପୁଲିସର ଭୂମିକାକୁ ସେ ପ୍ରଶଂସା କରିଛନ୍ତି। ପୁଲିସ ପ୍ରତିକୂଳ ପରିସ୍ଥିତିରେ କାମ କରୁଥିବାରୁ ସେମାନଙ୍କ ସୁବିଧା ପ୍ରତି ଧ୍ୟାନ ଦିଆଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।
ପରିବର୍ତ୍ତନ ଦିଗରେ ପୁଲିସ ଆଗଉଛି। ଲୋକଙ୍କୁ ନିରାପଦ ପରବେଶ ମଧ୍ୟରେ ରଖିବାରେ ପୁଲିସ ଦୃଢ ପରିକର ବୋଲି ପୁଲିସ ଡିଜି ଅର୍.ପି. ଶର୍ମା କହିଛନ୍ତି।
୨୦୧୯ ନିର୍ବାଚନ ବର୍ଷ ଥିବାରୁ ଆଇପିଏସ୍ ଅଧିକାରୀଙ୍କୁ ଟିପ୍ସ ଦେଇଛନ୍ତି ରାଜ୍ୟ ଚିଫ୍ ଇଲେକ୍ଟ୍ରୋରାଲ୍ ଅଫିସର ସୁରେନ୍ଦ୍ର କୁମାର। ମୁକ୍ତ, ଅବାଧ ଓ ଶୃଙ୍ଖଳିତ ନିର୍ବାଚନ ନେଇ ସେ ପୁଲିସ ଅଧିକାରୀଙ୍କୁ ସଚେତନ କରାଇଛନ୍ତି। ନିର୍ବାଚନ କମିଶନଙ୍କ ଦିଶା, ନିର୍ଦ୍ଦେଶ ଓ ଆଭିମୁଖ୍ୟକୁ ସେ ପୁଲିସ ଅଧିକାରୀଙ୍କ ପାଖରେ ସ୍ପଷ୍ଟ କରିଛନ୍ତି। ନିର୍ବାଚନ ଅଚରଣ ବିଧିକୁ କିଭଳି କଡାକଡି ଭାବେ ପାଳନ କରାଯିବ, ସେନେଇ ପୁଲିସ ଅଧିକାରୀଙ୍କୁ ଦିନିକିଆ ଟ୍ରେନିଂ ଦିଆଯିବ ବୋଲି ସେ କହିଛନ୍ତି।
ସମ୍ମିଳନୀରେ ନିର୍ବାଚନ ପରିଚାଳନା ଓ ତଦନ୍ତରେ ଫୋରେନସିକ୍ ସାଇନ୍ସର ଅଧିକ ବ୍ୟବହାର ଉପରେ ମଧ୍ୟ ଆଲୋଚନା ହୋଇଛି। ଦଣ୍ଡବିଧାନ ହାରକୁ ବଢାଇବା ଓ ଭଲ ତଦନ୍ତ କରିବାକୁ ହେଲେ ଫୋରେନସିକ୍ ସାଇନ୍ସର ବହୁଳ ବ୍ୟବହାର ନେଇ ଟିପ୍ସ୍ ଦେଇଛନ୍ତି ଏସ୍ଏଫ୍ଏସ୍ଏଲ୍ରେ ବରିଷ୍ଠ ବୈଜ୍ଞାନିକ ହିତେଶ ତ୍ରିବେଦୀ।
ତିନିଦିନିଆ ବୈଠକରେ ନକ୍ସଲ ମୁକାବିଲା, ଆଇନ ଶୃଙ୍ଖଳା, ସାଇବର ଅପରାଧ, ଦଣ୍ଡବିଧାନ ହାରକୁ ବଢାଇବା ଓ ସଡ଼କ ସୁରକ୍ଷା ଆଦି ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖା ଆଲୋଚନା ହୋଇଥିଲା। ସମ୍ମିଳନୀର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ଆରକ୍ଷୀ ଆପ୍ର ଉନ୍ମୋଚନ କରିଥିଲେ। ଏହାସହ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପୁଲିସ ଜିଲ୍ଲା ଓ ବାଟାଲିୟନ୍ସ ପୁରସ୍କୃତ କରିଥିଲେ। ଯେଉଁଥିରେ ନକ୍ସଲ ଦମନ କ୍ଷେତ୍ରରେ ମାଲକାନଗିରିକୁ ପୁରସ୍କୃତ କରାଯାଇଥିଲା।
from Odisha Reporter http://bit.ly/2R0aZIe
No comments:
Post a Comment