ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ ଲୋଡ଼ି ଫାରୁକ୍‌ଙ୍କୁ ଭେଟିଲେ ପିନାକୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 3, 2019

ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ ଲୋଡ଼ି ଫାରୁକ୍‌ଙ୍କୁ ଭେଟିଲେ ପିନାକୀ

ନୂଆଦିଲ୍ଲୀ: ବିଜୁ ଜନତା ଦଳ ସାଂସଦ ପିନାକୀ ମିଶ୍ର ନ୍ୟାସନାଲ କନ୍‌ଫରେନ୍ସ ମୁଖ୍ୟ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କୁ ଭେଟିବା ସହିତ ସଂସଦ ଏବଂ ସମସ୍ତ ବିଧାନସଭା କ୍ଷେତ୍ରରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ବିଲ୍‌ ପାଇଁ ସମର୍ଥନ ଲୋଡ଼ିଛନ୍ତି। ଏହି ଭେଟ ଫାରୁକ୍‌ଙ୍କ ଦିଲ୍ଲୀସ୍ଥିତ ବାସଭବନଠାରେ ହୋଇଥିଲା।

ଏହି ଅବସରରେ ପିନାକୀ ଫାରୁକ୍‌ଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲିଖିତ ପତ୍ର ଦେଇଥିଲେ। ପୂର୍ବରୁ ବିଜେଡିର ଏକ ପ୍ରତିନିଧି ଦଳ ଇଣ୍ଡିଆନ୍‌ ନ୍ୟାସନାଲ ଲୋକ ଦଳ ମୁଖ୍ୟ ଅଭୟ ସିଂହ ଚୌତାଲାଙ୍କୁ ଭେଟିଥିଲେ।

ବିଜେଡି ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ୍‌ ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କୁ ଭେଟି ସମର୍ଥନ ଲୋଡ଼ିଥିଲେ।

ସୂଚନାଯୋଗ୍ୟ ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ମହିଳା ସଂରକ୍ଷଣ ବିଲ୍‌ ପାଇଁ ସଂକଳ୍ପ ପାରିତ କରିବା ସହିତ ଅନ୍ୟ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏଥିପାଇଁ ଆହ୍ୱାନ କରିଥିଲେ। ଏହାପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହାକୁ ପ୍ରଥମ କରି ସମର୍ଥନ ଜଣାଇ ପଞ୍ଜାବ ବିଧାନସଭାରେ ସଂକଳ୍ପ ପାରିତ କରିଛନ୍ତି।



from Odisha Reporter http://bit.ly/2SzqBnM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages