ଦୀପିକା ପାଦୁକୋନ୍‌ଙ୍କ ନାଁରେ ଦୋସା ବିକ୍ରି ନେଇ ଏମିତି କହିଲେ ରଣବୀର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ଦୀପିକା ପାଦୁକୋନ୍‌ଙ୍କ ନାଁରେ ଦୋସା ବିକ୍ରି ନେଇ ଏମିତି କହିଲେ ରଣବୀର୍‌

ମୁମ୍ବାଇ: ରଣବୀର୍‌ ସିଂହ ତାଙ୍କ ଲେଡି ଲଭ୍‌ ଦୀପିକାଙ୍କୁ ସ୍ୱତନ୍ତ୍ର ଅନୁଭବ ଦେବାର କୌଣସି ସୁଯୋଗକୁ ବି ହାତଛଡ଼ା କରନ୍ତି ନାହିଁ। ସେ ଆୱାର୍ଡ ଶୋ’ ହେଉ ଅବା କୌଣସି ସେଲିବ୍ରେସନ୍‌, ରଣବୀର୍‌ ସର୍ବସମ୍ମୁଖରେ ଦୀପିକାଙ୍କ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଥାଏ। ଆଉ ରଣବୀର୍‌ଙ୍କ ଏହି ସ୍ୱଭାବ ମଧ୍ୟ ଦୀପିକାଙ୍କୁ ଖୁବ୍‌ ପସନ୍ଦ ଆସେ। ନିକଟରେ ମଧ୍ୟ ରଣବୀର୍‌ ଏମିତି କିଛି କରିଛନ୍ତି। ରଣବୀର୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ରୋଚକ ଫଟୋ ଶେୟାର୍‌ କରିଛନ୍ତି। ଯେଉଁଥିରେ ଆମେରିକାର ଏକ ରେଷ୍ଟୁରାଣ୍ଟ୍‌ ମେନ୍ୟୁ କାର୍ଡରେ ଦୀପିକା ପାଦୁକୋନ୍‌ଙ୍କ ନାଁରେ ଦୋସା ବିକ୍ରି ହେଉଥିବା ଦେଖିବାକୁ ମିଳିଛୁ। ଏହି ମେନ୍ୟୁ ସିଟ୍‌ର ଫଟୋକୁ ଶେୟାର୍‌ କରି ରଣବୀର୍‌ ‘ଦୀପିକା ପାକୁକୋନ୍‌ ଦୋସା’କୁ ସେ ଖାଇ ସାରିଛନ୍ତି ବୋଲି ଲେଖିଛନ୍ତି।

ରଣବୀର୍‌ ନିଜ ସେନ୍‌ସ୍‌ ଅଫ୍‌ ହ୍ୟୁମର୍‌ ବା ମଜାଳିଆ ସ୍ୱଭାବ ପାଇଁ ବେଶ୍‌ ପରିଚିତ। ଏହି ପୋଷ୍ଟ୍‌ଟି ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର୍‌ କରି ମଧ୍ୟ ସେ ତାଙ୍କ ଏହି ସ୍ୱଭାବକୁ ପୁଣି ଦର୍ଶାଇଛନ୍ତି। ରଣବୀର୍‌ଙ୍କ ଏହି ପୋଷ୍ଟ୍‌ଟି ଏବେ ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଛି।

ସୂଚନା ଅନୁଯାୟୀ, ରଣବୀର୍‌ ତାଙ୍କ ଆଗାମୀ ଫିଲ୍ମ ‘ଗଲି ବୟ’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ଏହି ଫିଲ୍ମର ପୋଷ୍ଟର୍‌ ରିଲିଜ୍‌ ହୋଇଥିଲା, ଯେଉଁଥିରେ ଆଲିଆ ଭଟ୍ଟ ଏବଂ ରଣବୀରଙ୍କୁ ଏକ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳୁଛି। ଫିଲ୍ମଟି ଫେବ୍ରୁଆରୀ ୧୪ରେ ରିଲିଜ୍‌ ହେବ। ଜୋୟା ଅଖ୍‌ତର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।



from Odisha Reporter http://bit.ly/2LJOxC9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages