ଫୁଟବଲ ମ୍ୟାଚ୍‌ ବେଳେ ଫ୍ୟାନ୍‌ଙ୍କ ଉପରେ ବସିଲା ଶାଗୁଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ଫୁଟବଲ ମ୍ୟାଚ୍‌ ବେଳେ ଫ୍ୟାନ୍‌ଙ୍କ ଉପରେ ବସିଲା ଶାଗୁଣା

ୱାଶିଂଟନ୍‌: ପୂର୍ବରୁ ଆପଣ କ୍ରିକେଟ୍‌ କିମ୍ବା ଫୁଟବଲ ମ୍ୟାଚ୍‌ ବେଳେ କୁକୁର ଓ ବିଲେଇ ପଡ଼ିଆ ମଝିରେ ପ୍ରବେଶ କରିବାର ଦୃଶ୍ୟ ଦେଖିଥିବେ। ହେଲେ କେବେ ହେଲେ ଶାଗୁଣା ଭଳି ବିରାଟ୍‌ ପକ୍ଷୀ ପଡ଼ିଆରେ ପ୍ରବେଶ କରି ଗ୍ୟାଲେରୀରେ ବସିଥିବା ଦର୍ଶକଙ୍କ ପାଖରେ ପହଞ୍ଚିବା ଦେଖି ନଥିବେ।

ତେବେ ଟେକ୍ସାସ୍‌ଠାରେ ଥିବା ଏକ ଷ୍ଟାଡିୟମରେ ଚାଲିଥିବା ଫୁଟବୁଲ ମ୍ୟାଚ୍‌ ବେଳେ ଏଭଳି ଘଟଣା ଘଟିଛି। ଏକ ବିରାଟ୍‌ ଶାଗୁଣା ଷ୍ଟାଡିୟମ ଭିତରେ ପ୍ରବେଶ କରି ସିଧା ଦର୍ଶକଙ୍କ ଆଡ଼କୁ ଉଡ଼ାଣ ଭରିଥିଲା।

ଏହି ସମୟରେ ଗ୍ୟାଲେରୀରେ ବସିଥିବା ଆଲବର୍ଟ ନାମକ ଜଣେ ଦର୍ଶକ ହାତରେ ଶାଗୁଣାଟି ବସି ପଡ଼ିଥିଲା। ଶାଗୁଣାଟି ଢେର ସମୟ ଉକ୍ତ ବ୍ୟକ୍ତିଙ୍କ କାନ୍ଧରେ ବସିବାରୁ କ୍ୟାମେରାଗୁଡ଼ିକ ଫୁଟବଲ ଛାଡ଼ି ଏହି ଦୃଶ୍ୟ ଉପରେ ଫୋକ୍ସ କରିଥିଲେ। ଏହାପରେ ଆଉ ଜଣେ ଦର୍ଶକ ମଧ୍ୟ ଶାଗୁଣାଟିକୁ ନିଜ କାନ୍ଧରେ ବସାଇଥିଲେ।

ଦେଖନ୍ତୁ ଭିଡିଓ



from Odisha Reporter http://bit.ly/2s7nBmI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages