ବିରୋଧୀ ସମାବେଶରେ ଯୋଗଦେବେ ଶତୃଘ୍ନ, ମମତାଙ୍କୁ କହିଲେ ଜାତୀୟ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ବିରୋଧୀ ସମାବେଶରେ ଯୋଗଦେବେ ଶତୃଘ୍ନ, ମମତାଙ୍କୁ କହିଲେ ଜାତୀୟ ନେତା

ନୂଆଦିଲ୍ଲୀ: ଆସନ୍ତାକାଲି କୋଲକାତାରେ ବିଜେପି ବିରୋଧୀ ଦଳଗୁଡ଼ିକ ନିଜର ଶକ୍ତି ପ୍ରଦର୍ଶନ କରିବେ। ଏହି ମହାସମାବେଶକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆୟୋଜନ କରୁଥିବା ବେଳେ ଏଥିରେ ପ୍ରାୟ ସବୁ ବିଜେପି ବିରୋଧୀ ଦଳଗୁଡ଼ିକ ଯୋଗଦେବେ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆସନ୍ତାକାଲିର ମହାସମାବେଶରେ ବିଜେପି ସାଂସଦ ଶତୃଘ୍ନ ସିହ୍ନା ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମାବେଶର ଗୋଟିଏ ଦିନ ପୂର୍ବରୁ ସେ ମମତା ବାନାର୍ଜୀଙ୍କୁ ଜାତୀୟ ନେତା ବୋଲି ସମ୍ବୋଧନ କରିଛନ୍ତି। ଏଥିସହ ମମତା ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବେ ବୋଲି ଶ୍ରୀ ସିହ୍ନା ପରୋକ୍ଷରେ ସୂଚାଇ ଦେଇଛନ୍ତି।

ଶ୍ରୀ ସିହ୍ନା କହିଛନ୍ତି,“ମୁଁ ଆସନ୍ତାକାଲି ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୁଁ ଯଶବନ୍ତ ସିହ୍ନା ଗଠନ କରିଥିବା ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବି। ଯେଉଁଭଳି ଭାବେ କିଛି ବିଜେପି ନେତା ଆର୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି, ମୁଁ ମଧ୍ୟ ସେମିତି ଆସନ୍ତାକାଲି ସମାବେଶରେ ଯୋଗଦେବାକୁ ଚିନ୍ତା କରୁଛି। ବିଜେପିରେ ଯେତେବେଳେ ୨ ଜଣ ସାଂସଦ ଥିଲେ, ସେତେବେଳେ ମୁଁ ଦଳରେ ଯୋଗ ଦେଇଥିଲି। ମୁଁ ସର୍ବଦା ଏହାକୁ ଶକ୍ତ କରିବାକୁ କାର୍ଯ୍ୟ କରିଥିଲି।”

କ’ଣ ଲୋକସଭା ନିର୍ବାଚନ ପରେ ମମତା ବାନାର୍ଜୀ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସିହ୍ନା କହିଛନ୍ତି,“ ପ୍ରଧାନମନ୍ତ୍ରୀ କିଏ ହେବ, ସେକଥା ଲୋକ ଏବଂ ନିର୍ବାଚନ ପରେ ଦଳକୁ ମିଳିଥିବା ସଂଖ୍ୟା ଆଧାରରେ ନିଷ୍ପତ୍ତି ନିଆଯିବ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ମମତା ହିଁ ପ୍ରଧାନମନ୍ତ୍ରୀ ପାଇଁ ଉପଯୁକ୍ତ ପ୍ରାର୍ଥୀ। ସେ ଏବେ କେବଳ ଜଣେ ଆଞ୍ଚଳିକ ସ୍ତରର ନେତା ହୋଇ ରହିନାହାନ୍ତି। ବରଂ ଜାତୀୟ ସ୍ତରର ନେତା ହୋଇଛନ୍ତି।” ଶ୍ରୀ ସିହ୍ନା ଆସନ୍ତାକାଲି ସମାବେଶରେ ଷ୍ଟାର ସ୍ପିକର ଭାବେ ଯୋଗଦେବେ।

ଆସନ୍ତାକାଲିର ମହାସମାବେଶରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ, କଂଗ୍ରେସର କର୍ଣ୍ଣାଟକା ସହଯୋଗୀ ତଥା ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ, ଏନ୍‌ସି ନେତା ଫାରୁକ ଅବଦୁଲ୍ଲା, ଏନ୍‌ସିପି ମୁଖ୍ୟ ଶରଦ ପାୱାର,ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଓ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ଯୋଗଦେବେ। ସେହିପରି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧିଙ୍କ ବଦଳରେ ମଲ୍ଲିକାର୍ଜୁନ ଖାଡ଼ଗେ ଓ ମାୟାବତୀଙ୍କ ବଦଳରେ ସତୀଶ ମିଶ୍ର ଯୋଗଦେବା ଏକ ପ୍ରକାରର ନିଶ୍ଚିତ ହୋଇଛି।



from Odisha Reporter http://bit.ly/2CsbUfl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages