ପିତା ହେଲା ‘ପିଠା’: ବିଧାୟକଙ୍କୁ ବିରୋଧ, ଧାରଣାରେ ବସିଲେ ସରପଞ୍ଚ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ପିତା ହେଲା ‘ପିଠା’: ବିଧାୟକଙ୍କୁ ବିରୋଧ, ଧାରଣାରେ ବସିଲେ ସରପଞ୍ଚ

ଜଳେଶ୍ୱର(ଅଜିତ ଦାସ): ରାଜ୍ୟ ସରକାରଙ୍କ ‘ଲୋକାଭିମୁଖୀ ଯୋଜନା’ ସମ୍ପର୍କରେ ହିତାଧିକାରୀଙ୍କୁ ଅବଗତ କରାଯିବ। ଏଥିପାଇଁ ପ୍ରତି ପଞ୍ଚାୟତରେ ଆୟୋଜନ ହେଉଛି ‘ପିଠା’ କାର୍ଯ୍ୟକ୍ରମ। ମାତ୍ର ଏହା ଏବେ ଦଳୀୟ ଭିତ୍ତିରେ ଆୟୋଜନ ହେଉଥିବା ଅଭିଯୋଗ ହେଉଛି। ଯାହାର ଜ୍ୱଳନ୍ତ ଉଦାହରଣ ବାଲେଶ୍ୱର ଜିଲ୍ଲାରେ ଦେଖିବାକୁ ମିଳିଛି। ବାଲିଆପାଳ ବ୍ଲକରେ ଏକ ପଞ୍ଚାୟତରେ ଆୟୋଜିତ ‘ପିଠା’ରେ ସ୍ଥାନୀୟ ସରପଞ୍ଚ ଓ ୱାର୍ଡ ମେମ୍ୱରଙ୍କୁ ଡକାଯାଇନଥିବାରୁ ସେମାନେ ବିଧାୟକଙ୍କୁ ବିରୋଧ କରି ଧାରଣାରେ ବସିଥିବା ବେଳେ ଭୋଗରାଇରେ ବିଡିଓଙ୍କୁ ଦୁଇ ଘଣ୍ଟା ଅଟକ ରଖିଥିଲେ ସ୍ୱୟଂସହାୟକ ଗୋଷ୍ଠୀର ମହିଳା।

ଆଜି ନିର୍ଦ୍ଧାରିତ ସମୟରେ ବାଲିଆପଳ ବ୍ଲକ ଜଗତିପୁର ପଞ୍ଚାୟତରେ ‘ପିଠା’ କାର୍ଯ୍ୟକ୍ରମ ହୋଇଥିଲା। ଅତିଥିଭାବେ ବିଧାୟକ ନିତ୍ୟାନନ୍ଦ ସାହୁ ଯୋଗଦେଇଥିଲେ। ମାତ୍ର ସ୍ଥାନୀୟ ସରପଞ୍ଚ ମାନସୀ ପାଢ଼ୀ ଓ ୱାର୍ଡ ମେମ୍ୱରମାନଙ୍କୁ ଡକାଯାଇନଥିଲା। ଏପରିକି କାର୍ଯ୍ୟକ୍ରମରେ ବିଧାୟକ ଯୋଗଦେଇଥିଲେ ମଧ୍ୟ ସରପଞ୍ଚ ଓ ୱାର୍ଡ ମେମ୍ୱରମାନଙ୍କୁ ଖୋଜିନଥିଲେ। ବିଧାୟକଙ୍କ ଏପରି କାର୍ଯ୍ୟକୁ ସରପଞ୍ଚ ମାନସୀ ପାଢ଼ୀ ଓ ୱାର୍ଡ ମେମ୍ୱରମାନେ ବିରୋଧ କରି ସଭା ଆଗରେ କଳାବ୍ୟାଜ ପିନ୍ଧି ଧାରଣାରେ ବସିଥିଲେ। ବିଧାୟକ ମହାଶୟ ସେମାନଙ୍କୁ ବୁଝାଇବା ପରିବର୍ତ୍ତେ ପିଠା କାର୍ଯ୍ୟକ୍ରମ ସଫଳ ହୋଇଛି ବୋଲି କହିଥିଲେ।

ସେହିପରି ଭୋଗରାଇ ବ୍ଲକ ନାଚିନ୍ଦା ପଞ୍ଚାୟତରେ ଆଜି ‘ପିଠା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ। ଏଥିରେ ଯୋଗଦେଇଥିବା ଅତିଥିମାନେ ନୂଆ ସ୍ୱୟଂସହାୟକ ଗୋଷ୍ଠୀର କର୍ମକର୍ତ୍ତାଙ୍କୁ ମାନପତ୍ର ଓ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ମାତ୍ର ବହୁ ପୁରୁଣା ସ୍ୱୟଂସହାୟକ ଗୋଷ୍ଠୀର ମହିଳାଙ୍କୁ ମାନପତ୍ର ଓ ଆର୍ଥିକ ସହାୟକ ଦେଇନଥିଲେ। ଯାହାକୁ ମହିଳାମାନେ ବିରୋଧ କରିଥିଲେ। ଫଳରେ ‘ପିଠା’ କାର୍ଯ୍ୟକ୍ରମରେ ଗଣ୍ଡଗୋଳ ହୋଇଥିଲା। ଖବର ପାଇ ବିଡିଓ ଦୀପ୍ତି ରଞ୍ଜନ ସେଠୀ ଗାଁରେ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରିଥିଲେ। ମାତ୍ର ମହିଳାମାନେ ବିଡିଓଙ୍କୁ ୨ ଘଣ୍ଟା ଧରି ଅଟକ ରଖିଥିଲେ। କମର୍ଦ୍ଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବିଡିଓଙ୍କୁ ଉଦ୍ଧାର କରିଥିଲେ। ଫଳରେ ‘ପିଠା’ କାର୍ଯ୍ୟକ୍ରମ ଅଧାରୁ ବନ୍ଦ ହୋଇଥିଲା।

ସେହିପରି ଷ୍ଟେଟ୍‌ ଫୁଡ୍‌ ସିକ୍ୟୁରିଟି ସ୍କିମ୍‌ (ଏସ୍‌ଏଫ୍‌ଏସ୍‌)ରେ ରାସନ୍‌କାର୍ଡ ହିତାଧିକାରୀଙ୍କୁ ପ୍ରଥମେ ମାଗଣା ଏଲ୍‌ଇଡି ବଲ୍‌ ଯୋଗାଇ ଦିଆଯିବ। ପରେ ଏନ୍‌ଏଫ୍‌ଏସ୍‌ (ନ୍ୟାସନାଲ୍‌ ଫୁଡ୍‌ ସିକ୍ୟୁରିଟି ସ୍କିମ୍‌) ଯୋଜନାରେ ପରେ ଦିଆଯିବ ବୋଲି ବିଡିଓ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ଏନ୍‌ଏଫ୍‌ଏସ୍‌ ହିତାଧିକାରୀମାନେ ବିରୋଧ କରିଥିଲେ। ବିଧାୟକଙ୍କୁ ବିରୋଧର ଏହା ଅନ୍ୟ କାରଣ ବୋଲି ଜଣାପଡ଼ିଛି।



from Odisha Reporter http://bit.ly/2DglG5Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages