ପାଣ୍ଡ୍ୟା ଟିମ୍‌ ପାଇଁ କାହିଁକି ଜରୁରୀ, କାରଣ କହିଲେ ଧୱନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ପାଣ୍ଡ୍ୟା ଟିମ୍‌ ପାଇଁ କାହିଁକି ଜରୁରୀ, କାରଣ କହିଲେ ଧୱନ୍‌

ମେଲବର୍ଣ୍ଣ: ଟିଭି ଶୋ’ ‘କଫି ୱିଥ୍‌ କରନ୍‌’ରେ ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବାରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିସିସିଆଇ ନିଲମ୍ବିତ କରିଛି। ନିଲମ୍ବନ କାରଣରୁ ସେ ଅଷ୍ଟ୍ରେଲିଆ ବିପକ୍ଷ ୩ଟିକିଆ ସିରିଜ୍‌ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ପାଣ୍ଡ୍ୟା କେବେ ଟିମ୍‌କୁ ଫେରିବେ,ସେକଥା ମଧ୍ୟ କେହି ଜାଣନ୍ତି ନାହିଁ। କିନ୍ତୁ ପାଣ୍ଡ୍ୟା ଟିମ୍‌ ପାଇଁ କେତେ ଜରୁରୀ ଥିଲେ ସେକଥା ଦଳର ଓପନର୍‌ ଶିଖର ଧୱନ କହିଛନ୍ତି।

ମେଲବର୍ଣ୍ଣଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି, “ ପାଣ୍ଡ୍ୟା ଟିମ୍‌ରେ ସନ୍ତୁଳନ ରକ୍ଷା କରୁଥିବା ବେଳା ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ଟିମ୍‌ରେ ଥିଲା ବେଳେ ଦଳରେ ବେଶ ସନ୍ତୁଳନ ରହୁଥିଲା।  କେବଳ ପାଣ୍ଡ୍ୟା ନୁହନ୍ତି, କେଦାର ଯାଦବ ମଧ୍ୟ ଯେତେବଳେ ଖେଳନ୍ତି, ତାଙ୍କ ବୋଲିଂ ଆମକୁ ଫାଇଦା ଦିଏ। ସେ ଆମର ଗୋଲଡେନ୍‌ ଆର୍ମ ବୋଲର। ସିଏ ଯେତେବେଳେ ବି ବୋଲିଂ କରିବାକୁ ଆସନ୍ତି, ୱିକେଟ ପାଆନ୍ତି। ଅନେକ ବଡ଼ ବଡ଼ ଭାଗୀଦାରିକୁ ସେ ଭାଙ୍ଗିଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି, ଉଭୟ ଟେଷ୍ଟ ଓ ଦିନିକିଆରେ ଅଲରାଉଣ୍ଡରଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ।” ୨୦୧୬ରେ ଭାରତ ପାଇଁ ଡେବ୍ୟୁ କରିଥିବା ପାଣ୍ଡ୍ୟା ଭାରତ ପାଇଁ ୩ଟି ଯାକ ଫର୍ମାଟରେ ବେଶ ଭଲ ପ୍ରଦର୍ଶନ କରିଛନ୍ତି।

ମହିଳାଙ୍କ ପ୍ରତି ମନ୍ତବ୍ୟ ଦେଇଥିବାରୁ ପାଣ୍ଡ୍ୟାଙ୍କ ସହ ବିସିସିଆଇ ବ୍ୟାଟସ୍‌ମ୍ୟାନ୍‌ କେଏଲ୍‌ ରାହୁଲଙ୍କୁ ମଧ୍ୟ ନିଲମ୍ବିତ କରିଛି।



from Odisha Reporter http://bit.ly/2Cu2H6l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages