
କଟକ(ଓଡ଼ିଶା ରିପୋର୍ଟର): ଚଳଚ୍ଚିତ୍ର ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କ ମୃତ୍ୟୁ ମାମଲାରେ ତାଙ୍କ ଶାଶୂଘରେ ଆଜି ଚାଉଳିଆଗଞ୍ଜ ପୁଲିସ ତରଫରୁ ଲଟକା ଝୁଲାଯାଇଛି। ନୋଟିସ୍ ସତ୍ତ୍ୱେ ନିକିତାଙ୍କ ସ୍ୱାମୀ ଲିପନଙ୍କ ବାପା ଓ ମାଆ ହାଜର ନହେବାରୁ ଏହି ଲଟକା ଝୁଲାଯାଇଥିବା ଡିସିପି ସୂଚନା ଦେଇଛନ୍ତି। ଲଟକାରେ ୧୯ ତାରିଖ ଦିନ ୧୧ଟା ସୁଦ୍ଧା ଉଭୟ ଚାଉଳିଆଗଞ୍ଜ ଥାନାରେ ହାଜର ପାଇଁ ନିର୍ଦ୍ଦେଶ ରହିଛି।
ଘଟଣାରେ ପୁଲିସ ପକ୍ଷରୁ ଉଭୟଙ୍କୁ ନୋଟିସ ଜାରି କରାଯାଇଥିଲା। ତେବେ ଉଭୟ ବର୍ତ୍ତମାନ ସୁଦ୍ଧା ଚାଉଳିଆଗଞ୍ଜ ଥାନାରେ ହାଜର ହୋଇ ନିଜର ପକ୍ଷ ରଖିନାହାନ୍ତି।
୨୦୧୬ ମସିହାରେ ଲକ୍ଷ୍ମୀପ୍ରିୟା କଟକ ଗୋପାଳପୁରର ଲିପନ ସାହୁଙ୍କୁ ବିବାହ କରିଥିଲେ। ବାହାଘର ପରେ ପାରିବାରିକ କଳହ ଯୋଗୁ ସେ ଅଧିକାଂଶ ସମୟ କଟକ ମହାନଦୀ ବିହାର ସ୍ଥିତ ବାପଘରେ ରହୁଥିଲେ। ଗତ ୪ ତାରିଖରେ ଲକ୍ଷ୍ମୀପ୍ରିୟା ବାପଘରେ ଥିବା ବେଳେ ତାଙ୍କ ସ୍ୱାମୀ ଆସିଥିଲେ। କୌଣସି କଥାକୁ ନେଉ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେବେ ଉଭୟ ଛାତ ଉପରେ ପାଟିତୁଣ୍ଡ କରୁଥିବା ବେଳେ ଲକ୍ଷ୍ମୀପ୍ରିୟା ପଡ଼ିଯାଇଥିବା ଅଭିଯୋଗ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଡ଼ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ତାଙ୍କୁ ଏକ ଘରୋଇ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏବେ ଲକ୍ଷ୍ମୀପ୍ରିୟାଙ୍କର ୫ ମାସର ଏକ ଶିଶୁକନ୍ୟା ରହିଛି।
from Odisha Reporter http://bit.ly/2TIkmhu
No comments:
Post a Comment