
ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅର୍ନ୍ତଗତ ସରପାରି ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୭ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି।
ଟାଙ୍ଗି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ନିଆଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି।
ଗତକାଲି ବିଳମ୍ବିତ ରାତିରେ ସରପାରି ଗାଁର ଦଳିତ ସାହିରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁର ପ୍ରକୋପ ଏତେ ଥିଲା ଯେ, ଏହା ଚାରିଆଡ଼କୁ ବ୍ୟାପୀ ଯାଇଥିଲା। ଫଳରେ ଲୋକେମାନେ ନିଜର ନିତ୍ୟ ବ୍ୟବହାର ଜିନିଷ ଗୁଡ଼ିକ ବି କାଢ଼ି ପାରି ନଥିଲେ।
from Odisha Reporter http://bit.ly/2AsV67P
No comments:
Post a Comment