ସାବରୀମାଲା: ପୁଣି ମନ୍ଦିର ପ୍ରବେଶ ପାଇଁ ଚେଷ୍ଟା କଲେ ମହିଳା, ପ୍ରତିବାଦରେ ବିକ୍ଷୋଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ସାବରୀମାଲା: ପୁଣି ମନ୍ଦିର ପ୍ରବେଶ ପାଇଁ ଚେଷ୍ଟା କଲେ ମହିଳା, ପ୍ରତିବାଦରେ ବିକ୍ଷୋଭ

ଥିରୁଭନନ୍ତପୁରମ୍‌: ଆଜି ଭୋର ସମୟରେ ଦୁଇ ଜଣ ମହିଳା ପବିତ୍ର ତୀର୍ଥକ୍ଷେତ୍ର ସାବରୀମାଲା ଦର୍ଶନ ପାଇଁ ପ୍ରୟାସ କରିବାପରେ କିଛିଦିନ ଧରି ବନ୍ଦ ଥିବା ପ୍ରତିବାଦ ପୁଣି ଥରେ ଦାନା ବାନ୍ଧିଛି। ଏହି ମହିଳା ଦୁଇଜଣ ବେସ୍‌କ୍ୟାମ୍ପ ଅତିକ୍ରମ କରିବାପରେ ବହୁସଂଖ୍ୟାରେ ବିକ୍ଷୋଭକାରୀ ୧ କିଲୋମିଟରଯାଏ ବିରୋଧ କରିଥିଲେ।

ଏହାପରେ ପୁଲିସ୍‌ ସେମାନଙ୍କୁ ଗାଡ଼ୀରେ ସୁରକ୍ଷତି ସ୍ଥାନକୁ ନେଇଯାଇଥିଲା। ଏହା ପୂର୍ବରୁ ସେମାନେ ଦାବି କରି ଆସୁଥିଲେ ଯେ, ସେମାନେ ଦର୍ଶନ ନକରି ଫେରିବେନି କାରଣ ସେମାନେ ୪୧ ଦିନ ହେଲା ବ୍ରତ ପାଳନ କରିଆସୁଛନ୍ତି।

ଏହି ଦୁଇ ଜଣ ମନ୍ଦିର ଆଡ଼କୁ ଦର୍ଶନ ପାଇଁ ଯାଉଥିବା ଏକ ୯ ଜଣିଆ ଗୋଷ୍ଠୀର ଅଂଶ ଥିଲେ। ସେମାନେ ପାମ୍ବା ବେସ୍‌ କ୍ୟାମ୍ପ ଅତିକ୍ରମ କରିବା ପରେ ହିଁ ସେମାନଙ୍କୁ ଅଟକାଇବାର ପ୍ରୟାସ କରାଯାଇଥିଲା।

ଉତ୍ତର କେରଳର କନ୍ନୁରରୁ ଆସିଥିବା ଜଣେ ମହିଳା ଏହି ଘଟଣା ବିଷୟରେ କହିଛନ୍ତି, “ସେଠାରେ ଆୟପ୍ପାନ୍‌ ଭଗବାନ ଅଛନ୍ତି। ଯଦି ଆୟପ୍ପାନ୍ ଭଗବାନ ମହିଳାଙ୍କ ମନ୍ଦିର ପ୍ରବେଶକୁ ମନା କରିନାହାନ୍ତି ଏମାନେ କାହିଁକି ବିରୋଧ କରୁଛନ୍ତି।”

ପୂର୍ବରୁ କନକ ଦୁର୍ଗା ଏବଂ ବିନ୍ଦୁ ଆମ୍ମିନୀ ନାମକ ଦୁଇ ମହିଳା ମନ୍ଦିର ପ୍ରବେଶ କରିପାରିଥିଲେ। ଯାହାକୁ ନେଇ ଖୁବ୍‌ ହଙ୍ଗାମା ହେବା ସହ ମନ୍ଦିର ଶୋଧ କରାଯାଇଥିଲା। ଏହି କାରଣରୁ ଗତ ସୋମବାର ଦିନ ଘରକୁ ଫେରିଥିବା କନକ ଦୁର୍ଗାଙ୍କୁ ତାଙ୍କ ଶାଶୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସେମାନେ ମନ୍ଦିର ପ୍ରବେଶର ୨ ସପ୍ତାହ ଯାଏ ପୁଲିସ୍‌ ସୁରକ୍ଷାରେ ଆତ୍ମଗୋପନ କରିଥିଲେ।



from Odisha Reporter http://bit.ly/2RtVy04

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages