ଏମିତି ତିଆରି କରନ୍ତୁ ‘ମେଥି ଚିଙ୍ଗୁଡ଼ି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ଏମିତି ତିଆରି କରନ୍ତୁ ‘ମେଥି ଚିଙ୍ଗୁଡ଼ି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଚିଙ୍ଗୁଡ଼ିରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ଆପଣ ନିଶ୍ଚୟ ଖାଇଥିବେ। ତେବେ ଆଜି ଆମେ ଆପଣଙ୍କୁ ସୁସ୍ୱାଦୁ ‘ମେଥି ଚିଙ୍ଗୁଡ଼ି’ର ପ୍ରସ୍ତୁତି ସମ୍ପର୍କରେ ଟିପ୍‌ସ୍‌ ଦେବୁ।

ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି ମାଛ, ଦହି, ଧଳା ଗୋଲମରିଚ ଗୁଣ୍ଡ, ଲେମ୍ବୁ ରସ, ବଟା ରସୁଣ, ଅଦା ପେଷ୍ଟ, କଟା ପିଆଜ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଟମାଟୋ ପ୍ୟୁରି, ମେଥି ଶାଗ, ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଚିଙ୍ଗୁଡ଼ି ମାଛ, ଦହି, ଧଳା ଗୋଲମରିଚ ଗୁଣ୍ଡ, ଅଧା ଚାମଚ ଲୁଣ ଓ ଲେମ୍ବୁ ରସ ପକାଇ ଭଲ ଭାବେ ମିଶାନ୍ତୁ। ଏହାକୁ ମ୍ୟାରିନେଟ୍‌ କରିବା ଲାଗି ୧ ଘଣ୍ଟା ଘୋଡ଼ାଇ ରଖି ଦିଅନ୍ତୁ। ଘଣ୍ଟାଏ ପରେ ଚିଙ୍ଗୁଡ଼ିଗୁଡ଼ିକୁ ତେଲ ଗରମ କରି ଭଲଭାବେ ଭାଜି ଦିଅନ୍ତୁ।

ଏବେ ଏକ କଡ଼େଇରେ ତେଲ ଗରମ କରି ଏଥିରେ  ଅଦା-ରସୁଣ ପେଷ୍ଟ ପକାଇ ୨ ମିନିଟ୍‌ ଯାଏ ଭାଜନ୍ତୁ। ଏବେ  କଟା ପିଆଜ ସହ ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ୧ ଚାମଚ ଲୁଣ ପକାଇ ଏହାକୁ ଆହୁରି ଭଲ ଭାବେ ଭାଜନ୍ତୁ। ଏହା ପରେ ଟମାଟୋ ପ୍ୟୁରି ପକାଇ ୫ରୁ ୭ ମିନିଟ୍‌ ଯାଏ ଗୋଳାନ୍ତୁ। ଏବେ ଚୂନା ଚୂନା କଟା ହୋଇଥିବା ମେଥି ଶାଗ ମିଶାନ୍ତୁ ଏବଂ ସେଥିରେ ଭଜା ଚିଙ୍ଗୁଡ଼ି ପକାଇ କଷନ୍ତୁ। ଶାଗ ନରମ ହୋଇଗଲେ ଓ ଚିଙ୍ଗୁଡ଼ି କଷି ହୋଇଗଲେ, ଏଥିରେ ଅଳ୍ପ ପାଣି ଦେଇ ଫୁଟାନ୍ତୁ। ପରେ ଘୋଡ଼ଣୀ ଦେଇ ଏହା ସିଝିବାକୁ ଛାଡ଼ିଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ‘ମେଥି ଚିଙ୍ଗୁଡ଼ି’। ଏହାକୁ  ଭାତ କିମ୍ବା ରୁଟି ସହ ଗରମ ଗରମ ଖାଆନ୍ତୁ।



from Odisha Reporter http://bit.ly/2CjWdXm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages