ମୁମ୍ବାଇ ଫୁଟ୍‌ପାଥ୍‌ରୁ ବଳିଉଡ୍‌ର ଗୀତ ଓ ସଂଳାପ ଯାଦୁକର: ଜାଣନ୍ତୁ, ପଦ୍ମଶ୍ରୀ ଜାଭେଦ୍‌ଙ୍କ ଜୀବନଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ମୁମ୍ବାଇ ଫୁଟ୍‌ପାଥ୍‌ରୁ ବଳିଉଡ୍‌ର ଗୀତ ଓ ସଂଳାପ ଯାଦୁକର: ଜାଣନ୍ତୁ, ପଦ୍ମଶ୍ରୀ ଜାଭେଦ୍‌ଙ୍କ ଜୀବନଯାତ୍ରା

ମୁମ୍ବାଇ: ତାଙ୍କ କବିତା ଓ ଗୀତ ଯେପରି ହୃଦୟସ୍ପର୍ଶୀ ସଂଳାପ ମଧ୍ୟ ସେପରି ପ୍ରଭାବଶାଳୀ। ଖାସ୍ ତାଙ୍କରି ଦ୍ୱାରା ଲେଖା ଯାଇଥିବା ସଂଳାପ ଯୋଗୁ ଜଞ୍ଜୀର୍‌, ସୋଲେ ଓ ଅନ୍ଦାଜ୍‌ ଭଳି ଫିଲ୍ମଗୁଡ଼ିକ ଖୁବ୍‌ ଲୋକପ୍ରିୟ ହୋଇଥିଲା, ଯାହାର ଡାଏଲଗ୍‌ ଏବେ ବି ସିନେପ୍ରେମୀ ଗୁଣୁ ଗୁଣାନ୍ତି। ଭାରତୀୟ ସିନେ ଜଗତର ଅନ୍ୟଜଣେ ପ୍ରଚଣ୍ଡ ପ୍ରତିଭାଧାରୀ ବ୍ୟକ୍ତିତ୍ୱ ପଦ୍ମଶ୍ରୀ ଜାଭେଦ୍ ଅଖ୍‌ତର୍‌ ଆଜି ୭୩ ବର୍ଷ ବୟସରେ ପାଦ ଦେଇଛନ୍ତି। ୧୯୪୫ ମସିହା ଜାନୁଆରୀ ୧୭ରେ ଜାଭେଦ୍‌ ଜୀ ଗ୍ୱାଲିୟର୍‌ରେ ଜନ୍ମ ହୋଇଥିଲେ। ତାଙ୍କ ବାପା ତାଙ୍କୁ ‘ଜାଦୁ’ ନାଁରେ ଡାକୁଥିଲେ। ଆଉ ବାପାଙ୍କ ସେହି ‘ଜାଦୁ’ ବଡ଼ ହୋଇ କୋଟି କୋଟି ସିନେ ପ୍ରେମୀଙ୍କୁ ନିଜସ୍ୱ ପ୍ରତିଭାର ଯାଦୁରେ ଏବେ ବି ମନ୍ତ୍ରମୁଗ୍ଧ କରି ଚାଲିଛନ୍ତି। 

ବାପା ଜାନ୍‌ ନିସାର ଅଖ୍‌ତର୍‌ ଜଣେ ପ୍ରସିଦ୍ଧ ଉର୍ଦ୍ଦୁ କବି ଥିଲେ। ମା’ ସୋଫିଆ ଅଖ୍‌ତର ମଧ୍ୟ ଜଣେ ଉର୍ଦ୍ଦୁ ଲେଖିକା ଓ ଶିକ୍ଷୟିତ୍ରୀ ଥିଲେ। ଉଭୟଙ୍କ ପ୍ରଭାବ ଶିଶୁ ଜାଭେଦ୍‌ଙ୍କ ଉପରେ ପଡ଼ିଥିଲା। ତେବେ ସେ ଛୋଟ ଥିବାବେଳେ ତାଙ୍କ ବାପା ଦ୍ୱିତୀୟ ବିବାହ କରି ଭୋପାଲ ଚାଲି ଆସିଥିଲେ। ସେଠାରେ ଜାଭେଦ୍‌ ନିଜ ପାଠ ପଢ଼ା ସାରି ୧୯୬୪ରେ ମୁମ୍ବାଇ ଚାଲି ଆସିଥିଲେ। ସେ ସମୟରେ କିନ୍ତୁ ତାଙ୍କ ପାଖରେ ଖାଇବା ପାଇଁ ବି ଟଙ୍କା ନଥିଲା। ଅନେକ ରାତି ମୁମ୍ବାଇ ଫୁଟ୍‌ପାଥ୍‌ର ଖୋଲା ଆକାଶ ତଳେ ତାଙ୍କୁ କାଟିବାକୁ ପଡ଼ିଥିଲା। ପରେ କମଲ୍‌ ଅମ୍‌ରୋହୀଙ୍କ ଷ୍ଟୁଡିଓରେ ତାଙ୍କୁ ରହିବାକୁ ସୁଯୋଗ ମିଳିଥିଲା।

ସଲିମ୍‌ ଖାନ୍‌ଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ‘ସର୍‌ହଦୀ ଲୁଟେରା’ ଫିଲ୍ମର ଶୁଟିଂ ବେଳେ ହୋଇଥିଲା। ଏହି ଫିଲ୍ମରେ ସଲିମ୍‌  ହିରୋ ଓ ଜାଭେଦ୍‌ କ୍ଲାପର ବୟ ଥିଲେ। ପରେ ଦୁହେଁ ସଲିମ୍‌-ଜାଭେଦ୍‌ ଯୋଡ଼ି ନାଁରେ  ହିନ୍ଦୀ ଫିଲ୍ମ ଜଗତର ସ୍କ୍ରିପ୍ଟ ରାଇଟିଂରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଏହି ଯୋଡ଼ିଙ୍କୁ ନିର୍ଦ୍ଦେଶକ ଏସ୍‌ ଏମ୍‌ ସାଗର ପ୍ରଥମେ ତାଙ୍କ ଫିଲ୍ମ୍‌ର ସ୍କ୍ରିପ୍ଚ୍‌ ଲେଖିବା ଦାୟିତ୍ୱ ଦେଇଥିଲେ। ସେବେଠାରୁ ଏମାନେ କେବଳ ସଫଳ ନୁହେଁ, ବରଂ ବଲିଉଡ୍‌ରେ ରାଜ୍‌ କରିବା ଆରମ୍ଭ କରିଥିଲେ। ସଲିମ୍‌ ଷ୍ଟୋରୀ ଆଇଡିଆ ଦେଉଥିଲେ ଓ ଜାଭେଦ୍‌ ଡାଏଲଗ୍‌ ଲେଖିବାରେ ସାହାଯ୍ୟ କରୁଥିଲେ। ଜାଭେଦ୍‌ ଉର୍ଦ୍ଦୁରେ ହିଁ ଷ୍ଟୋରୀ ଲେଖୁଥିଲେ, ଯାହାକୁ ହିନ୍ଦୀରେ ଅନୁବାଦ କରାଯାଉଥିଲା।

୭୦ ଦଶକରେ ଏହି ଯୋଡ଼ି ସଫଳତାର ଶିଖର ଛୁଇଁଥିଲେ। ଏହି ଦୁହିଁଙ୍କ ଯୋଡ଼ି ଏକାଠି ୧୯୭୧ରୁ ୧୯୮୨ ମଧ୍ୟରେ ପ୍ରାୟ ୨୪ଟି ଫିଲ୍ମର ସ୍କ୍ରିପ୍ଟ୍‌ ଲେଖିଛନ୍ତି ଏବଂ ସେଥିରୁ ୨୦ଟି ଫିଲ୍ମ ବକ୍ସ ଅଫିସ୍‌ରେ ଜବରଦସ୍ତ ହିଟ୍‌ ସାବ୍ୟସ୍ତ ହୋଇଥିଲା। ତେବେ ୧୯୮୭ରେ ଫିଲ୍ମ ‘ମିଷ୍ଟର୍‌ ଇଣ୍ଡିଆ’ ପରେ ସଲିମ୍‌ ଓ ଜାଭେଦ୍‌ଙ୍କ ଏହି ସୁପରହିଟ୍‌ ଯୋଡ଼ି ଅଲଗା ହୋଇଯାଇଥିଲା।

ଏହା ପରେ ବି ଜାଭେଦ୍‌ ସ୍କ୍ରିପ୍ଟ୍‌ ଲେଖିବା ଛାଡ଼ି ନଥିଲେ। କେବଳ ସ୍କ୍ରିପ୍‌ଟ୍‌ ନୁହେଁ, ଗୀତ ପାଇଁ ମଧ୍ୟ ଜାଭେଦ୍‌ ଅଖତର୍‌ଙ୍କୁ ଆଠ ଥର ଫିଲ୍ମ ଫେଆର୍‌ ପୁରସ୍କାର ମିଳିଛି। ହିନ୍ଦୀ ସାହିତ୍ୟ ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୯୯ରେ ଜାଭେଦ୍‌ଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା।

ଥରେ ଜାଭେଦ୍‌ଙ୍କ ଜୀବନ ସଂଘର୍ଷ ସମ୍ପର୍କରେ ତାଙ୍କ ପୁଅ ଫର୍‌ହାନ୍‌ ବିବିସିକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ। ଫର୍‌ହାନ୍‌ କହିଥିଲେ, ‘‘ମୋ ପ୍ରଥମ ଫିଲ୍ମ ‘ଭାଗ୍‌ ମିଲ୍‌ଖା ଭାଗ୍‌’ ଦେଖି ବାପା କାନ୍ଦି ପକାଇଥିଲେ। କାରଣ ଏହି ଫିଲ୍ମ ଦେଖି ବାପାଙ୍କ ନିଜ ଜୀବନ ସଂଘର୍ଷର କାହାଣୀ ମନେ ପଡ଼ିଯାଇଥିଲା।”



from Odisha Reporter http://bit.ly/2TY6foy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages