୯୨ ରନ୍‌ରେ ଅଲ୍‌ ଆଉଟ୍ ହୋଇଗଲା ଟିମ୍ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

୯୨ ରନ୍‌ରେ ଅଲ୍‌ ଆଉଟ୍ ହୋଇଗଲା ଟିମ୍ ଇଣ୍ଡିଆ

newzeland

ହାମିଲ୍‌ଟନ୍‌: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ଭାରତ ୯୨ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଛି। ଦଳ ପ୍ରଥମେ ବ୍ୟାଟିଂ କରି ୩୦.୫ ଓଭରରେ ସମସ୍ତ ଖେଳାଳିଙ୍କୁ ହରାଇଛି। ଦଳ ପକ୍ଷରୁ ଜଣେ ବି ବ୍ୟାଟ୍ସମ୍ୟାନ୍ ୨୦ ରନ୍ କରି ପାରି ନାହାନ୍ତି। ବୋଲର ୟୁଜଭେନ୍ଦ୍ର ଚହଲ ଅପରାଜିତ ରହି ସବାର୍ଧିକ ୧୮ ରନ୍ କରିଛନ୍ତି।

ଆଜି ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍କତ୍ତି ନେଇଥିଲା। ସିରିଜ୍‌କୁ ୩-୦ରେ ଜିତି ସାରିଥିବା ଭାରତୀୟ ଦଳ ଆଜିର ମ୍ୟାଚ୍ ଏମିତି ହେବ ବୋଲି ଜାଣି ନଥିଲା। ୫.୫ ଓଭରରେ ଶିଖର ଧୱନ ଆଉଟ୍ ହେବା ପରେ ପଛକୁ ପଛ ଜଣେ ପରେ ଜଣେ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇଯାଇଥିଲେ।
୧୧ ଓଭର ଭିତରେ ଦଳ ଚାରିଟି ୱିକେଟ୍ ହରାଇଥିଲା। ଅଧିନାୟକ ରୋହିତ ଶର୍ମା, ଶିଖର ଧୱନ, ଅମ୍ବାତି ରାୟୁଡୁ ଓ ୱିକେଟ୍ କିପର ଦୀନେଶ କାର୍ତ୍ତିକ ଆଉଟ୍ ହୋଇଯାଇଥିଲେ।

nz-2ରୋହିତ ମାତ୍ର ୭ ରନ୍ କରି ଆଉଟ୍ ହୋଇଥିବା ବେଳେ ଧୱନ ୧୩ ରନ୍ କରି ଆଉଟ୍ ହୋଇଥିଲେ। ରାୟୁଡୁ ଓ କାର୍ତ୍ତିକ ଖାତା ଖୋଲି ପାରି ନଥିଲେ।
୫.୫ ଓଭରରେ ଟ୍ରେଣ୍ଟ୍ ବୋଲ୍ଟଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟ ହୋଇଥିଲେ ଧାୱନ। ଏହା ପରେ ୭.୬ ଓଭରରେ ରୋହିତ ଆଉଟ୍ ହୋଇଥିଲେ। ତାଙ୍କୁ ବି ବୋଲ୍ଟ ଆଉଟ୍ କରିଥିଲେ। ସେ ବୋଲ୍ଟଙ୍କ ଦ୍ୱାରା କଟ୍ ଆଣ୍ଡ୍ ବୋଲ୍ଡ ହୋଇଥିଲେ। ଏହା ପରେ ରାୟୁଡୁ ଓ କାର୍ତ୍ତିକଙ୍କୁ ଶିକାର କରିଥିଲେ କଲିନ୍‌ ଡି ଗ୍ରାଣ୍ଡହୋମ। ତାଙ୍କ ବଲ୍‌ରେ ଏ ଦୁଇ ଖେଳାଳି କ୍ୟାଚ୍ ଆଉଟ୍ ହୋଇଥିଲେ।

ଏହା ପରେ ଡେବ୍ୟୁ ବୟ ଶୁଭମନ ମାତ୍ର ୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ସେ ୧୧.୬ ଓଭରରେ ସେ ଟ୍ରେଣ୍ଟ୍ ବୋଲ୍ଟଙ୍କ ହାତରେ କଟ୍ ଆଣ୍ଡ୍ ବୋଲ୍ଡ ହୋଇଥିଲେ। ତାଙ୍କ ପରେ ୧୩.୧ ଓଭରରେ କେଦାର ଯାଦବ ଟ୍ରେଣ୍ଟ ବୋଲ୍ଟଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ସେ ମାତ୍ର ୧ ରନ୍ କରିଥିଲେ। ଏହା ପରେ ୧୬.୪ ଓଭରରେ ଭୁବନେଶ୍ୱର କୁମାର ମାତ୍ର ୧ ରନ୍ କରି କଲିନ୍‌ ଡି ଗ୍ରାଣ୍ଡହୋମ ଦ୍ୱାରା ବୋଲ୍ଡ ହୋଇଥିଲେ।

nz-3ହାର୍ଦ୍ଦିକ ପାଣ୍ଡ୍ୟା ବି ଦଳକୁ ବିପର୍ଯ୍ୟୟରୁ ବଞ୍ଚାଇ ପାରି ନଥିଲେ। ୧୯.୪ ଓଭରରେ ସେ ବୋଲ୍ଟଙ୍କ ଶିକାର ହୋଇଥିଲେ। ବୋଲ୍ଟ ତାଙ୍କୁ ଟୋମ୍ ଲାଥାମ୍‌ଙ୍କ ହାତରେ କ୍ୟାଚ୍ କରାଇଥିଲେ। ଖଲିଲ ଅହମଦ ୫ ରନ୍ କରି ଜେ ନୀଶମ୍‌ଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟ୍ରେଣ୍ଟ୍ ବୋଲ୍ଟ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ କଲିନ୍‌ ଡି ଗ୍ରାଣ୍ଡହୋମ ୩ଟି, ଟୋଡ୍ ଆଷ୍ଟେଲ ଓ ଜେ ନୀଶମ୍‌ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।



from Odisha Reporter http://bit.ly/2G3FA6X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages