କାଶରୁ ମୁକ୍ତି ଦେବ ‘ଚକୋଲେଟ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 3, 2019

କାଶରୁ ମୁକ୍ତି ଦେବ ‘ଚକୋଲେଟ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୀତ ଦିନେ ଅଧିକାଶଂ ଲୋକଙ୍କ ପାଖରେ ଥଣ୍ଡା ଏବଂ କାଶ ସମସ୍ୟା ଦେଖା ଦେଇଥାଏ। ପରିବର୍ତ୍ତିତ ପାଣିପାଗରେ ଏମିତି ହେବା ସ୍ୱଭାବିକ୍‌। କିନ୍ତୁ କିଛି ଲୋକେ ଶୀତଦିନେ ନୁହେଁ ବରଂ ବର୍ଷର ଅଧିକାଂଶ ସମୟରେ କାଶ ସମସ୍ୟାରେ ପଡିଥାନ୍ତି । ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ।  ବେଳେ ବେଳେ କାସ ଅଧିକ ହେବା ଦ୍ୱାରା ନିଶ୍ୱାସ ନେବାରେ ସମସ୍ୟା ହୋଇଥାଏ।

କିଛି ଲୋକ କାଶ ଦାଉରୁ ରକ୍ଷା ପାଇବା ପାଇଁ ଘରୋଇ ଉପଚାର କରୁଥିବା ବେଳେ କିଛି ମେଡିସିନ୍‌ର ସାହାରା ନିଅନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କାଶରୁ ମୁକ୍ତି ପାଇବାକୁ ହେଲେ ଚକୋଲେଟ୍‌ ଖାଇବା ଭଲ।  ନିକଟରେ ହୋଇଥିବା ଏକ ଗବେଷଣାରୁ ଏ ସମ୍ପର୍କରେ ଜଣାପଡିଛି।

କାଶ ପାଇଁ ଔଷଧ ଚକୋଲେଟ୍‌ 

‘ୟୁନିଭରସିଟି ଅଫ୍‌ ହଲ’ର କାର୍ଡିଓ ଭସ୍‌କୁଲାର ଏବଂ ରେସ୍ପିରେଟୋରୀ ବିଭାଗର ଅଧ୍ୟାପକ ଏଲିନ୍‌ ମୋରିସ୍‌ଙ୍କ କହିବା ଅନୁଯାୟୀ ଡାର୍କ ଚକୋଲେଟ୍‌ ଖାଇବା ଦ୍ୱାରା କାଶ ବନ୍ଦ ହୋଇଯାଏ।  ଏଥିରେ ଥିବା ‘କୋକୋଆ କାଶକୁ ଦୁଇ ଦିନ ମଧ୍ୟରେ ମୁକ୍ତି ଦେଇଥାଏ।

ଆଉ ଏକ ଗବେଷଣା କୁହେ ଚକୋଲେଟ୍‌ରେ ଥିବା କୋକୋଆରେ ଏକ ପ୍ରକାର ଏଲ୍କଲାଇଡ ରହିଥାଏ। ଯାହା କାଶ ସମସ୍ୟା ପାଇଁ ବ୍ୟବହୃତ୍‌ କୋଡିନ୍‌ଠାରୁ ଅଧିକ ଉପକାରୀ(ଏହି କୋଡିନ୍‌ ଅନେକ କଫ୍‌ ଶିରଫ୍‌ରେ ବ୍ୟବହୃତ ହୋଇଥାଏ) ।



from Odisha Reporter http://bit.ly/2QlzPBY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages