
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଜଣ ଆଇପିଏସ୍ ଅଧିକାରୀଙ୍କୁ ବଦଳି କରିବାକୁ ଦାବି କରିଛି ବିଜେପି। ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଏହି ଦୁଇ ଆଇପିଏସ ଅଧିକାରୀଙ୍କୁ ବଦଳି କରିବାକୁ ଗୃହ ସଚିବଙ୍କ ନିକଟରେ ଦାବି କରିଛି ରାଜ୍ୟ ବିଜେପି। ଗତକାଲି ରାଜ୍ୟ ବିଜେପିର ଏକ ଟିମ୍ ଗୃହ ସଚିବଙ୍କୁ ଭେଟି ଏହି ଦାବି କରିଛନ୍ତି।
ଏହି ଦୁଇ ଆଇପିଏସ୍ ହେଲେ ଆଇଜି ଅମିତାଭ ଠାକୁର ଓ ଡିଆଇଜି ଆଶିଷ ସିଂହ। ଏହି ଅଧିକାରୀମାନେ ଶାସକ ଦଳର ହାତବାରିସୀ ସାଜିଥିବା ବିଜେପି ଅଭିଯୋଗ ଆଣିଛି।
ରାଜ୍ୟ ବିଜେପି ସଭାନତି ବସନ୍ତ ପଣ୍ଡା କହିଛନ୍ତି,“ ଆଇଜି ଅମିତାଭ ଠାକୁର ଓ ଡିଆଇଜି ଆଶିଷ ସିଂହଙ୍କ ବଦଳି ପାଇଁ ଗୃହ ସଚିବଙ୍କ ନିକଟରେ ଦାବି କରିଛୁ। ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ହେବାରେ ଏମାନେ ଯେପରି ବାଧା ସୃଷ୍ଟି ନ କରନ୍ତୁ।”
from Odisha Reporter http://bit.ly/2Gb0xMh
No comments:
Post a Comment