ମହିଳାଙ୍କ ନିକଟରୁ ୧୬ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ମହିଳାଙ୍କ ନିକଟରୁ ୧୬ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ

fakenote

ଯାଜପୁର (ଗୁଲାମ୍ ଗସ୍): ଯାଜପୁର ସହରରୁ ୧୬ ହଜାର ଟଙ୍କାର ଜାଲ୍‌ ନୋଟ୍ ଜବତ କରିଛି ପୁଲିସ୍। ଜଣେ ମହିଳାଙ୍କଠାରୁ ଏହି ଟଙ୍କା ଜବତ କରାଯାଇଛି।

ଗତକାଲି ବିଂଝାରପୁର ଥାନା ଅନ୍ତର୍ଗତ ବରପଦା ଅଞ୍ଚଳର ଜଣେ ମହିଳା ଯାଜପୁର ଟାଉନକୁ ଆସି ଏକ ଦୋକାନରୁ ସଉଦା କିଣିଥିଲେ। ତା’ପରେ ଦୋକାନୀଙ୍କ ହାତକୁ ଏକ ୨ହଜାର ଟଙ୍କିଆ ନୋଟ୍ ବଢ଼ାଇ ଦେଇଥିଲେ। ନୋଟ୍‌ଟିକୁ ଦେଖି ଦୋକାନୀଙ୍କର ସନ୍ଦେହ ହେଲା। ତେଣୁ ସେ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍ ସେଠାରେ ପହଞ୍ଚି ଯାଞ୍ଚ କଲା ପରେ, ତାହା ନକଲି ୨ ହଜାର ଟଙ୍କିଆ ନୋଟ୍ ବୋଲି ଜଣାପଡ଼ିଥିଲା। ତା’ପରେ ତାଙ୍କଠାରୁ ଆହୁରି ନକଲି ୨ ହଜାର ଟଙ୍କିଆ ନୋଟ୍ ବାହାରିଥିଲା। ତାଙ୍କଠାରୁ ମୋଟ ୮ଟି ୨ ହଜାର ଟଙ୍କିଆ ନୋଟ୍ ଜବତ କରାଯାଇଥିଲା। ତା’ପରେ ତାଙ୍କୁ ଥାନାକୁ ନେଇ ପୁଲିସ୍ ପଚରାଉଚରା କରିଥିଲା। ବରପଦା ସ୍ଥିତ ତାଙ୍କ ଘରେ ବି ଚଢ଼ାଉ କରିଥିଲା।

ମହିଳା ଜଣଙ୍କ ଏତେ ପରିମାଣର ନକଲି ନୋଟ୍ କେଉଁଠୁ ଆଣିଲା, ସେ ନେଇ ପୁଲିସ୍ ଖୋଳତାଡ଼ କରୁଛି।



from Odisha Reporter http://bit.ly/2U3SF35

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages