
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମରେ ସମୁଦ୍ର ଶାସ୍ତ୍ରର ଏକ ବିଶେଷ ମହତ୍ତ୍ୱ ରହିଛି। ସମୁଦ୍ର ଶାସ୍ତ୍ରରେ ବ୍ୟକ୍ତିର ବିଭିନ୍ନ ଅଙ୍ଗକୁ ଆଧାର କରି ତାଙ୍କର ସ୍ୱଭାବ, ଆର୍ଥିକ ସ୍ଥିତି ଏବଂ ସାମାଜିକ ସ୍ଥିତିର ଆକଳନ କରାଯାଇଛି। ସମୁଦ୍ର ଶାସ୍ତ୍ର ଅନୁଯାୟୀ ଆପଣଙ୍କ ପାଦର ଆଙ୍ଗୁଳି ଦେଖି ଆପଣଙ୍କ ବିଷୟରେ ଅନେକ କିଛି କୁହାଯାଇପାରିବ। ଏହି ଅନୁସାରେ, ଆପଣଙ୍କ ପାଦର ଆଙ୍ଗୁଳି ଆପଣଙ୍କ ଜୀବନର ଅନେକ ରହସ୍ୟ ଉପରୁ ପରଦା ଉଠାଇଥାଏ।
ଆସନ୍ତୁ ଜାଣିବା ଆପଣଙ୍କ ପାଦର ଆଙ୍ଗୁଳି କ’ଣ କହୁଛି।
- କିଛି ଲୋକଙ୍କର ପାଦର ଆଙ୍ଗୁଳି ବଡ଼ରୁ ସାନ କ୍ରମରେ ରହିଥାଏ। ସମୁଦ୍ର ଶାସ୍ତ୍ର ଅନୁସାରେ ଏପରି ଲୋକ ଅନ୍ୟମାନଙ୍କ ଉପରେ ନିଜର ପ୍ରଭାବ ଦେଖାଇବା ପାଇଁ ଚେଷ୍ଟା କରିଥାନ୍ତି। ଏହି ବ୍ୟକ୍ତି ସବୁବେଳେ ନିଜକୁ ଠିକ୍ ବୋଲି କହିଥାନ୍ତି।
- କିଛି ଲୋକଙ୍କ ଆଙ୍ଗୁଳି ଏପରି ହୋଇଥାଏ, ଯେଉଁମାନଙ୍କର ପାଦର ଦୁଇଟି ଆଙ୍ଗୁଳି ସମାନ ଥାଏ। ସମୁଦ୍ର ଶାସ୍ତ୍ର ଅନୁସାରେ ଏପରି ବ୍ୟକ୍ତି ପରିଶ୍ରମି ହୋଇଥାନ୍ତି। ପରିଶ୍ରମ କରି ଅନେକ ବଡ଼ ବଡ଼ ସଫଳତା ହାସଲ କରିଥାନ୍ତି।

- ଏପରି କିଛି ଲୋକ ଅଛନ୍ତି, ଯେଉଁମାନଙ୍କର ବୁଢ଼ା ଆଙ୍ଗୁଳିର ପାଖ ଆଙ୍ଗୁଳି ସାମାନ୍ୟ ବଡ଼ ହୋଇଥାଏ। ସମୁଦ୍ର ଶାସ୍ତ୍ର ଅନୁସାରେ, ଏପରି ଲୋକ ପ୍ରତ୍ୟେକ କାର୍ଯ୍ୟକୁ ସ୍ୱତନ୍ତ୍ର ଶୈଳୀରେ କରିବା ପାଇଁ ପସନ୍ଦ କରିଥାନ୍ତି। ଏମାନଙ୍କ ମଧ୍ୟରେ ସର୍ବଦା କିଛି ନୂଆ କରିବାର ଇଚ୍ଛା ରହିଥାଏ।
- ସେହିପରି ଆପଣ କିଛି ଲୋକଙ୍କୁ ଦେଖିଥିବେ, ଯେଉଁମାନଙ୍କର ପାଦର ବୁଢ଼ା ଆଙ୍ଗୁଳି ବଡ଼ ଥାଏ, ଏବଂ ଅନ୍ୟ ଚାରୋଟି ଆଙ୍ଗୁଳି ବହୁତ ଛୋଟ ଥାଏ। କୁହାଯାଏ ଏପରି ଲୋକ ଥଣ୍ଡା ମିଜାସ୍ର ହୋଇଥାନ୍ତି। ଏପରି ବ୍ୟକ୍ତି କମ୍ ରାଗିଥାନ୍ତି।
- ଏପରି ମଧ୍ୟ କିଛି ଲୋକ ଅଛନ୍ତି, ଯେଉଁମାନଙ୍କର ଗୋଡ଼ରେ ଦୁଇଟି ଆଙ୍ଗୁଳି ବଡ଼ ଥାଏ ଏବଂ ବାକି ତିନୋଟି ବହୁତ ଛୋଟ ଥାଏ। ସମୁଦ୍ର ଶାସ୍ତ୍ର ଅନୁସାରେ ଏପରି ଲୋକ ଉର୍ଜାବାନ୍ ସ୍ୱଭାବର ହୋଇଥାନ୍ତି। ଏମାନେ ନିଜର କାମକୁ ସକାରାତ୍ମକତା ସହିତ କରିଥାନ୍ତି।
from Odisha Reporter http://bit.ly/2FCDiKF
No comments:
Post a Comment