
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗହୀରମଥା ନିକଟରେ ଗତ ରାତିରେ ଘଟିଥିବା ଦୁର୍ଘଟଣାର ଯାଞ୍ଚ ପାଇଁ ଭାରତୀୟ ତଟରକ୍ଷୀ ବାହିନୀ (Indian Coastguard) ତଦନ୍ତ ବୋର୍ଡ ଗଠନ କରିଛନ୍ତି। ଏଥିରେ ଜଣେ ମାଛଧରା ବୋଟର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା ଓ ସେ କୋଷ୍ଟଗାର୍ଡ ଅଧିକାରୀଙ୍କ ଗୁଳିରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ତଟରକ୍ଷୀ ବାହିନୀ ପକ୍ଷରୁ ଆଜି ଜାରି କରାଯାଇଥିବା ଏକ ପ୍ରେସ ନୋଟରେ କୁହାଯାଇଛି ଯେ, “ଗତ ରାତି ପ୍ରାୟ ୯.୪୫ ମିନିଟରେ ଗାଢ଼ ଅନ୍ଧାରରେ ଗହିରମଥା ନିକଟରେ ଏକ ମାଛଧରା ବୋଟ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବାର ଜଣା ପଡିଥିଲା। ଏହି ବୋଟର ନାଁ “ମା କାନନ”। ମାଛଧରା ଡଙ୍ଗାଟି ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖି ତରରକ୍ଷୀ ବାହିନୀର ଏକ ପଇଁତରା ବା ପ୍ୟାଟ୍ରୋଲିଙ୍ଗ ଜାହାଜ ସାଇରନ, ସର୍ଚ୍ଚ ଲାଇଟ ଏବଂ ଭିଏଚଏଫ ଜରିଆରେ ସତର୍କ କରାଇ ଦେଇଥିଲେ। ବାରମ୍ବାର ସତର୍କ କରିବା ସତ୍ତ୍ୱେ ଡଙ୍ଗାଟି ଖସି ପଳାଇ ଯିବା ପାଇଁ ଚେଷ୍ଟା କରିଥିଲା ଏବଂ ତା’ପଛରେ ଯାଉଥିବା ତଟରକ୍ଷୀ ଜାହାଜର କ୍ଷତି କରିଥିଲା।
“ଏହାର ଜବାବରେ ତଟରକ୍ଷୀ ଜାହାଜ ଆକାଶକୁ ସତର୍କତାମୂଳକ ଫାୟାରିଂ କରିଥିଲା। ଡଙ୍ଗାଟିକୁ ନିୟନ୍ତ୍ରଣକୁ ନେବା ପରେ ତଟରକ୍ଷୀ ବାହିନୀର ନିରାପତ୍ତାରକ୍ଷୀମାନେ ଡଙ୍ଗା ଭିତରକୁ ପ୍ରବେଶ କରିଥିଲେ। ସେଥିମଧ୍ୟରେ ଜଣେ ଲୋକ ଗୁରୁତର ଆହତ ଅବସ୍ଥାରେ ପଡିଥିବା ନଜରକୁ ଆସିଥିଲା। ତଟରକ୍ଷୀ ବାହିନୀର ପହରାକାରୀ ଦଳ ତତକ୍ଷଣାତ ଆହତ ବ୍ୟକ୍ତିକୁ ପାରାଦୀପ ବନ୍ଦର ହସ୍ପିଟାଲକୁ ନେଇଥିଲେ ଏବଂ ସେଠାରେ ତାକୁ ମୃତ ଘୋଷଣା କରାଯାଇଥିଲା। ମୃତ ବ୍ୟକ୍ତି ଜଣକ ମାୟା ମଲ୍ଲିକ ବୋଲି ଜଣାପଡିଛି। ଘଟଣାର ବିଧିବଦ୍ଧ ତଦନ୍ତ ଲାଗି ତଟରକ୍ଷୀ ବାହିନୀ ପକ୍ଷରୁ ଏକ କୋର୍ଟ ଅଫ ଇନକ୍ୱାରୀ ବସାଯାଇଛି।”
(ସୂତ୍ର: ପିଆଇବି)
from Odisha Reporter http://bit.ly/2D4VD1f
No comments:
Post a Comment