ଧୋନି କହିଲେ, ବଲ୍‌ ନିଅ ନହେଲେ ସମସ୍ତେ ଭାବିବେ ମୁଁ ଅବସର ନେଉଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

ଧୋନି କହିଲେ, ବଲ୍‌ ନିଅ ନହେଲେ ସମସ୍ତେ ଭାବିବେ ମୁଁ ଅବସର ନେଉଛି

ମେଲବର୍ଣ୍ଣ: ମେଲବର୍ଣ୍ଣର ଐତିହାସିକ ବିଜୟ ପରେ ଏହି ମ୍ୟାଚ୍‌ର ହିରୋ ମହେନ୍ଦ୍ର ସିଂହ ଧୋନି ଭାରତୀୟ ଟିମ୍‌ର ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗରଙ୍କୁ ମ୍ୟାଚ୍‌ ବଲ୍‌ ହସ୍ତାନ୍ତର କରିବା ସମୟରେ ଏପରି କଥା କହିଛନ୍ତି ଯାହା ତାଙ୍କ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛି। ସେ କହିଥିଲେ, ସେ କେବଳ ବଲ୍‌ ବଢ଼ାଇ ଦେଉଛନ୍ତି, ଏପରି କରି ଅବସର ନେଉଛନ୍ତି ବୋଲି ଜଣାଉନାହାନ୍ତି।

ସେ ଏପରି କହିବାର କାରଣ ଇଂଲଣ୍ଡ ବିରୋଧରେ ଏକ ମ୍ୟାଚ୍‌ ପରେ ସେ ବୋଲିଂ କୋଚ୍‌ ଭାରତ ଅରୁଣଙ୍କୁ ବଲ୍‌ ହସ୍ତାନ୍ତର କରିବାରୁ ଗୁଜବ ପ୍ରଚାରିତ ହୋଇଥିଲା ସେ ଅବସର ନେଉଛନ୍ତି। ଏହି ଘଟଣାକୁ ମନେପକାଇ ଧୋନି ଏପରି ଜୋକ୍ କରିଥିବା ପରେ ଜଣାପଡ଼ିଥିଲା।

ସୂଚନାଯୋଗ୍ୟ ଯେ ଧୋନି ଏହି ମ୍ୟାଚ୍‌ରେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଭାରତକୁ ଜିତାଇଥିଲେ। ସେ ୧୧୪ ବଲ୍‌ରୁ ୮୭ ରନ୍‌ ସ୍କୋର କରିଥିଲେ ଯାହାଫଳରେ ଭାରତ ୪ଟି ବଲ୍‌ ବାକିଥାଇ ୨୩୧ ରନ୍‌ର ଟାର୍ଗେଟ୍‌ ହାସଲ କରିପାରିଥିଲା। ତାଙ୍କ ସହିତ କେଦାର ଯାଦବ ମଧ୍ୟ ୬୧ ରନ୍‌ର ମଜଭୁତ ସହାୟତା କରିଥିଲେ।

 



from Odisha Reporter http://bit.ly/2W1NP81

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages