
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦିନର ବ୍ୟବଧାନ ପରେ ଗୁରୁବାର ରାତିରୁ ପୁଣି ଥରେ ଓଡ଼ିଶାକୁ ଶୀତ ଲହରୀ ଫେରିଛି। ବିଶେଷ କରି ପଶ୍ଚିମ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ଜାଡ଼ ଅନୁଭୂତ ହୋଇଛି। ଗୁରୁବାର ରାଜ୍ୟର ପ୍ରାୟ ୧୨ଟି ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା।
ଆସନ୍ତା ଦୁଇ ଦିନ ଧରି ଏଭଳି ପାଗ ଲାଗି ରହିବ। ଦିନ ଅପେକ୍ଷା ରାତିରେ ପ୍ରବଳ ଜାଡ଼ ଅନୁଭବ ହେବ। ଏପରି କି କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ର ୩ରୁ ୫ ଡିଗ୍ରୀ ସେଲସିୟସ୍ ତଳକୁ ଖସି ଆସିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍ରେ କୁହାଯାଇଛି ଯେ ଆଜି ଓ ଆସନ୍ତାକାଲି ସାରା ଓଡ଼ିଶାରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡ଼ା,ସମ୍ବଲପୁର, ଦେବଗଡ଼, କେନ୍ଦୁଝର,ବଲାଙ୍ଗିର, ଅନୁଗୁଳ,ସୋନପୁର, ବୌଦ୍ଧ, ବରଗଡ଼,ଢେଙ୍କାନାଳ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ମଧ୍ୟ ଦିନ ଅପେକ୍ଷା ରାତିରେ ଥଣ୍ଡା ପବନ ବହିବାର ସମ୍ଭାବନା ରହିଛି।
ଏବେ ଆକାଶ ନିର୍ମଳ ରହିଛି। ଏଥିସହ ବାହାର ରାଜ୍ୟରୁ ଥଣ୍ଡା ପବନ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବାରେ ଲାଗିଛି। ଯେଉଁଥି ପାଇଁ ରାଜ୍ୟରେ ଏଭଳି ଥଣ୍ଡାର ପ୍ରକୋପ ବୃଦ୍ଧି ପାଇଛି। ତେବେ ୨୦ ତାରିଖ ବେଳକୁ ସର୍ବନିମ୍ନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ବୃଦ୍ଧି ଘଟିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଗତକାଲି ଫୁଲବାଣୀ ସବୁଠାରୁ ଥଣ୍ଡା ସହର ହୋଇଥିଲା। ଏଠାରେ ସର୍ବନିମ୍ନ ତାପମାତ୍ରା ୬.୮ ରେକର୍ଡ କରାଯାଇଥିଲା।
from Odisha Reporter http://bit.ly/2Fz1yOI
No comments:
Post a Comment