
ହାଇଦ୍ରାବାଦ: ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ଓ କଂଗ୍ରେସକୁ ସାଥୀରେ ନ ନେଇ ତୃତୀୟ ସାମ୍ମୁଖ୍ୟ ଗଠନ କରିବାକୁ ଯୋଜନା କରୁଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆର୍ଏସ୍ ମୁଖ୍ୟ କେ ଚନ୍ଦ୍ର ଶେଖର ରାଓ ଆଜି ଏ ଦିଗରେ ଆଉ ପାଦେ ଆଗେଇଛନ୍ତି। ଆଜି ଏହି ତୃତୀୟ ସାମ୍ମୁଖ୍ୟ ରଥକୁ ଆଗକୁ ନେବା ପାଇଁ କେସିଆରଙ୍କ ପୁଅ ତଥା ଟିଆର୍ଏସ୍ର କାର୍ଯ୍ୟକାରୀ ସଭାପତି କେଟି ରାମା ରାଓ ୱାଇଏସ୍ଆର୍ କଂଗ୍ରେସ ପାର୍ଟିର ସଭାପତି ଜଗନ ମୋହନ ରେଡ୍ଡୀଙ୍କୁ ଭେଟିଛନ୍ତି।
ଆନ୍ଧ୍ରପ୍ରଦେଶ ବିଧାନସଭାର ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରୁଥିବା ଜଗନ ମୋହନଙ୍କ ସହ କେଟି ରାମା ରାଓ ଓ ଟିଆରଏସ୍ର ଅନ୍ୟ ୩ ଜଣ ସଦସ୍ୟ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ଟିଆରଏସ୍ର ଏହି ପ୍ରତିନିଧି ଦଳ ଦିନ ପ୍ରାୟ ୧ଟା ବେଳେ ଜଗନ ମୋହନ ରେଡ୍ଡୀଙ୍କ ଲୋଟସ୍ ପଣ୍ଡ ସ୍ଥିତ ବାସଭବନରେ ପହଞ୍ଚିଥିଲେ।
ଏହି ବୈଠକ ପୂର୍ବରୁ କେଟି ରାମା ରାଓ କହିଥିଲେ ଯେ, “କେସିଆର୍ଙ୍କ ନିର୍ଦ୍ଦେଶରେ ଆମେ ଜଗନ ମୋହନ ରେଡ୍ଡୀଙ୍କୁ ଭେଟିବାକୁ ଯାଉଛୁ। ତୃତୀୟ ସାମ୍ମୁଖ୍ୟକୁ ଅଧିକ ଶକ୍ତିଶାଳୀ ଓ ଏକାଠି କାର୍ଯ୍ୟ କରିବାକୁ ଏହିଭଳି ବୈଠକ ହେଉଛି।”
ପୂର୍ବରୁ ତୃତୀୟ ସାମ୍ମୁଖ୍ୟ କଥା ଚିନ୍ତା କରିଥିବା କେସିଆର୍ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ଏଚ୍ଡି ଦେବଗୌଡ଼ା,ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଓ ଡିଏମ୍କେ ମୁଖ୍ୟ ଏମ୍କେ ଷ୍ଟାଲିନଙ୍କୁ ଭେଟିଥିଲେ। ଏବେ ତାଙ୍କ ଦଳର ପ୍ରତିନିଧି ଜଗନ ମୋହନ ରେଡ୍ଡୀଙ୍କୁ ସାକ୍ଷାତ କରିଛନ୍ତି।
from Odisha Reporter http://bit.ly/2RurFg8
No comments:
Post a Comment