ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଯାଏ ପାଣ୍ଡ୍ୟା ଓ ରାହୁଲ ନିଲମ୍ବିତ ହେବେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 11, 2019

ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଯାଏ ପାଣ୍ଡ୍ୟା ଓ ରାହୁଲ ନିଲମ୍ବିତ ହେବେ!

ନୂଆଦିଲ୍ଲୀ: କରନ୍‌ ଜୋହରଙ୍କ ସହ କଫି ପି’ ଚାଟ୍‌ କରିବା ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଓପନର୍‌ କେଏଲ୍‌ ରାହୁଲଙ୍କୁ ଘାତକ ସାବ୍ୟସ୍ତ ହେବାକୁ ଯାଉଛି। ଉଭୟଙ୍କୁ ପ୍ରଥମେ ୨ଟି ଦିନିକିଆରୁ ବାସନ୍ଦ କରିବାକୁ ବିସିସିଆଇ ସିଓଏର ଅଧ୍ୟକ୍ଷ ବିନୋଦ ରାୟ ପ୍ରସ୍ତାବ ଦେଇଥିବା ବେଳେ ଆଜି ଅନ୍ୟତମ ସଦସ୍ୟ ଡାଏନା ଇଡୁଲଜି ଉଭୟଙ୍କୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଯାଏ ନିଲମ୍ବିତ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ବିନୋଦ ରାୟ ଉଭୟଙ୍କୁ ବ୍ୟାନ୍‌ କରିବାକୁ ପ୍ରସ୍ତାବ ଦେବା ପରେ ଏହାର ସମୀକ୍ଷା କରିବାକୁ ଇଡୁଲଜି ବିସିସିଆଇ ଲିଗାଲ୍‌ ସେଲ୍‌କୁ ପଠାଇଥିଲେ। ତେବେ ଲିଗାଲ ସେଲ୍‌ ରାହୁଲ ଓ ପାଣ୍ଡ୍ୟାଙ୍କ ମନ୍ତବ୍ୟ କୋଡ୍‌ ଅଫ୍‌ କଣ୍ଡକ୍ଟ ଉଲ୍ଲଙ୍ଘନ କରୁନାହିଁ ବୋଲି ମତାମତ ଦେଇଥିଲା। ଏହାପରେ ଇଡୁଲଜି ଏଭଳି ନିଲମ୍ବନ ପାଇଁ କହିଛନ୍ତି।

ଇଡୁଲଜି କହିଛନ୍ତି, “ ବିସିସିଆଇ ସିଇଓ ରାହୁଲ ଜୋହରୀଙ୍କ ନାଁରେ ମହିଳା ନିର୍ଯାତନା ଅଭିଯୋଗ ଆସିବା ପରେ ତାଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠା ଯାଇଥିଲା। ଏବେ ରାହୁଲ ଓ ପାଣ୍ଡ୍ୟା ମଧ୍ୟ ମହିଳାଙ୍କ ଉପରେ କଡ଼ା ଟିପ୍ପଣୀ ଦେଇଛନ୍ତି। ତେଣୁ ସେମାନଙ୍କୁ ମଧ୍ୟ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଯାଏ ନିଲମ୍ବନ କରାଯିବା ଦରକାର। ଏବେ ଲିଗାଲ ସେଲ୍‌ର ମତାମତ ଏବଂ ଅନ୍ୟ କାର୍ଯ୍ୟକଳାପ ଉପରେ ଯାହା ବି ନିଷ୍ପତ୍ତି ହେବ, ସେ ସମ୍ପର୍କରେ ଖେଳିଳିମାନଙ୍କୁ ଜଣାଇ ଦିଆଯିବ।”

ଯଦି ଉଭୟଙ୍କୁ ନିଲମ୍ବନ କରାଯାଏ, ତା’ହେଲେ ଏକ ତଦନ୍ତ କମିଟି ଗଠନ କରାଯିବ। ଏହାପରେ ସେମାନଙ୍କ ତଦନ୍ତ ସରିବା ପରେ ଉଭୟ ଖେଳାଳିଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ହେବ, ତାହା ସ୍ପଷ୍ଟ ହେବ।



from Odisha Reporter http://bit.ly/2RIPgsP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages